ଖେଳକୁଦ ବୟସରେ ଏହି ପିଲାଟି ଛିଡା କରି ଦେଖାଇଲା ନିଜର କୋଟି କୋଟିର ଟର୍ନଓଭର କମ୍ପାନୀ,୨୦୦ରୁ ଅଧିକ ଲୋକଙ୍କୁ ଏବେ ଦେଇସାରିଲେନି ରୋଜଗାର,ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ !

କିଛି ପିଲା ଖେଳିବା କୁଦିବା ବୟସରେ ହିଁ ବଡ଼ କାମ କରି ଦେଖାନ୍ତି । ଏହି ପିଲାମାନଙ୍କର ଭାବନା ପ୍ରକୃତରେ ପ୍ରଶଂସା ଯୋଗ୍ୟ ହୋଇଥାଏ । କେହି ଜଣେ ଠିକ କହିଛନ୍ତି କି ମଣିଷକୁ ସବୁବେଳେ ନିଜ ଚିନ୍ତାଧାରା ବଡ଼ ରଖିବା ଦରକାର ଯେଉଁ ବ୍ୟକ୍ତ ର ଚିନ୍ତାଧାରା ବଡ଼ ହୋଇଥାଏ ସେ ହିଁ ସଫଳତାର ଶିଖର କୁ ଛୁଇଥାଏ । ଆମେ ଆମର ଏହି ପୋଷ୍ଟ ଜରିଆରେ ଏମିତି ଏକ ପିଲା ସହ ଭେଟିଦେବାକୁ ଯାଉଛୁ ଯିଏ କି ଖେଳିବା କୁଦିବା ବୟସରେ ସଫଳତାର ଶିଖରକୁ ଛୁଇଁପାରିଛି । ଯାହା ଲୋକ ପୁରା ଜୀବନ ରେ କେବେ ହାସଲ କରିପାରନ୍ତି ନାହିଁ ।

ଏହି ପିଲାଟି ମାତ୍ର ୧୫ବର୍ଷ ବୟସରେ ବ୍ୟବସାୟ ଜଗତ ରେ ନିଜ ନାମ ଚମକେଇ ଦେଇଛି | ଏହି ପିଲାଟି ମୁମ୍ବାଇର ବାସିନ୍ଦା ଅଟନ୍ତି ଏବଂ ତାଙ୍କ ନାମ ତିଲକ ମେହେତା ଅଟେ | ଏହି ପିଲା ନିଜର ଜ୍ଞାନ ଏବଂ କାମ ପାଇଁ ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି | ପ୍ରକୃତରେ, ତିଲକ ମେହେତା ନାମକ ଏହି ପିଲାଟିର ଏହି ସଫଳତା ପଛରେ ତାଙ୍କ ପିତାଙ୍କ ପରିଶ୍ରମ ଅଛି | କିନ୍ତୁ ତାଙ୍କର ଚିନ୍ତାଧାରା ତାଙ୍କୁ ଆଜି ତାଙ୍କୁ ବହୁତ ବଡ଼ ସ୍ଥାନ ହାସଲ କରେଇ ଦେଇଛି |

ପ୍ରକୃତରେ କଥାଟି କିଛି ଏପରି ଯେ ଗୋଟେ ଥର ତିଲକ ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ |ନିଜର କିଛି ବହି ଆଉ କପି ତିଳକ ତାଙ୍କ ଘରେ ହିଁ ଭୁଲିଯାଇଥିଲେ ଆଉ ପରଦିନ ହିଁ ତିଲକଙ୍କର ପରୀକ୍ଷା ମଧ୍ୟ ଥିଲା | ଯେଉଁଥିପାଇଁ ତିଲକ ତାଙ୍କ ପିତାଙ୍କ ଅପେକ୍ଷା କରିଥିଲେ ଏବଂ ସେ ତାଙ୍କ କପି ଆଣିବାକୁ ଯିବେ | କିନ୍ତୁ ଯେତେବେଳେ ତାଙ୍କ ବାପା ଘରକୁ ଆସିଲେ ସେ ବହୁତ ଥକି ଯାଇଥିଲେ | ଯେଉଁଥିପାଇଁ ତିଲକ ତାଙ୍କ ସହ ଏହି କଥା ହେବା ଠିକ୍ ମନେ କରିନଥିଲେ ଏବଂ ପିତାଙ୍କ ଥକ୍କାପଣ ଦୂର କରିବାର ଉପାୟ ଖୋଜି ବାହାର କରିଥିଲେ |

