ବ୍ୟାଙ୍କ ଅଫ ବରୋଦା ତରଫରୁ ନିଯୁକ୍ତି ସୁଯୋଗ,ତୁରନ୍ତ ଆବେଦନ କରନ୍ତୁ

ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବପିଢିମାନଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ ଅଫ ବରୋଦାରେ ଅନେକ ପଦବୀ ଖାଲିପଡିଛି। ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ, ଏମଏସଏମଇ ଏବଂ କର୍ପୋରେଟ କ୍ରେଡିଟ୍ ବିଭାଗର ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଖାଲିପଡିଛି।

ଇଚ୍ଛା କରୁଥିବା ଏବଂ ଯୋଗ୍ୟ ପ୍ରାର୍ଥୀମାନେ ତୁରନ୍ତ ଆବେଦନ କରିପାରିବେ। ଯଦି ଆପଣ ଏହି ଖାଲି ପଡିଥିବା ପଦବୀରେ ଆବେଦନ କରିବାକୁ ଚାହୁଞ୍ଚନ୍ତି। ତେବେ ଏହି ବିଷୟରେ ଅଧିକ ଜାଣିବା ପାଇଁ ବ୍ୟାଙ୍କର ଅଧିକାରକ ୱେବସାଇଟ bankofbaroda.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ବିବରଣୀ: ୧୦୫

କ୍ରେଡିଟ ଅଧିକାରୀ (MSME) MMG/S III : ୨୫

ମ୍ୟାନେଜର/ଡିଜିଟାଲ ଫ୍ରଡ(ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ): ୧୫

ଫରେନ ଏକ୍ସଚେଞ୍ଚ/ଆକ୍ୟୁଜେସନ ଆଣ୍ଡ ରିଲେସନସିପ ମ୍ୟାନେଜରMMG/S II : ୧୫

କ୍ରେଡିଟ୍/ଏକ୍ସପୋର୍ଟ/ଇମପୋର୍ଟ ବିଜନେସ: ୧୨

କ୍ରେଡିଟ୍/ଏକ୍ସପୋର୍ଟ/ଇମପୋର୍ଟ ବିଜନେସ SMG/SIV: ୮

କ୍ରେଡିଟ୍ ଅଫିସର: ୧୫

ଫରେନ ଏକ୍ସଚେଞ୍ଚ/ଆକ୍ୟୁଜେସନ ଆଣ୍ଡ ରିଲେସନସିପ ମ୍ୟାନେଜର: ୧୫

ଜରୁରୀ ତାରିଖ:-

ଆବେଦନ କରିବାର ଶେଷ ତାରିଖ ୨୪ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିଛି।

ଆବେଦନର ଶୁଳ୍କ:-

ଜେନେରାଲ, EWS ଏବଂ ଓବିସି ପ୍ରାର୍ଥୀମାନଙ୍କ ପାଇଁ ଆବେଦନର ଶୁଳ୍କ ୬୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି, ମହିଳା, PWD ମାନଙ୍କ ପାଇଁ ୧୦୦ ଟଙ୍କାର ଆବେଦନ ଶୁଳ୍କ ଜମା କରିବାକୁ ହେବ।

ବୟସର ସୀମା:-

ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସର ସୀମା ରହିଛି।

ଶିକ୍ଷାଗତ ଯୋଗ୍ୟତା:-

ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ। ଏହି ସମସ୍ତ ପଦବୀରେ ଆବେଦନ କରିବା ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

– https://ibpsonline.ibps.in/bobsojan22/

– https://freeebook.jagranjosh.com/free-pdf-page?file=bank-of-baroda-so-recruitment-2022.pdf

odia sambada
Comments (0)
Add Comment