ଫୁଟବଲ ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମର ପାଚେରୀ ଭୁଶୁଡିଲା, ୨୦୦ ଜଣ ଆହତ: ଭିଡିଓକୁ ଦେଖିଲେ ଥରି ଉଠିବ ଛାତି

ଉତ୍ତର କେରଳ ଜିଲ୍ଲାର ବନ୍ଦୁର ନିକଟ ମଲାପୁରମଠାରେ ଥିବା ଏକ ଫୁଟବଲର ଷ୍ଟାଡିୟମରେ ଅସ୍ଥାୟୀ ଭାବରେ ନିର୍ମିତ ଗ୍ୟାଲେରୀ ଭୁଶୁଡିବା ଯିବାରୁ ୨୦୦ ଜଣ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଫୁଟବଲ ମ୍ୟାଚରେ ଚାଲୁଥିବା ସମୟରେ ହୋଇଥିଲା। ଶନିବାର ଦିନ ବିଳମ୍ବିତ ରାତିରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମସ୍ତ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିବା ସମୟରେ ପୋଲିସ ତରଫରୁ ତଦନ୍ତ ଆରମ୍ଭ ହୋଇଛି। ପୁଙ୍ଗୋଡୁରୁ ନିକଟରେ ଥିବା ଏହି ଷ୍ଟାଡିୟମରେ ପ୍ରାୟ ୨୦୦୦ ଜଣ ଦର୍ଶକ ବସିବା ଭଳି ଅସ୍ଥାୟୀ ଗ୍ୟାଲେରି ନିର୍ମାଣ କରାଯାଇଥିଲା। ଷ୍ଟାଡିୟମ ନିକଟବର୍ତ୍ତୀ ଗାଁ ଗୁଡିକରେ ଫୁଟବଲ ପ୍ରିୟ ଦର୍ଶକ ହୋଇଥିବାରୁ ଖେଳ ଦେଖିବାକୁ ବହୁତ ଭିଡ଼ ହୋଇଥିଲା।

ରାତି ପ୍ରାୟ ୯ଟାରେ ଦୁଇଟି ଯାକ ଆଞ୍ଚଳିକ ଦଳର ମ୍ୟାଚ ଚାଲିଥିବା ସମୟରେ ପାଖ ଗାଁର ବହୁ ଲୋକ ଗ୍ୟାଲେରିରେ ବସି ଫୁଟବଲ ଖେଳ ଉପଭୋଗ କରୁଥିଲେ। ଏହି ସମୟରେ ହଠାତ ଗ୍ୟାଲେରିଟି ଭାଙ୍ଗି ଯାଇଥିଲା। ଦୁର୍ଘଟଣା ଘଟିବା ପରେ ଚାରିଆଡେ ଲୋକମାନେ ଦୌଡଧାପଡ କରିବାକୁ ଆରମ୍ଭ କରିଦେଇଥିଲେ। ତେଣୁ ଏତେ ସଂଖ୍ୟକ ଲୋକ ଆହତ ହୋଇଥିବାର ଜଣାପଡିଛି। ଷ୍ଟାଡିୟମରେ ଥିବା ଲାଇଟପୋଷ୍ଟ ମଧ୍ୟ ଭୁଶୁଡି ଯାଇଛି।

ସୂଚନା ଅନୁସାରେ,ମଲାପୁରମରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହୋଇଥିଲା। ଯାହା ଯୋଗୁଁ ଏହି ପାଚେରୀ ଭୁଶୁଡୁଥିବାର ଅନୁମାନ କରାଯାଉଛି। ପୋଲିସ କହିବା ଅନୁସାରେ, ଏହି ଦୁର୍ଘଟଣା ସମୟରେ ଷ୍ଟାଡିୟମରେ ଜଣାଶୁଣା ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ।

odia sambada
Comments (0)
Add Comment