ଯେତେବେଳେ ତିଲକ ତାଙ୍କ କପି ଠିକ୍ ସମୟରେ ମିଳିଲା ନାହିଁ, ସେତେବେଳେ ତାଙ୍କ ମୁଣ୍ଡକୁ କିଛି ଏମିତି କଥା ଆସିଲା ତାଙ୍କ ପରି ଅହୁରି କେତେ ମହିଳା ଆଉ କେତେ ପିଲା ଥିବେ ଯିଏକି ଏହିପରି ହିଁ ନିଜ ଜିନଷ କୁ ଆପେକକ୍ଷା କରୁଥିବେ କି ତାଙ୍କୁ ବି କେହି ତାଙ୍କ ଜିନୀଷ ଆଣିଦେଉ | ଯାହା ପରେ ତିଲକଙ୍କ ମୁଣ୍ଡରେ କ୍ୟୁରିଅର୍ ବ୍ୟବସାୟ ଆରମ୍ଭ କରିବାର ଆଇଡିଆ ଆସିଲା ଏବଂ ସେ ତାଙ୍କର ଏହି ଆଇଡ଼ିଆକୁ ତାଙ୍କ ବାପାଙ୍କ ସହିତ ସେୟାର କରିଲେ ଆଉ ତାଙ୍କର ଏହି ଆଇଡ଼ିଆ ତାଙ୍କ ବାପାଙ୍କୁ ମଧ୍ୟ ବହୁତ ମାତ୍ରା ରେ ପସନ୍ଦ ଆସିଲା |

କିନ୍ତୁ ତିଲକ ଙ୍କ ଆଇଡ଼ିଆର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଥିଲା କି ତାହା 24 ଘଣ୍ଟା ଭିତରେ ହିଁ ମହିଳା ଆଉ ପିଲା ମାନଙ୍କ ପାଖକୁ ତାଙ୍କ ଜିନିଷ ପହଞ୍ଜଉଥିବା କରିୟର କମ୍ପାନୀ ଆରମ୍ଭ କରିବାକୁ ଚାହୁଁଥିଲେ | ତିଲକଙ୍କର ଏହି ଆଇଡ଼ିଆ ତାଙ୍କ ବାପା ବୁଝିଲେ ଆଃ ସେ ବ୍ୟବସାୟର ଆରମ୍ଭ କରିବା ପାଇଁ ବ୍ୟାଙ୍କ ପହଁଞ୍ଜିଲେ ଯେଉଁଠାରେ ତାଙ୍କର ବ୍ୟାଙ୍କ ଅଧିକାରୀଙ୍କ ଘନଶ୍ୟାମ୍ ପରଖେ ଙ୍କ ସହ ଭେଟ ହେଲା |

ଏହା ପରେ ଆରମ୍ଭ ହେଲା କମ୍ପାନୀ ପେପର ଏବଂ ପେନ୍ସିଲ ର | ଯଦିଓ ଆରମ୍ଭ ଦିନ ଦିନ ମାନଙ୍କରେ ତିଲକଙ୍କର ଏହି କମ୍ପାନୀ ଭଲ ସଫଳତା ହାସଲ କରିପାରିଲା ନାହିଁ | କିନ୍ତୁ ଆଜି ଏହି କମ୍ପାନୀର ବାର୍ଷିକ କାରବାର 100 କୋଟି ଟଙ୍କା ଅଟେ | ତିଲକ ନିଜର କୋରିୟର କମ୍ପାନୀର ଆରମ୍ଭ କରିବା ପାଇଁ ମୁମ୍ବାଇର ଡବା ଦେଲା ଵାଲାଙ୍କ ଠାରୁ ସାହାଯ୍ୟ ନେଲେ | ଇଣ୍ଟର-ଭି୍ୟୁ ସମୟରେ ତିଲକ କହିଥିଲେ ଯେ ଡବା ଵାଲା ତାଙ୍କୁ ନିରୀହ ଆଉ କ୍ଯୁଟୁ ପିଲା ଭାବି ତାଙ୍କ କଥା ମାନିଗଲେ ଆଉ ଆରମ୍ଭ ଦିନରେ ସେମାନେ ପଇସା ମଧ୍ୟ ନେଲେ ନାହିଁ |

ଆରମ୍ଭ ଦିନ ମାନଙ୍କରେ ତିଲକଙ୍କ କମ୍ପାନୀ ଷ୍ଟେସନାରୀ ଦୋକାନରୁ ଜିନିଷ ନେଇକରି କୋଚିଂ ସେଣ୍ଟର, ସ୍କୁଲ ଏବଂ ପିଲାମାନଙ୍କ ଘରକୁ ପର୍ଯ୍ୟନ୍ତ ପହଂଜେଇବାର କାମ କରିଲେ ଏବଂ ତାଙ୍କ ଦ୍ୱାରା କରାଯାଇଥିବା ଏହି କାମକୁ ଲୋକ ମାନେ ବହୁତ ପସନ୍ଦ କରିଥିଲେ | ଏହା ପରେ ବୁଟିକ୍,ପାଥୋଲୋଜି ଲ୍ୟାବ ଏବଂ ବ୍ରକରେଜ କମ୍ପାନୀଗୁଡିକ ସହିତ କଥାବାର୍ତ୍ତା କରି ସେ ନିଜ ବ୍ୟବସାୟ ସହିତ ଆଗକୁ ବଢ଼ିଲେ | ଆଜି 13 ବର୍ଷ ବୟସରେ ତିଲକ ଦ୍ୱାରା ଆରମ୍ଭ ହୋଇଥିବା ଏହି କମ୍ପାନୀ 200 ରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଥାଏ ଏବଂ କୋଟି କୋଟି ଟଙ୍କା ରୋଜଗାର କରୁଛି |

odia sambada
Comments (0)
Add Comment