୧୬ ବର୍ଷର କ୍ରିକେଟ କ୍ୟାରିଅରରେ ଏହି ଭାରତୀୟ ଖେଳାଳି କେବେ ହେଲେ ବି ଗୋଟିଏ ନୋ ବଲ ପକାଇ ନାହାଁନ୍ତି, ଜାଣନ୍ତୁ ସେହି ଖେଳାଳି କିଏ ?

କ୍ରିକେଟ ଖେଳରେ ଯେତିକି ରୋଲ ଗୋଟିଏ ବ୍ୟଟ୍ସମ୍ୟାନ ରଖିଥାଏ ସେତିକି ଜଣେ ବୋଲର ମଧ୍ୟ ରଖିଥାଏ। ବ୍ୟଟ୍ସମ୍ୟାନର ଲକ୍ଷ୍ୟ ରନ ସଂଗ୍ରହ କରିବା ଉପରେ ଥିବାବେଳେ ବୋଲର ଉଇକେଟ ନେଇ ରନ ଚାପିବାର ଲକ୍ଷ୍ୟ ରଖିଥାଏ। ଏହାମଧ୍ୟରେ ବୋଲର କିଛିଟା ଭୁଲ କରିଥାଏ ସେ ନୋ ବଲ ଓ ୱାଇଡ଼ ବଲ ପକାଇ ରନ ବ୍ୟୟ କରିଥାଏ। କଣ ଆପଣ ଜାଣନ୍ତି କି, ଦୁନିଆରେ ଏମିତି କିଛି ବୋଲର ଅଛନ୍ତି ଯିଏକି ନିଜ କ୍ୟାରିଅରରେ ବିଲକୁଲ ନୋ ବଲ ପକାଇ ନାହାଁନ୍ତି ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ନାମ ମଧ୍ୟ ଆସୁଛି।

ଏହି ଖେଳାଳି ପକାଇ ନାହାଁନ୍ତି ଗୋଟିଏ ବି ନୋ ବଲ:-

ଆଜ୍ଞା ହଁ, ଆମେ କଥା ହେଉଛୁ ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ଓ 1983 ମସିହାରେ ଭାରତକୁ ବିଶ୍ୱକପ ଜିତାଇଥିବା ଖେଳାଳି କପିଳ ଦେବଙ୍କ ବିଷୟରେ। ସେ ନିଜର 1978 ରୁ 94 ମସିହା ପର୍ଯ୍ୟନ୍ତ 16 ବର୍ଷର କ୍ୟାରିଅରରେ ଗୋଟିଏ ବି ନୋ ବଲ ପକାଇ ନାହାଁନ୍ତି। କପିଳ ଜଣେ ଦ୍ରୁତ ବୋଲର ଅଟନ୍ତି ଓ ସେ ଏହି ଭୁଲ କେବେବି କରିନାହାଁନ୍ତି। ଏମିତି କରିବାରେ ସେ ଏକମାତ୍ର ଭାରତୀୟ ମଧ୍ୟ ଅଟନ୍ତି।

ଭାରତକୁ ଜିତାଇଲେ ବିଶ୍ୱକପ:-

ଭାରତକୁ 1983 ମସିହାରେ ବିଶ୍ୱକପ ଜିତାଇଥିବା ଅଧିନାୟକ କପିଳ ଦେବ ନିଜର କ୍ୟାରିଅରରେ ଗୋଟିଏ ବି ନୋ ବଲ ପକାଇ ନାହାଁନ୍ତି। କପିଳ ଦେବ ନିଜ କ୍ୟାରିଅରରେ 131 ଟେଷ୍ଟ 225 ଦିନିକିଆ ଖେଳିଥିଲେ। ସେ ଉକ୍ତ ମ୍ୟାଚରୁ 5248 ଓ 3783 ରନ ବନାଇଲେ। ସେହିପରି ତାଙ୍କ ନାମରେ 434 ଟେଷ୍ଟ ଉଇକେଟ 253 ଦିନିକିଆ ଉଇକେଟ ନେଇଛନ୍ତି। କପିଳଙ୍କ ଭଳି ଅଲ ରାଉଣ୍ଡର ଆଜି ଯାଏଁ ଭାରତରେ ଜନ୍ମ ହୋଇ ନାହାଁନ୍ତି।

ଏହି ବୋଲରଙ୍କ ନାମରେ ରହିଛି ଏହି ରେକର୍ଡ:-

କପିଳ ଦେବଙ୍କ ବ୍ୟତୀତ ଦୁନିଆରେ ଆଉ ଏହିପରି 4 ଜଣ ବୋଲର ଅଛନ୍ତି ଯିଏକି ନିଜ କ୍ୟାରିଅରରେ କେବେ ନୋ ବଲ ପକାଇ ନାହାଁନ୍ତି। ଏହି ଲିଷ୍ଟରେ ୱେଷ୍ଟଇଣ୍ଡିଜ ର ପୂର୍ବ କ୍ରିକେଟର ଲାନ୍ସ ଗିବ୍ସ, ଅଷ୍ଟ୍ରେଲିଆର ଡେନିସ ଲିଲି, ଇଂଲଣ୍ଡର ପ୍ରସିଦ୍ଧ ଅଲ ରାଉଣ୍ଡର ଇଆନ ବୋଥାମ, ପାକିସ୍ତାନର ସବୁଠାରୁ ସଫଳ ଅଧିନାୟକ ଇମ୍ରାନ ଖାନ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି। ଆଜିର ଯୁଗରେ ତ ଏମିତି କେହି ନଥିବେ ଯିଏକି ନୋ ବଲ ନପକାଉଥିବ।

odia sambada
Comments (0)
Add Comment