ଗ୍ରାହକମାନଙ୍କୁ ମାଗଣାରେ ୨ ଲକ୍ଷ ଟଙ୍କା ଦେଉଛି SBI, ଏମିତି ଉଠାନ୍ତୁ ଫାଇଦା

ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ନିଜର ଗ୍ରାହକମାନଙ୍କ ପାଇଁ ଖୁସି ଖବର ଆଣିଚି। ଗ୍ରାହକମାନଙ୍କୁ ମାଗଣାରେ ଏସବିଆଇ ୨ ଲକ୍ଷ ଟଙ୍କା ସୁବିଧା ପ୍ରଦାନ କରୁଅଛି। ରୁପେ ଡେବିଟ କାର୍ଡ ବ୍ୟବହାର କରି ସମସ୍ତ ଜନ-ଧନ ଆକାଉଣ୍ଟଧାରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଆକ୍ସିଡେଣ୍ଟାଲ କଭର ପ୍ରଦାନ କରୁଅଛି। ତେବେ ଆସନ୍ତୁ ଏହାର ପୁରା ପ୍ରକ୍ରିୟା ବିଷୟରେ ଜାଣିବା।

ଏସବିଆଇ ନିଜର ଗ୍ରାହକମାନଙ୍କୁ ଜନଧନ ଆକାଉଣ୍ଟ ଖୋଲିବାର ଅବଧି ଅନୁସାରେ ବୀମା ରାଶି ସ୍ଥିର କରିବ। ୨୮ ଅଗଷ୍ଟ ୨୦୧୮ ମସିହା ପର୍ଯ୍ୟନ୍ତ ଖୋଲାଯାଇଥିବା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଆକାଉଣ୍ଟ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଅଧୀନରେ ରୁପେ କାର୍ଡ ଉପରେ ୧ ଲକ୍ଷ ଟଙ୍କା ବୀମା ରାଶି ଦିଆଯିବ । ୨୮ ଅଗଷ୍ଟ ୨୦୧୮ ପରେ ଦିଆଯାଇଥିବା ରୁପେ କାର୍ଡରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ୍ କଭର ଦିଆଯିବ।

ଏହି ଆକାଉଣ୍ଟ ଧାରକଙ୍କୁ ମିଳିବ ଲାଭ:-

ଜନଧନ ଆକାଉଣ୍ଟଧାରୀଙ୍କୁ ରୁପେ କାର୍ଡ ଅଧୀନରେ ଆକ୍ସିଡେଣ୍ଟାଲ୍ ଡେଥ୍ ଇନସୁରାନ୍ସର ଲାଭ ସେତେବେଳେ ମିଳିବ, ଯେତେବେଳେ ବୀମାଭୁକ୍ତ ବ୍ୟକ୍ତିଙ୍କର ଦୁର୍ଘଟଣା ହେବାର ୯୦ ଦିନ ପୂର୍ବରୁ, ଇଣ୍ଟ୍ରା କିମ୍ବା ଇଣ୍ଟର ବ୍ୟାଙ୍କରେ ଯେକୌଣସି ଚ୍ୟାନେଲରେ ସଫଳ ଆର୍ଥିକ କିମ୍ବା ଅଣ-ଆର୍ଥିକ କାରବାର କରିଥିବେ। ଏହି କ୍ଷେତ୍ରରେ ଆପଣଙ୍କୁ ରାଶି ପ୍ରଦାନ କରାଯିବ।

ଦାବି ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ କ୍ଲେମ ଫର୍ମକୁ ପୂରଣ କରିବାକୁ ପଡିବ। ଏହା ସହ, original Death Certificate, fir ର origina ସାର୍ଟିଫିକେଟ କପିକୁ ସଂଲଗ୍ନ କରିବାକୁ ପଡିବ। ପୋଷ୍ଟ ମର୍ଟମ ରିପୋର୍ଟ ଏବଂ FSL ରିପୋର୍ଟ, ଆଧାର କାର୍ଡ କପି ମଧ୍ୟ ରହିବା ଉଚିତ। କାର୍ଡଧାରୀଙ୍କ ସହିତ RuPay କାର୍ଡ ଥିବା ଆଫିଡେଭିଟ୍ ବ୍ୟାଙ୍କ ଷ୍ଟାମ୍ପ ପେପରରେ ଦେବାକୁ ପଡିବ। ୯୦ ଦିନ ମଧ୍ୟରେ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ। ନୋମିନିର ନାମ ଏବଂ ବ୍ୟାଙ୍କ ବିବରଣୀ ପାସବୁକର କପି ସହ ଦାଖଲ କରିବାକୁ ପଡିବ।

ଆସନ୍ତୁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ଆପଣଙ୍କୁ ଏଥିପାଇଁ ଜାଣିବା ଦରକାର

୧। ବୀମା ଫର୍ମ।

୨। ମୃତ୍ୟୁ ପ୍ରମାଣପତ୍ର।

୩। କାର୍ଡଧାରୀ ଏବଂ ନାମାଙ୍କିତ ବ୍ୟକ୍ତିଙ୍କର ଆଧାର।

୪। ଯଦି ମୃତ୍ୟୁ କିଛି ଅନ୍ୟ କାରଣରୁ ହୋଇଛି, ତେବେ ରାସାୟନିକ ବିଶ୍ଲେଷଣ କିମ୍ବା ଏଫଏସଏଲ ରିପୋର୍ଟ ସହିତ ପୋଷ୍ଟମର୍ଟମର କପି ଆବଶ୍ୟକ।

୫। ଦୁର୍ଘଟଣାର ଏଫଆଇଆର କିମ୍ବା ପୋଲିସ୍ ରିପୋର୍ଟର ମୂଳ ବା ପ୍ରମାଣିତ କପି ଆବଶ୍ୟକ।

୬. ବ୍ୟାଙ୍କ ଅଧିକାରୀଙ୍କର ନାମ ଏବଂ ଇମେଲ୍ ଆଇଡି।

odia sambada
Comments (0)
Add Comment