ଦୁନିଆର ସବୁଠାରୁ ଡେଙ୍ଗୀ ଝିଅ, ବର୍ତ୍ତମାନ ନିଜ ପାଇଁ ଖୋଜୁଛନ୍ତି ପାର୍ଟନର,କିନ୍ତୁ ମିଳୁ ନାହାନ୍ତି ..

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର କମ ଉଚ୍ଚତା ପାଇଁ ସବୁବେଳେ ମନ ଦୁଃଖ କରିଥାନ୍ତି। ହେଲେ ନିଜର ଉଚ୍ଚତା ପାଇଁ ହଇରାଣ ହୋଇଥିବା ଏମିତି ଜଣେ ଝିଅ ହେଉଛନ୍ତି ରୁଷର ଇକାଟେରିନା ଲିସୀନା। ନିଜର ଅଧିକ ଉଚ୍ଚତା ପାଇଁ ସେ ହଇରାଣ ହେଉଛନ୍ତି। ଏହି ଲୋକପ୍ରିୟ ଗୀତ ‘ ଜିସକୀ ବିବି ଲମ୍ବି ଉସକା ଭି ବଡ ନାମ ହେ ..” ବୋଧ ହୁଏ ଲିସୀନଙ୍କ ପାଇଁ ସହଜ ହୋଇପାରି ନାହିଁ। ତାଙ୍କର ଏହି ଲମ୍ବା ଶରୀର ତାଙ୍କ ପାଇଁ ବର୍ତ୍ତମାନ ଅସୁବିଧାର କାରଣ ହୋଇଛି।

ଲିସୀନାଙ୍କ ଲମ୍ବ ବା ଉଚ୍ଚତା ହେଉଛି ୬ ଫୁଟ ୯ଇଞ୍ଚ। ତାଙ୍କୁ ଦୁନିଆଁର ସବୁଠାରୁ ଲମ୍ବା ମଡେଲ ହିସାବରେ ନିଆଯାଏ। ସେ ଗିନିଜ ୱାର୍ଲଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି। ବିବାହ କରିବା ତାଙ୍କ ପାଇଁ ସବୁଠାରୁ ବଡ ଅସୁବିଧା ହୋଇଛି। ଏହି ଲମ୍ବା ଉଚ୍ଚତା ପାଇଁ ତାଙ୍କୁ ପାର୍ଟନର ମିଳୁନାହାନ୍ତି।

ଦୁନିଆଁର ସବୁଠାରୁ ଲମ୍ବା ମଡେଲ:-

ତାଙ୍କର ବାମ ଗୋଡ଼ର ଲମ୍ବା ୧୩୨.୮ ସେଣ୍ଟି ମିଟର ଏବଂ ଡାହାଣ ଗୋଡ ଲମ୍ବା ୧୩୨.୨ ସେଣ୍ଟି ମିଟର। ୨୯ବର୍ଷୀୟା ଲିସୀନା ପେସାରେ ଜଣେ ମଡେଲ ଅଟନ୍ତି।

ଅଲମ୍ପିକ ମଡେଲିଷ୍ଟ ବି ଲିସୀନା:-

ଲିସୀନା ପ୍ରଥମେ ପ୍ରଫେସନାଲ ବାସ୍କେଟବଲ ଖେଳାଳି ଥିଲେ। ସେ ୨୦୦୮ ମସିହାରେ ଅଲମ୍ପିକ୍ସ ଗେମ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିଲେ। କିନ୍ତୁ ତା ପରେ ସେ ଗେମରୁ ରିଟାୟାର୍ଡମେଣ୍ଟ ନେଇ ମଡେଲିଂ ଦୁନିଆଁରେ ପାଦ ରଖିଥିଲେ।

ଡେଟିଂ ପାଇଁ ମଧ୍ୟ ପୁଅ ମିଳୁ ନାହାଁନ୍ତି:-

ଡେ଼ଲି ଷ୍ଟାରରେ ଲିସୀନା କହନ୍ତି ତାଙ୍କ ଉଚ୍ଚତା କାରଣରୁ ଠିକ ଢଙ୍ଗର ପୁଅ ମିଳୁନାହାଁନ୍ତି। ମଡେଲମାନଙ୍କୁ ବାହାରକୁ ଯିବା ପସନ୍ଦ ନୁହେଁ। ସେଥିପାଇଁ ସେ ଡେଟିଂ ଆପ୍ସରେ ପୁଅ ଖୋଜୁଛନ୍ତି। ତାଙ୍କ ଅନୁସାରେ ରିଲେସନସିପରେ ଉଚ୍ଚତାର ମାନେ କିଛି ନାହିଁ। କିନ୍ତୁ ସମାଜରେ ଲୋକ କମ ଉଚ୍ଚତା ପୁଅ ଥିବା କପଲଙ୍କୁ ଖରାପ ନଜରରେ ଦେଖନ୍ତି। ଏଥିପାଇଁ ସେ ସବୁବେଳେ ନିଜ ଉଚ୍ଚତାର ପୁଅ ବାଛିବାକୁ ଚେଷ୍ଟା କରିଥାନ୍ତି।

ନିଜ ମାପର ପୋଷାକ ଏବଂ ଜୋତା କିଣିବାରେ ତାଙ୍କୁ ଅସୁବିଧା ହୋଇଥାଏ:-
ଲିସୀନାଙ୍କୁ ନିଜର ଡେଙ୍ଗା ହେବା କାରଣରୁ ପ୍ଲେନ ବା କାରରେ ବସିବାରେ ଅସୁବିଧା ହୋଇଥାଏ। ନା ତାଙ୍କ ସାଇଜର ପୋଷାକ କିମ୍ବା ଜୋତା ମିଳିନଥାଏ। ତାଙ୍କ ନିଜ ପାଇଁ ଅଲଗା ଜୋତା ଅର୍ଡର ଦେଇ ତିଆରି କରିବାକୁ ପଡିଥାଏ। ଲିସୀନାଙ୍କ ପରିବାରରେ ସମସ୍ତେ ଲମ୍ବା ବ୍ୟକ୍ତି। ତାଙ୍କର ଭାଇଙ୍କ ଲମ୍ବା ୬ ଫିଟ ୬ ଇଞ୍ଚ ,ପିତାଙ୍କ ଲମ୍ବା ୬ ଫିଟ ୫ ଇଞ୍ଚ ଏବଂ ମା’ ଙ୍କ ଲମ୍ବା ୬ ଫିଟ ୧ ଇଞ୍ଚ।

odia sambada
Comments (0)
Add Comment