୭ ବର୍ଷର ନିରୀହ ନାତି ସହିତ ଅଜା କଲା ଖରାପ କାମ, କୋର୍ଟ ଶୁଣାଇଲା 73 ବର୍ଷ ଜେଲଦଣ୍ଡ,ଜାଣନ୍ତୁ ପୁରା ଘଟଣା

ସମାଜରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ଆଜିକାଲି ନିଜ ଲୋକଙ୍କ ଉପରୁ ମଧ୍ୟ ଭରଷା ଉଠି ଯାଉଛି । ଯଦି ରକ୍ଷା କରିବା ଲୋକ ହିଁ ରାକ୍ଷସ ପାଲଟି ଯିବେ, ତେବେ ପିଲାମାନେ କିପରି ସୁରକ୍ଷିତ ରହିବେ । ଏହିପରି ଗୋଟିଏ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି ।

ବାସ୍ତବରେ କେରଳର ଗୋଟିଏ ଅଦାଲତ ନାତିକୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିବା କାରଣରୁ 64 ବର୍ଷୀୟ ଅଜାକୁ 73 ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛି । ଯୌନ ନିର୍ଯାତନାର ଏହି ଘଟଣା 2019 ର ଅଟେ, ଯେତେବେଳେ ପୀଡ଼ିତ ବାଳକ ମାତ୍ର ସାତ ବର୍ଷର ଥିଲା ।

ଅନେକ ଧାରା ଗୁଡ଼ିକ ଅଧୀନରେ ଅପରାଧୀକୁ ଦିଆଗଲା ଦଣ୍ଡ :-

ପକସୋ ଅଦାଲତର ବିଶେଷ ଜଜ ଟି.ଜି.ବର୍ଗିସ କହିଛନ୍ତି ଯେ ଦୋଷୀକୁ ବିଭିନ୍ନ ଧାରା ଗୁଡ଼ିକ ଅଧୀନରେ ଦଣ୍ଡ ଦିଆଯାଇଛି । ତେଣୁ ତାଙ୍କୁ 20 ବର୍ଷ ପର୍ଯ୍ୟନ୍ତ ଜେଲରେ ବନ୍ଦ୍ ରହିବାକୁ ପଡିବ ।

ଦୀର୍ଘ ସମୟ ଧରି କରିଚାଲିଲା ନିରୀହ ବାଳକ ସହିତ ଖରାପ କାମ :-

ସୂଚନା ଅନୁଯାୟୀ, ଜଣେ ଅଜା ନିଜ ନାତିକୁ ଦୀର୍ଘ ସମୟ ଧରି ଯୌନ ନିର୍ଯାତନା ଦେଉଥିଲା । ତେବେ ଅଦାଲତ ଏହି କେସର ଶୁଣାଣି କରି ସାତ ବର୍ଷର ପିଲାକୁ ଦୀର୍ଘ ସମୟ ଧରି ଯୌନ ନିର୍ଯାତନା ଦେଉଥିବା ସହିତ ଜଡ଼ିତ ବିଭିନ୍ନ ଧାରା ଗୁଡିକରେ ଦୋଷୀକୁ ଦଣ୍ଡ ସୁଣାଇଛି ଏବଂ ଅଭିଯୁକ୍ତଙ୍କ ଉପରେ 1.6 ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ କରିଛି ।

odia sambada
Comments (0)
Add Comment