UPSC ପ୍ରସ୍ତୁତି କରୁଥିବା ଛାତ୍ରଙ୍କ ପାଇଁ ଖୁସି ଖବର,୫ ବର୍ଷ ପରେ ହେଲା ଏପରି କିଛି

ସଂଘ ଲୋକ ସେବା ଆୟୋଗର ସିଭିଲ ସର୍ଭିସ ପରୀକ୍ଷାରେ ବାର୍ଷିକ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସାମିଲ ହୋଇଥାନ୍ତି, କିନ୍ତୁ ବହୁ କମ ଛାତ୍ରଛାତ୍ରୀ ସଫଳ ହୋଇଥାନ୍ତି|ୟୁପିଏସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଭଲ ଖବର ଆସିଛି ଓ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ କାର୍ମିକ ଲୋକ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ସିଟ ସଂଖ୍ୟା ଜାରି କରିଛନ୍ତି ଯେଉଁଥିରେ ନିଯୁକ୍ତି ପାଇଁ ସର୍ବମୋଟ ୧୦୧୧ ପଦ ଚିହ୍ନଟ କରାଯାଇଛି|

ୟୁପିଏସିରେ ୫ ବର୍ଷ ପରେ ଏପରି ହେଉଛି, ଯେଉଁଥିରେ ୧୦୦୦ ରୁ ଉର୍ଦ୍ଧ୍ବ ସିଟ ପାଇଁ ଚୟନ କରାଯିବ|ଏହା ପୂର୍ବରୁ ୨୦୧୭ରେ ୧୦୦୦ ରୁ ଉର୍ଦ୍ଧ୍ବ ସିଟ ପାଇଁ ଚୟନ ହୋଇଥିଲା|୨୦୨୧ରେ ୭୧୨,୨୦୨୦ରେ ୮୩୬,୨୦୧୯ରେ ୯୨୭,୨୦୧୮ରେ ୮୧୨,୨୦୧୭ରେ ୧୦୫୮ ପଦ ପାଇଁ ପରୀକ୍ଷା ଦ୍ଵାରା ଚୟନିତ କରିଥିଲେ|

ୟୁପିଏସି ୨ ଫେବୃଆରୀ ଦିନ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ନୋଟିଫିକେସନ ଜାରି କରିଥିଲେ ଯେଉଁଥିରେ ଏବରରଷ ପାଇଁ ୮୬୧ ପଦବୀ ଥିଲା|ଏଵେ ରେଲୱେର ୮ ସେବା ମିଶାଇ ଏକ କ୍ୟାଡର ଆଇଆରଏମ୍ଏସ୍ ଗ୍ରୁପ ଏ ବନାଗଲା ଯେଉଁଥିରେ ଆଇଏଏସ ଜରିଆରେ ଭର୍ତ୍ତି ହେବ|ଆଇଆରଏମ୍ଏସ୍ ୧୫୦ ପଦବୀ ମଧ୍ୟରୁ ୬ ଦିବ୍ୟାଙ୍ଗ ବ୍ୟକ୍ତି ପାଇଁ ସଂରକ୍ଷିତ|ଆଇଆରଏମ୍ଏସ୍ ପଦବୀ ପାଇଁ ସେହି ଯୋଗ୍ୟତା ରହିଛି ଯାହା ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ରଖାଯାଇଛି|ଯେଉଁ ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଆଉଥରେ ଆବେଦନ କରିବାକୁ ପଡିବ ନାହିଁ|

ପ୍ରତିବର୍ଷ ଭାରତୀୟ ପ୍ରଶାସନିକ ଅଧିକାରୀ ପାଇଁ ୧୮୦ ସିଟ ନିର୍ଧାରିତ ହୋଇଥାଏ ଓ ୨୦୧୨ ଠାରୁ ବାର୍ଷିକ ଏତିକି ସିଟ ନିର୍ଧାରିତ ହେଉଛି|ଆଇପିଏସ୍ ପାଇଁ ୨୦୦ ସିଟ ଚିହ୍ନଟ ହୋଇଛି ଓ ୨୦୨୦ ଠାରୁ ଏତିକି ପଦ ପାଇଁ ଚୟନ ହେଇଛି|୨୦୦୯-୨୦୧୯ ପର୍ଯ୍ୟନ୍ତ ଆଇପିଏସ୍ ପାଇଁ ବାର୍ଷିକ ୧୫୦ ସିଟ ରହିଥିଲା|ଏବର୍ଷ ଆଇଏଫେସ୍ ପାଇଁ ୩୮ ସିଟ ରହିଛି|ଏହା ପୂର୍ବରୁ ଏହି ପଦବୀ ସଂଖ୍ୟା ୩୦-୪୫ ମଧ୍ୟରେ ରହୁଥିଲା|

ୟୁପିଏସି ମେନ ପରୀକ୍ଷା ଫଳ ପ୍ରକାଶ ହେବା ପରେ ଆଶାୟୀକୁ ଗୋଟିଏ ଡିଏଏଫ୍ ଫର୍ମ ଭରିବାକୁ ପଡେ ଯାହା ଆଧାରରେ ପର୍ସନାଲିଟି ଟେଷ୍ଟ ହୋଇଥାଏ|ଫର୍ମରେ ଭରାଯାଇଥିବା ତଥ୍ୟ ଆଧାରରେ ପ୍ରଶ୍ନ ପଚରା ଯାଇଥାଏ|ଇଣ୍ଟରଭ୍ୟୁରେ ମିଳିଥିବା ନମ୍ବର ମିଶାଇ ମେରିଟ ଲିଷ୍ଟ ହୁଏ ଓ ଏହି ଆଧାରରେ ସର୍ବଭାରତୀୟ ରେଙ୍କିଙ୍ଗ କରାଯାଏ|ଅଲଗା ଅଲଗା କାଟାଗୋରୀ ରେଙ୍କିଙ୍ଗ କରାଯାଏ ଓ ଏହି ଆଧାରରେ ଆଇଏଏସ, ଆଇପିଏସ୍,ଆଇଏଫ୍ଏସ୍ ଦିଆଯାଏ|ଟପ ରେଙ୍କ ବାଲା ଆଇଏଏସ୍ ପାଇଥାଏ, କିନ୍ତୁ ବେଳେବେଳେ ଟପ ରେଙ୍କ ପ୍ରିଫରେନ୍ସ ଆଇପିଏସ୍ ଓ ଆଇଆରଏସ ଫଳରେ ତଳ ରେଙ୍କ ବାଲାକୁ ଆଇଏଏସ୍ ମିଳିପାରେ|ଏହାପର‌ ରେଙ୍କ ବାଲାକୁ ଆଇପିଏସ୍ ଓ ଆଇଏଫ୍ଏସ ମିଳେ|

odia sambada
Comments (0)
Add Comment