“ଶର୍ମିଷ୍ଠା ରାଉତ ମୋ’ ସ୍ତ୍ରୀକୁ ସାଙ୍ଗରେ ନେଇଯାଇଛି | ମୁଁ ତା’ର ପତ୍ତା ପାଉନି “

ଶର୍ମିଷ୍ଠା ରାଉତ ମୋ’ସ୍ତ୍ରୀକୁ ନିଜ ସାଙ୍ଗରେ ନେଇଯାଇଛି। ଗତ ୭ ତାରିଖ ଦିନ ସକାଳେ ଶର୍ମିଷ୍ଠା ଘରେ ପହଞ୍ଚିଥିଲା ଓ ମୋ ସ୍ତ୍ରୀକୁ ସେଥିରେ ନେଇ ଯାଇଛନ୍ତି। ଚାନ୍ଦବାଲି କହି କୁଆଡେ ଗଲେ। ହେଲେ ଆଜି ପର୍ଯ୍ୟନ୍ତ ମୁଁ ମୋ ସ୍ତ୍ରୀର ପତ୍ତା ପାଉନାହିଁ ବୋଲି ଭୁବନେଶ୍ୱର ଏୟାର ଫିଲ୍‌ଡ ଅଞ୍ଚଳର ଅରୁଣ କୁମାର ଭୋଇ ଗଣମାଧ୍ୟମକୁ କହିଛନ୍ତି।

ଭିଡିଓରେ ସେ ଏକ ବାର୍ତ୍ତା ଜାରି କରି କହିଛନ୍ତି, ଘରୁ ଯିବାର କିଛି ଦିନ ପୂର୍ବରୁ ସେମାନେ ଏକ ଚିପ ସମ୍ପର୍କରେ କଥା ହେଉଥିଲେ। ଏପରିକି ଆପହରା ସମ୍ବନ୍ଧରେ ମଧ୍ୟ କଥା ହେଉଥିଲେ। ମୋ ପତ୍ନୀ ଆଶ୍ରମ ଯିବାଆସିବା କରନ୍ତି। ସେଠାରେ ରହୁଥିବା ବୃଦ୍ଧ ଓ ବୃଦ୍ଧାମାନଙ୍କୁ ସେବା କରୁଥିଲା ବୋଲି ଅରୁଣ କହିଛନ୍ତି।

ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅରୁଣ ଚରିତ୍ର କିଏ? ପ୍ରକୃତରେ କଥା ହେଉଛିକି ଅରୁଣଙ୍କର ସ୍ତ୍ରୀ(ଯିଏ ବର୍ତ୍ତମାନ ନିଖୋଜ ଅଛନ୍ତି) ଗତ ୬ ମାସ ତଳେ ଶର୍ମିଷ୍ଠା ରାଉତଙ୍କ ଦୟାଲ ଆଶ୍ରମ୍‌ରେ କାମ କରୁଥିଲେ। ଶର୍ମିଷ୍ଠାଙ୍କର ମଧ୍ୟ ବର୍ତ୍ତମାନ କୌଣସି ଠିକଣା ମିଳୁନାହିଁ। ତାଙ୍କର ମୋବାଇଲ ବନ୍ଦ ରହିଛି। କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ ଓ ହତ୍ୟା ଖବର ପରଠାରୁ ଶର୍ମିଷ୍ଠାଙ୍କର ମଧ୍ୟ ପତ୍ତା ମିଳୁନଥିବା ସମୟରେ ତାଙ୍କ ସହ ସେ ଆତ୍ମଗୋପନ କରିଥାଇପାରନ୍ତି ସନ୍ଦେହ କରାଯାଉଛି। କାହିଁକି ନା ପୋଲିସ ତଦନ୍ତରୁ ଜଣାପଡ଼ିଛିକି, ମାନସ ହତ୍ୟା ମାମଲାରେ ବର୍ତ୍ତମାନ ପର୍ଯ୍ଯନ୍ତ ଆଉ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କ ସନ୍ଧାନ ମିଳୁନାହିଁ। ସେପଟେ ନିଖୋଜ ମହିଳାଙ୍କର ସ୍ୱାମୀ ଅରୁଣ କହିଛନ୍ତିକି, ଯଦି ତାଙ୍କର ପତ୍ନୀ ଦୋଷୀ, ତେବେ ତାଙ୍କୁ ମଧ୍ୟ ଦଣ୍ଡ ଦିଆଯାଉ।

କ୍ୟାମେରାମ୍ୟାନ ମାନସଙ୍କୁ ହତ୍ୟା ଅଭିଯୋଗରେ ଫେରାର ଥିବା ଶର୍ମିଷ୍ଠାଙ୍କର ପାୱାର କରିଡରରେ ବହୁତ ଦବଦବା ଥିଲା। ୱେବ ଚ୍ୟାନେଲ ଜରିଆରେ ନିଜର କାୟାକୁ ବିସ୍ତାର କରିଥିବା ଶର୍ମିଷ୍ଠା କାହା ବଳରେ ବଳିୟାନ ସାଜିଥିଲେ? ନିରୀହ ମାନସ ମୃତ୍ୟୁର ପ୍ରାୟ ଦେଢ଼ ମାସ ପରେ ଏମିତି ସବୁ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

odia sambada
Comments (0)
Add Comment