SBI ଗ୍ରାହକମାନଙ୍କ ପାଇଁ ଜରୁରୀ ସୂଚନା ! ମାର୍ଚ୍ଚ ୩୧ ପୂର୍ବରୁ ଏହି ସବୁ କାମ ସାରିଦିଅନ୍ତୁ , ନଚେତ ଆପଣଙ୍କ ଏହି ସେବା ବନ୍ଦ ହୋଇଯିବ !

ଆପଣ ଯଦି ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ବ୍ୟାଙ୍କର ଜଣେ ଆକାଉଣ୍ଟଧାରୀ ଅଟନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ସୂଚନା। ବ୍ୟାଙ୍କ ଏହାର ସମସ୍ତ ଗ୍ରାହକମାନଙ୍କୁ ଟ୍ୱିଟ୍ କରି କହିଛିକି ଯଥାଶୀଘ୍ର ସେମାନଙ୍କର ଆକାଉଣ୍ଟ ସହ ଜଡିତ ସମସ୍ତ କାର୍ଯ୍ୟ ସାରିଦେବା ଉଚିତ। ନଚେତ୍ ବ୍ୟାଙ୍କ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା ପରେ ସମ୍ପୂର୍ଣ ରୂପରେ ବନ୍ଦ ହୋଇପାରେ। ବ୍ୟାଙ୍କ ଗ୍ରାହକମାନଙ୍କୁ କହିଛିଯେ ୩୧ ମାର୍ଚ୍ଚ ୨୦୨୨ ପୂର୍ବରୁ, ଆପଣଙ୍କର ପ୍ୟାନ କାର୍ଡକୁ ଆଧାର ସହିତ ଲିଙ୍କ କରିବା ଉଚିତ। ଏହି ସମୟସୀମା ପର୍ଯ୍ୟନ୍ତ ଯେଉଁମାନେ ଏହି କାମକୁ ସମ୍ପୂର୍ଣ ରୂପରେ ନକରନ୍ତି, ସେମାନଙ୍କର ବ୍ୟାଙ୍କ ସେବା ସମ୍ପୂର୍ଣ ରୂପରେ ବନ୍ଦ ହୋଇପାରେ। ବ୍ୟାଙ୍କ କହିଛିକି ଏଥିରେ ତାଙ୍କର ବଡ଼ କ୍ଷତି ମଧ୍ୟ ହୋଇପାରେ।

ଇନକମ ଟ୍ୟାକ୍ସ ନିୟମ ଅନୁସାରେ ପ୍ୟାନକୁ ଆଧାର କାର୍ଡ ସହ ସଂଯୋଗ କରିବା ବର୍ତ୍ତମାନ ସମୟରେ ବାଧ୍ୟତାମୂଳକ ହୋଇଛି। ଏପରି ସ୍ଥିତିରେ, ଯଦି କେହି ତାଙ୍କ ପାନ୍କୁ ଆଧାର ସହ ଲିଙ୍କ କରିନାହାଁନ୍ତି, ତେବେ ତାଙ୍କର ପାନ କାର୍ଡ ସମ୍ପୂର୍ଣ ରୂପରେ ଅବୈଧ ହୋଇଯିବ। ଅନ୍ୟପକ୍ଷରେ, ଅସୁବିଧାକୁ ଏଡାଇବା ପାଇଁ ପ୍ୟାନ କାର୍ଡ ଏବଂ ଆଧାର କାର୍ଡକୁ ଯଥାଶୀଘ୍ର ଲିଙ୍କ କରିବା ପାଇଁ ଏସବିଆଇ ଗ୍ରାହକଙ୍କୁ ସତର୍କ କରାଇଛି। ଅନ୍ୟଥା, ଯଦି ଏପରି ଗ୍ରାହକମାନଙ୍କର ପାନ କାର୍ଡର ବୈଧତା ନଥାଏ ତେବେ ବ୍ୟାଙ୍କ ବ୍ୟାଙ୍କିଙ୍ଗ ସେବାକୁ ମଧ୍ୟ ବନ୍ଦ କରିଦେବ।

ତେବେ ପାନ୍ କାର୍ଡ ଏବଂ ଆଧାର କାର୍ଡକୁ ସଂଯୋଗ କରିବାର ଶେଷ ସମୟ ସୀମା ପୂର୍ବରୁ ୩୦ ସେପ୍ଟେମ୍ବର ୨୦୨୧ ଥିଲା। ଲୋକମାନଙ୍କ ସୁବିଧା ପାଇଁ ଏହାକୁ ସରକାର ୩୧ ମାର୍ଚ୍ଚ ୨୦୨୨ କୁ ବୃଦ୍ଧି କରି ଦେଇଥିଲେ। ଏହାର ଅର୍ଥ ହେଉଛି ଯଦି ଆପଣ ଏହି ସମୟ ସୁଦ୍ଧା ଆପଣଙ୍କର ପାନ କାର୍ଡକୁ ଆଧାର ସହ ଲିଙ୍କ ନ କରନ୍ତି, ତେବେ ଆପଣଙ୍କର ବ୍ୟାଙ୍କିଙ୍ଗ ସେବା ସମ୍ପୂର୍ଣ୍ଣ ରୂପରେ ବନ୍ଦ ହୋଇଯିବ।

ପାନ କାର୍ଡ ଏବଂ ଆଧାର କାର୍ଡକୁ କିପରି ଲିଙ୍କ୍ କରିବେ:-

୧। ସର୍ବପ୍ରଥମେ ଆପଣ ଇନକମ ଟ୍ୟାକ୍ସ ୱେବସାଇଟ https://www.incometaxindiaefiling.gov.in/homeକୁ ଯାଆନ୍ତୁ।

୨। ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଏବଂ ଆଧାର ନମ୍ବରକୁ ଏଣ୍ଟର କରନ୍ତୁ।

୩। ଯଦି ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ଦିଆଯାଇଥାଏ ତେବେ ସ୍କାଆର୍ ରେ ଟିକ୍ କରନ୍ତୁ ।

୪। ବର୍ତ୍ତମାନ କ୍ୟାପଚା କୋଡକୁ ପ୍ରବେଶ କରନ୍ତୁ।

୫. ବର୍ତ୍ତମାନ ଲିଙ୍କ ଆଧାର ବଟନ ଉପରେ କ୍ଲିକ୍ କରନ୍ତୁ।

୬. ଆପଣଙ୍କର ପାନ୍ ଆଧାର ସହ ଲିଙ୍କ ହୋଇଯିବ।

ଆପଣମାନେ ଏସଏମଏସ୍ ଜରିଆରେ ମଧ୍ୟ ପାନ କାର୍ଡକୁ ଆଧାର ସହ ଲିଙ୍କ କରିପାରିବେ। ଏସଏମଏସ୍ ଜରିଆରେ ଫୋନ୍ ମାଧ୍ୟମରେ ଲିଙ୍କ୍ କରିବାକୁ ଚାହୁଁଥିଲେ ଆଲାନ ଫୋନରେ UIDPAN ଟାଇପ୍ କରି ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରନ୍ତୁ। ତା’ପରେ ୧୦ ଅଙ୍କ ବିଶିଷ୍ଟ ପାନ ନମ୍ବରକୁ ପ୍ରବେଶ କରନ୍ତୁ। ବର୍ତ୍ତମାନ ଷ୍ଟେପ୍ ୧ ରେ ୫୬୭୬୭୮ କିମ୍ବା ୫୬୧୬୧ ରେ ମେସେଜ ପଠାଇଦିଅନ୍ତୁ।

odia sambada
Comments (0)
Add Comment