ସରପଞ୍ଚଙ୍କ ବିରୁଦ୍ଧରେ ୩ ଭଉଣୀଙ୍କ ଆରୋପ, ବିରୋଧ କରିବାରୁ ଘରେ ପଶି ନାକ କାଟିଦେଲା ସରପଞ୍ଚ,ଜାଣନ୍ତୁ ପୁରା ଘଟଣା

ବିହାରର ସୁପଲ ପଞ୍ଚାୟତ ରାଜର ଏକ ପ୍ରତିନିଧି ତରଫରୁ ଅମାନବୀୟ କାଣ୍ଡ କରିବାର ଘଟଣା ସାମ୍ନାକୁ ଆସୁଛି। ସଦର ଥାନା କ୍ଷେତ୍ରର ଲୌଢ଼ ପଞ୍ଚାୟତର ସରପଞ୍ଚଙ୍କ ଉପରେ ଗାଁ ର ହିଁ ଏକ ଝିଅ ଉପରେ ଛେଡଛାଡ଼ କରିବାର ଆରୋପ ଲାଗିଛି। ଖବର ହେଉଛି ଝିଅଟିର ପରିଜନ ଏହାର ବିରୋଧ କରିବାରୁ ସରପଞ୍ଚ ଘରେ ପଶି ପରିବାରର ଦୁଇଟି ଅନ୍ୟ ଝିଅ ସହିତ ଛେଡଛାଡ଼ କରିବା ସହ ଜଣଙ୍କର ନାକ କାଟି ଦେଇଛି।

ଏହି ଘଟଣାକୁ ନେଇ ଲୋକେ ସରପଞ୍ଚଙ୍କ ଉପରେ ଆକ୍ରୋଶ ରହିଛନ୍ତି ଓ ସରପଞ୍ଚଙ୍କୁ ଗିରଫ କରିବାପାଇଁ ଦାବି କରିଛନ୍ତି। ପୀଡିତ ଯୁବତୀ ନ୍ୟାୟର ଗୁହାରି କରୁଛି ପୀଡିତ ପରିବାର ରଞ୍ଜିଶର ଆରୋପ ଲଗାଇ ସରପଞ୍ଚଙ୍କ ବିପକ୍ଷରେ ପୋଲିସରେ ଅଭିଯୋଗ ଦର୍ଜ କଲେ।

ସୂଚନା ଏହାକି ଯେ, ସରପଞ୍ଚ ମୁସ୍ତାକୀନ ଉପରେ ନିଜ ଗ୍ରାମର ହିଁ ଦୁଇଟି ଝିଅଙ୍କ ସହିତ ଛେଡଛାଡ଼ କରିବାର ଆରୋପ ଆସିଥିଲା। ଯେତେବେଳେ ଝିଅଟି ଏହାର ବିରୋଧ କରେ ସେତେବେଳେ ଝିଅଟିର ଚରିତ୍ରକୁ ନେଇ ଲାଂଛିତ କରାଗଲା। ଏହାପରେ ପରିବାର ବିରୋଧ କରିବାରୁ ସରପଞ୍ଚ ତାଙ୍କ ଘରେ ପଶି ଏକ ଝିଅର ନାକକୁ ଧାରୁଆ ହତିଆରରେ କାଟି ଦେଇଥିଲେ।

ଘଟଣା ପରେ ଆରୋପୀ ନିଜେ ପହଞ୍ଚିଥିଲେ ଥାନାରେ:-

ପରିବାରର ଆରୋପ ଏହାକି ଯେ ଏହି ଘଟଣା ପରେ ନିଜେ ସରପଞ୍ଚ ଥାନାକୁ ଯାଇ ପୀଡିତ ପରିବାର ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ପୀଡିତ ପରିବାର ଥାନାରେ ପହଞ୍ଚି ନିଜ ସହ ଘଟିଥିବା ଘଟଣା ଜଣାଇଥିଲେ। କୁହାଯାଉଛି ସରପଞ୍ଚ ମୁସ୍ତାକୀନ ପୀଡିତ ପରିବାରର ଝିଅ ଉପରେ ଭୁଲ ଆରୋପ ଲଗାଇଥିଲେ ଓ ଘରେ ପଶି ତାଙ୍କ ଭାଇଙ୍କ ସହ ମିଶି ମାରପିଟ କଲେ ଓ ନାକ କାଟିଦେଲେ। ପରିବାର ମୁଖିଆଙ୍କ ଆରୋପ ଏହାକି ଯେ ସରପଞ୍ଚ ତାଙ୍କ ଘରର ମହିଳାଙ୍କୁ ଛେଡଛାଡ଼ କରୁଥିଲା।

ବର୍ତ୍ତମାନ ପୀଡିତ ଝିଅଟିର ସଦର ହସ୍ପିଟାଲରେ ପ୍ରାଥମିକ ଉପଚାର କରିବା ପରେ ଡ଼କ୍ଟର ରେଫର କରି ଦେଇଛନ୍ତି। ପୋଲିସ ଦୁଇପକ୍ଷର ଅଭିଯୋଗ ଆଧାରରେ ମୋକଦ୍ଦମା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ପୋଲିସ ବର୍ତ୍ତମାନ କିଛି କହୁନାହିଁ ଓ ଯାଞ୍ଚ ପରେ କିଛି କହିବା ଉଚିତ ହେବ ବୋଲି ପୋଲିସ କହୁଛି। ସେପଟେ ଗ୍ରାମର ଲୋକ ସରପଞ୍ଚ ଉପରେ ନିଜର ଆକ୍ରୋଶ ଦେଖାଇଛନ୍ତି।

odia sambada
Comments (0)
Add Comment