ଆଇପିଏଲ ୨୦୨୨: ୧୪ଟି ସିଜିନରେ KKR ଖାତାରେ ମାତ୍ର ଗୋଟିଏ ଶତକ, ଜାଣନ୍ତୁ କେଉଁ ଦଳ ନାମରେ ରହିଛି କେତୋଟି ଶତକ ?

କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି । କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ । ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି । ଆଇପିଏଲ ଖେଳ ଦେଖିବା ପାଇଁ ସମସ୍ତେ ଉତ୍ସାହିତ । ଆଗକୁ ଆସୁଛି ଆଇପିଏଲ ।

ତେବେ ଇଣ୍ଡିଆନ ପ୍ରିମିୟର ଆଇପିଏଲର ମାହଲ୍ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ଖେଳ ପ୍ରେମୀ ମାନେ ଏହାକୁ ନେଇ ବହୁତ୍ ଖୁସି ମଧ୍ୟ ଅଛନ୍ତି । ଆଇପିଏଲ ରେ ଖେଳୁଥିବା ସମୟ ରେ ଅନେକ ଶତକ ରହିଛି ଯାହା ଦର୍ଶକ ଙ୍କ ହୃଦୟ ଜିତି ପାରିଛି ।

୨୦୦୮ରୁ ୨୦୨୧ ପର୍ଯ୍ୟନ୍ତ ହୋଇଥିବା ପ୍ରତ୍ୟେକ ଟି ମେଚ ରେ ଅନେକ ଶତକ ଦେଖିବାକୁ ମିଳିଛି । ଆପଣ ମାନେ ଜାଣିଛନ୍ତି କୁ କେଉଁ ଦଳ ଅଧିକ ଶତକ ହାସଲ କରିଛି ଓ କେଉଁ ଦଳ କମ୍ ଶତକ ରହିଛି । ଆସନ୍ତୁ ଜାଣିବା ସେହି ବିଷୟ ରେ । ଆଇପିଏଲ ଇତିହାସ ରେ ୬୦ ରୁ ଅଧିକ ଶତକ ହାସଲ କରିଛନ୍ତି ବ୍ୟାଟରମାନେ ।

ଏହି ଶତକ ଉପାର୍ଜନ କରୁଥିବା ସ୍ଥାନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ରହିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ନିମ୍ନରେ ରହିଛି । ରୟାଲ ଚ୍ୟାଲେଞ୍ଜର୍ସ- ୧୪ ,ପଞ୍ଜାବ କିଙ୍ଗ୍ସ-୧୩, ଦିଲ୍ଲୀକ୍ୟାପିଟାଲ୍ସ- ୧୦, ଚେନ୍ନାଇ ସୁପର କିଙ୍ଗ୍ସ- ୯ , ରାଜସ୍ଥାନ ରୟାଲ୍ସ- ୯, ମୁମ୍ବାଇ ଇଣ୍ଡିଆନ୍ସ- ୪ ,ସନରାଇଜର୍ସ ହାଇଦ୍ରାବାଦ- ୩,ସନରାଇଜର୍ସ ହାଇଦ୍ରାବାଦ- ୨,ରାଇଜିଂ ପୁଣେ ସୁପର ଜାୟଣ୍ଟସ- ୨,କୋଲକାତା ନାଇଟ୍ ରାଇଡର୍ସ- ୧ । ତେବେ ପ୍ରଥମେ କୋଲକାତା ନାଇଟ୍ ରାଇଡର୍ସ ଶତକ ଉପାର୍ଜନ କରିଥିଲେ । ୨୦୦୮ରେ ବ୍ରେଣ୍ଡନ ମ୍ୟାକୁଲମ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିଲେ । ମ୍ୟାକୁଲମ ୭୩ ବଲ୍‌ରୁ ୧୫୮ ରନର ଖେଳ ଖେଳିଥିଲେ । ବିରାଟ କୋହଲି ପାଞ୍ଚଟି ଶତକ ହାସଲ କରିଛି ।

odia sambada
Comments (0)
Add Comment