କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ,ଖାଇବା ତେଲ ଦର ଉପରେ ଲାଗିବ ବଡ଼ ରୋକ !

ଗତ କିଛି ସପ୍ତାହରୁ ରିଫାଇଣ୍ଡ ଅଏଲର ଦର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏମିତିକି ପ୍ରତିଲିଟର ପିଛା ୨୫ ଟଙ୍କା ବଢ଼ିଥିବା ସମୟରେ ବାଦାମ ତେଲର ଦର ୨୦ ରୁ ୩୦ ଟଙ୍କା ପ୍ରତି କିଲୋ ଦରରେ ବଢ଼ିବାକୁ ଲାଗିଛି। କୁହାଯାଉଛିକି ଆଗକୁ ମଧ୍ୟ ଏହାର ଦର ଆହୁରି ବଢ଼ିପାରେ। ଲଗାତାର ଭାବରେ ଖାଇବା ତେଲ ଦର ବଢ଼ିବା ହେତୁ ବର୍ତ୍ତମାନ ସମସ୍ତଙ୍କର ଚିନ୍ତା ବଢ଼ିଗଲାଣି। ଏମିତିରେ ଲୋକମାନେ ଖାଇବେ କଣ ଆଉ ବଞ୍ଚିବେ କେମିତି?

ଲୋକମାନଙ୍କର ଏହି ସୁବିଧା ପାଇଁ ସବୁ ପ୍ରକାର ନିଷ୍ପତ୍ତି ନିଆଯାଉଥିଲେ ମଧ୍ୟ ମୌଳିକ ଆବଶ୍ୟକତାକୁ ଦେଖିଲେ କିଛି ମଧ୍ୟ କମ୍ପ୍ରମାଇସ୍‌ କରିହୋଇନଥାଏ। କାରଣ ବଞ୍ଚିବା ପାଇଁ ଖାଦ୍ୟର ବହୁତ ଆବଶ୍ୟକତା ରହିଛି। ଆଉ ଏଥିରେ ତେଲର ଦର ମାଡ ଲୋକମାନଙ୍କ ପକେଟରୁ ମାଡ ପକାଉଛି। ସାଧାରଣ ଜନତା ବର୍ତ୍ତମାନ କରିବେ କଣ ବୋଲି ଅନେକ ପ୍ରଶ୍ନ ମଧ୍ୟ କରୁଛନ୍ତି।

ତେବେ ଆମେ ମଧ୍ୟ ଜାଣିଛେକି ଋଷ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ମଧ୍ୟ ଏହା ପଛର ଏକ ବଡ଼ କାରଣ ଅଟେ। ତେବେ କେହି କିଛି କରିପାରିବେ ନାହିଁ। ପ୍ରଭାବ ପଡ଼ିବା କଥା ତାହା ନିଶ୍ଚିତ ପଡ଼ିବ। ଆଉ ଲୋକମାନେ ଏଥିରେ ପ୍ରଭାବିତ ମଧ୍ୟ ହେବେ। ଏମିତି ମଧ୍ୟ କୁହାଯାଉଛିକି ଆଗକୁ ମଧ୍ୟ ତେଲର ଦର ଆହୁରି ବଢ଼ିପାରେ।

ହୋଲି ପୂର୍ବରୁ ଖାଇବା ତେଲର ଦର ଏପରି ଭାବରେ ବଢ଼ୁଛି ଲୋକ କିଣିବା ପାଇଁ ଡ଼ରୁଛନ୍ତି। ଏହି ସମସ୍ୟା ରୋଷେଇ ବଜେଟକୁ ଯେମିତି ଦୋହଲାଇ ଦେଇଛି। ତେବେ ଏହି ସମସ୍ୟା ଦେଖି କେନ୍ଦ୍ର ସରକାର ବର୍ତ୍ତମାନ ନୂଆ ନିଷ୍ପତ୍ତି ନେବା ପାଇଁ ଯାଉଛନ୍ତି। କେନ୍ଦ୍ର ସରକାର ତେଲ ଦରକୁ କମାଇବା ପାଇଁ ରାଜ୍ୟମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ଏହା ସହିତ ତେଲ ଉତ୍ପାଦନ କରୁଥିବା କମ୍ପାନୀ ସହ ମଧ୍ୟ ଏହା ସମ୍ପର୍କରେ କଥା ହୋଇଥିବାର ଶୁଣିବାକୁ ମିଳିିଛି।

ବର୍ତ୍ତମାନ ସରକାର ତେଲର ଦର ବୃଦ୍ଧିକୁ ନେଇ ଆକ୍ସନ ମୋଡରେ ଅଛନ୍ତି। କେନ୍ଦ୍ର ରାଜ୍ୟର Enforcement Machinery ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଦରବୃଦ୍ଧିକୁ ରୋକିବା ପାଇଁ କଡା ପଦକ୍ଷେପ ମଧ୍ୟ ନେବାକୁ କହିଛନ୍ତି। ବ୍ୟାପାରୀମାନଙ୍କଠୁ ସାମାନ୍ୟଠୁ ବହୁତ ଅଧିକ ଜିନିଷ ଏକାଠି କରିବା ଏବଂ ଦରଦାମ ବୃଦ୍ଧି କରିବା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ରାଜ୍ୟକୁ ଜିଲ୍ଲା ସ୍ତରରେ ମଧ୍ୟ ତଦାରଖ କରାଯିବ।

ଋଷ-ୟୁକ୍ରେନ ଯୁଦ୍ଧରେ ସନଫ୍ଲାଓାର ଅଏଲ, ପାମୋଲିନ ଅଏଲ ଏବଂ ସୋୟାବିନ ଅଏଲର ମଧ୍ୟ ଦର ବୃଦ୍ଧି ଘଟିଛି। ୟୁକ୍ରେନ ସମେତ ଇଣ୍ଡୋନେସିଆ ଏବଂ ଦକ୍ଷିଣ ଆମେରିକାରେ ଫସଲକୁ ନଷ୍ଟ ହେବାର ଚିନ୍ତାର କାରଣ ହୋଇଛି। ତେବେ ତେଲର ଦର ମାସକ ମଧ୍ୟରେ ୧୨୫ ଟଙ୍କାରୁ ବଢ଼ି ୧୭୦ –୧୮୦ ହୋଇଯାଇଛି। ଆଗାମୀ ମେ ଓ ଜୁନ ମାସରେ ଏହାର ଦର ଆହୁରି ବୃଦ୍ଧି ହେବାର ଆଶଙ୍କା ରହିଛି। ଯାହାର ମାତ୍ରା ଆହୁରି ଅଧିକ ହୋଇପାରେ।

odia sambada
Comments (0)
Add Comment