ଭୟଙ୍କର ବିସ୍ଫୋରଣରେ ଦୋହଲିଲା ପାକିସ୍ତାନ,ପାକିସ୍ତାନର ଅସ୍ତ୍ର ଡିପୋରେ ବିସ୍ଫୋରଣ

ଭୟଙ୍କର ବିସ୍ଫୋରଣରେ ପାକିସ୍ତାନ ଦୋହଲିଗଲା। ସିଆଲକୋଟର କ୍ୟାଣ୍ଟୋମେଣ୍ଟ ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବାର ଶୁଣାଯାଇଛି। ଏଠାରେ ଏକ ସିରିଜ ବିସ୍ଫୋରଣ ହୋଇଛି। ପାକିସ୍ତାନ ସିଆଲକୋଟ ସ୍ଥିତ ମିଲିଟାରୀ ବେସ୍‌ରେ ଥିବା ଅସ୍ତ୍ର ଡିପୋରେ ଏହି ବିସ୍ଫୋରଣ ହୋଇଥିବାର କୁହାଯାଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲାଯେ ଏହା ପଞ୍ଜାବର ଛାୱନୀ ଅଞ୍ଚଳ ପର୍ଯ୍ଯନ୍ତ ଶୁଣିବାକୁ ମିଳିଥିଲା।

ପ୍ରାରମ୍ଭିକ ସୂଚନା ଅନୁଯାୟୀ ସିଆଲ୍‌କୋଟ ସ୍ଥିତି ମିଲିଟାରୀ ବେସ୍‌ରେ ଏହି ବିସ୍ଫୋରଣ ହୋଇଛି। ସେଠାରେ ଥିବା ଏକ ଗୋଳା ବାରୁଦ ଡିପୋରେ ଭୟଙ୍କର ଧରରଣ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ପର୍ଯ୍ଯନ୍ତ ବିସ୍ଫୋରଣ ପଛର ପ୍ରକୃତ କାରଣ ସଠିକ ଭାବରେ ଜଣାପଡିନାହିଁ।

ସେପଟେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଅନ୍ୟପଟେ ପାକିସ୍ତାନ ତରଫରୁ ମଧ୍ୟ ବର୍ତ୍ତମାନ ପର୍ଯ୍ଯନ୍ତ ଏହି ଘଟଣା ନେଇ କୌଣସି ପ୍ରକାର ସୂଚନା ମିଳିନାହିଁ। ଏଥିସହିତ ବିସ୍ଫୋରଣ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରାଯାଉଅଛି। ଏହି ଭିଡିଓଗୁଡିକରେ, ଭୟଙ୍କର ଅଗ୍ନିକାଣ୍ଡ ସହ ଧୂଆଁ ସାମରିକ ବେସର ଉଠୁଥିବା ଦେଖିବାକୁ ମିଳିଛି।

ତେବେ ପାକିସ୍ତାନର ଏଭଳି ବିସ୍ଫୋରଣ ହେବା କୌଣସି ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ବଲୁଚ ବିଦ୍ରୋହୀମାନେ ସେନା ବେସ୍‌ଗୁଡିକ ଉପରେ ଅନେକ ଥର ଟାର୍ଗେଟ କରିଥିଲେ। ଏଥିରେ ଅନେକ ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା।

ସୂଚନା ଅନୁସାରେ ଯେଉଁ ସିଆଲକୋଟ ସାମରିକ ବେସ ଉପରେ ବର୍ତ୍ତମାନ ବିସ୍ଫୋରଣ ହୋଇଛି ​​ତାହା ମୁଖ୍ୟ ସହର ସହ ଲାଗିଥିବା ସିଆଲକୋଟ କ୍ୟାଣ୍ଟ ଅଞ୍ଚଳରେ ଆସିଥାଏ। ସିଆଲକୋଟ କ୍ୟାଣ୍ଟ ଅଞ୍ଚଳ ହେଉଛି ପାକିସ୍ତାନର ସର୍ବ ପୁରାତନ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଅଟେ। ଏହା ୧୮୫୨ ମସିହାରେ ବ୍ରିଟିଶ ଭାରତୀୟ ସେନା ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା।

odiasambada
Comments (0)
Add Comment