ବିଷ ଦେଇ ମାରିଦେବାର ଭୟ,ଏକ ହଜାର ବ୍ୟକ୍ତିଗତ କର୍ମଚାରୀଙ୍କୁ ବାହାରକଲେ ପୁଟିନ

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜର ବ୍ୟକ୍ତିଗତ କର୍ମଚାରୀମାନଙ୍କ ସହ ଜଡିତ ୧୦୦୦ ଲୋକଙ୍କୁ ବହିଷ୍କାର କରି ଦେଇଛନ୍ତି। ସେମାନଙ୍କ ସ୍ଥାନରେ ନୂତନ ଲୋକମାନଙ୍କୁ ନିଯୁକ୍ତି ଦିଆଯାଇଛି। ଋଷର ଗଣମାଧ୍ୟମ ଅନୁସାରେ ଖାଇବାର ବିଷ ଦେଇ ତାଙ୍କୁ ହତ୍ୟା କରିଦେବାର ପୁଟିନ ସନ୍ଦେହ କରୁଛନ୍ତି। ନିକଟରେ ଗୁପ୍ତଚରଙ୍କ ଇନପୁଟ ମିଳିବା ପରେ ପୁଟିନ ବର୍ତ୍ତମାନ ବହୁତ ଡରି ଯାଇଛନ୍ତି।

ରୁଷିଆ ଟିଭିରେ କଥାବାର୍ତ୍ତା କରି ଭ୍ଲାଦିମିର ପୁଟିନ କହିଥିଲେଯେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ତାଙ୍କ ବିରୋଧରେ ଋଷରେ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ ହୋଇପାରେ। କିଛି ଲୋକ ନାଗରିକ ବିରୋଧୀ ହୋଇ ତାଙ୍କ ବିରୁଦ୍ଧରେ ବର୍ତ୍ତମାନ ହତ୍ୟାର ଷଡଯନ୍ତ୍ର କରିପାରନ୍ତି।

ଡେଲି ବିଷ୍ଟ ସମ୍ପାଦକ କ୍ରେଗ କୋପେଟାସ କହିଛନ୍ତିଯେ ‘ତାଙ୍କୁ କୁହାଯାଇଛିକି ଖାଦ୍ୟରେ ବିଷ ଦେଇ ମାରିଦେବାର ପୁଟିନଙ୍କୁ ସନ୍ଦେହ ରହିଛି। ସେ କହିଛନ୍ତିଯେ ଋଷରେ ହତ୍ୟା କରିବାର ସବୁଠାରୁ ସାଧାରଣ ପଦ୍ଧତି ହେଉଛି ବିଷ ଦେଇ ହତ୍ୟା କରିବା। ପୁଟିନଙ୍କ ଭୋଜନ ପୂର୍ବରୁ ତାଙ୍କର ଖାଦ୍ୟ ପରୀକ୍ଷା କରାଯାଏ। ତେବେ ପୁଟିନ ତାଙ୍କର ବ୍ୟକ୍ତିଗତ କର୍ମଚାରୀଙ୍କ ୧୦୦୦ ଲୋକଙ୍କୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରି ଦେଇଛନ୍ତି। ବହିଷ୍କୃତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ରୋଷେଇଆ ଏବଂ ବ୍ୟକ୍ତିଗତ ସଚିବ ମଧ୍ୟ ଅଛନ୍ତି।

ଋଷକୁ ସାହାଯ୍ୟ କରିବାକୁ ନେଇ ଚୀନ୍‌କୁ ଧମକ ଦେଇଛି ଆମେରିକା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନପିଙ୍ଗଙ୍କୁ ଚେତାବନୀ ଦେଇଛନ୍ତିକି ଯଦି ୟୁକ୍ରେନ ସହର ଉପରେ ଭୟଙ୍କର ଆକ୍ରମଣ କରୁଥିବା ଋଷକୁ ସହାୟତା କରିବାକୁ ଚୀନ୍ ନିଷ୍ପତ୍ତି ନେବ, ତେବେ ଏହା ବେଜିଂ ପାଇଁ ପ୍ରଭାବ ପକାଇବ। ପ୍ରାୟ ୧୧୦ ମିନିଟ୍ ପାଇଁ ଏକ ଭିଡିଓ କଲ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା। ବାର୍ତ୍ତାଳାପରେ ଆମେରିକା-ଚୀନ୍ ସମ୍ପର୍କ, ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଋଷ ଉପରେ ପ୍ରତିବନ୍ଧକ ସମେତ ଆକ୍ରମଣକୁ ରୋକିବା ଏବଂ ଜବାବ ଦେବା ଲକ୍ଷ୍ୟରେ ବାଇଡେ ନ ବର୍ଣ୍ଣନା କରିଛନ୍ତି। ଯଦି ଚାଇନା ଋଷକୁ ସାହାଯ୍ୟ କରେ ତେବେ ଚୀନ କେଉଁ ପରିଣାମ ଭୋଗିବ ବୋଲି ହ୍ୱାଇଟ ହାଉସର ଜଣେ ଅଧିକାରୀ କହିବାକୁ ମନା କରି ଦେଇଛନ୍ତି। ଚାଇନା ବର୍ତ୍ତମାନ ପର୍ଯ୍ୟନ୍ତ ଋଷକୁ ନିନ୍ଦା କରିବା ଠାରୁ ଦୂରେଇ ରହିଛି।

odia sambada
Comments (0)
Add Comment