୨୦୨୨ର ପ୍ରଥମ ବାତ୍ୟା,ଯାହାର ନାମ “ଅସନି”, ୨୧ରେ ସ୍ଥଳ ଭାଗରେ ହେବ ମାଡ଼ ! ଜାଣନ୍ତୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କଣ ରହିଛି ସମ୍ପୂର୍ଣ ସୂଚନା

ଚଳିତବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ବର୍ତ୍ତମାନ ଧୀରେ ଧୀରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଏହି ବାତ୍ୟାର ନାଁ ଅସନି ରଖାଯାଇଛି। ଶ୍ରୀଲଙ୍କା ତରଫରୁ ଏହାର ନାମକରଣ କରାଯାଇଛି। ବାତ୍ୟା ଅସନି ଆସନ୍ତା ମାସ ୨୧ ତାରିଖରେ ଆଣ୍ଡାମାନ ଓ ନିକୋବରରେ ଲ୍ୟାଣ୍ଡଫଲ କରିବ। ଏହାପରେ ଏହା ବାଂଲାଦେଶ ଓ ମିଆଁମାର ଆଡ଼କୁ ଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ମାସ ୨୧ ତାରିଖ ସୁଦ୍ଧା ଏହା ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ। ଦକ୍ଷିଣ ବଙ୍ଗୋପସାଗରର ଉପରେ ଥିବା ଏହି ଲଘୁଚାପ କ୍ଷେତ୍ରଟି ଧୀରେଧୀରେ ପୂର୍ବ-ଉତ୍ତରପୂର୍ବ ଦିଗ ଆଡକୁ ଗତି କରୁଛି। ବର୍ତ୍ତମାନ ଏହାର ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଭାରତ ମହାସାଗରର ପୂର୍ବ ଭାଗରେ ସମାନ୍ତରଳ ଭାବରେ ରହିଛି।

ଏଠାରୁ ଏହା ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରି ସ୍ପଷ୍ଟ ଭାବରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ଶନିବାର ଦିନ ସକାଳ ସୁଦ୍ଧା ସ୍ପଷ୍ଟ ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ତମାନ ସମୁଦ୍ରରେ ପହଞ୍ଚିବ। ୨୦ ତାରିଖ ସକାଳ ସୁଦ୍ଧା ଏହା ଧୀରେ ଧୀରେ ଅବପାତର ରୂପ ନେଇ ଆଣ୍ତମାନ ଓ ନିକୋବର ଦ୍ୱୀପ ନିକଟରେ କେନ୍ଦ୍ରୀଭୂତ ହେବ। ମାର୍ଚ୍ଚ ମାସ ୨୧ ତାରିଖ ବେଳକୁ ଅଧିକ ସକ୍ରିୟ ହୋଇ ବାତ୍ୟା ଅସନିର ରୂପ ନେବ।

ଆଣ୍ଡାମାନ ଓ ନିକୋବରେ ମାଡ଼ ହେବା ପରେ ବାତ୍ୟା ଅସନି ଧୀରେ ଧୀରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ଓ ୨୨ ତାରିଖ ସକାଳ ସୁଦ୍ଧା ବାଂଲାଦେଶ ଓ ଉତ୍ତର ମିଆଁମାର ନିକଟରେ ଆସି ପହଞ୍ଚିବ। ବାତ୍ୟା ଆସିବାକୁ ଥିଲେ ହେଁ ସୁମଦ୍ର ବର୍ତ୍ତମାନ ପର୍ଯ୍ଯନ୍ତ ଅଶାନ୍ତ ହୋଇନାହିଁ। କିନ୍ତୁ ଆସନ୍ତା ୧୮ ତାରିଖ ବେଳକୁ ସମୁଦ୍ରରେ ବଡ଼ବଡ଼ ଜୁଆର ଆସିବାର ଆଶଙ୍କା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ବାତ୍ୟା ଅସନି ଆଣ୍ଡାମାନ ଓ ନିକୋବରରେ ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଏମିତି ଆଲର୍ଟ ଜାରି କରାଯାଇଛି। ସେହିପରି ଏଠାରେ ପ୍ରବଳରୁ ଅତି ପ୍ରବଳ ଓ ପବନର ବେଗ ମଧ୍ୟ ଅଧିକ ରହିବ।

odia sambada
Comments (0)
Add Comment