ମଝି ଆକାଶରେ କ୍ରାସ୍‌ ହେଲା ବିମାନ, ୧୩୩ ଯାତ୍ରୀ ଥିଲେ

ଯାତ୍ରୀବାହୀ ବିମାନ ମଝି ଆକାଶରେ ହେଲା ଦୁର୍ଘଟଣାଗ୍ରସ୍ତ। ଚୀନ୍‌ର ବୋଇଂ ୭୩୭ ବିମାନଟିରେ ନିଆଁ ଲାଗିଯାଇଛି। ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୧୩୩ ଜଣ ଯାତ୍ରୀ ଥିଲେ। ତେବେ ଏହି ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ଆଜି ସକାଳେ ବିମାନଟି ଉଡାଣ ଭରିବାର କିଛି ସମୟ ପରେ ଏକ ପାହାଡରେ ଯାଇ ପିଟି ହୋଇଯାଇଥିଲା ଓ ପରେ ବିମାନଟିରେ ନିଆଁ ଲାଗିଯାଇଥିଲା। ଫଳରେ ଏକ ବଡ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ବିମାନଟି କୁମିଂରୁ ଗୁଆଁଝୋଁ ଯାତ୍ରା କରୁଥିବା ସମୟରେ ଗୁଆଙ୍ଗସି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

MU 5735 ବିମାନ ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶର କୁନମିଙ୍ଗ ସହରର ଚାଙ୍ଗସୁଇ ବିମାନବନ୍ଦରରୁ ଦିନ ୧ଟା ୧୫ରେ ଉଡାଣ ଭରିଥିଲା। ଏହା ଗୁଆଙ୍ଗଡୋଙ୍ଗ୍ ପ୍ରଦେଶର ଗୁଆଙ୍ଗଜୋରେ ଦିନ ୩ଟା ସୁଦ୍ଧା ପହଞ୍ଚିବାର ଥିଲା। କିନ୍ତୁ ଏହା ପୂର୍ବରୁ ଏହି ବିମାନଟି ଦୁର୍ଘଟଣା ଘଟିଥିଲା। ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁସାରେ, ସେଠାରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

odia sambada
Comments (0)
Add Comment