ସ୍ୱାମୀଙ୍କ ବିନା ଅନୁମତିରେ ପତ୍ନୀ ଦଶମ ପରୀକ୍ଷା ଦେବାରୁ, ନାବାଳିକା ପତ୍ନୀ ଉପରେ ଏସିଡ଼ ଫିଙ୍ଗିଲା ସ୍ୱାମୀ,ଜାଣନ୍ତୁ ପୁରା ଘଟଣା

ପଶ୍ଚିମବଙ୍ଗରୁ ଏକ ଯନ୍ତ୍ରଣାଦାୟକ ଖବର ସାମ୍ନାକୁ ଆସିଛି। ଏକ ଦଶମ ପରୀକ୍ଷା ଅନୁଷ୍ଠାନ ପାଖରେ ନିଜର ପତ୍ନୀ ଉପରକୁ ପତି ଏସିଡ଼ ଫିଙ୍ଗିଛି। କାରଣ ପତିଙ୍କ ବିନା ଅନୁମତି କ୍ରମେ ପତ୍ନୀ ନିଜର ପାଠପଢ଼ାକୁ ଆଗକୁ ବଢ଼ାଇବାକୁ ଚାହୁଁଥିଲେ କିନ୍ତୁ ପତି ଏଥିରେ ଆଗ୍ରହୀ ନଥିଲା। ଯେତେବେଳେ ପତିଙ୍କ ବିନା ଅନୁମତି କ୍ରମେ ପତ୍ନୀ ଦଶମ ପରୀକ୍ଷା ଦେବାକୁ ଯାଇଥିଲେ ସେତେବେଳେ ପତି ତାଙ୍କ ମୁହଁକୁ ଏସିଡ଼ ଫିଙ୍ଗିଥିଲେ। ନାବାଳିକା ପତ୍ନୀଙ୍କୁ ବର୍ତ୍ତମାନ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାବାଳିକା ଝିଅଟି ମୁହଁ ଓ ଶରୀରର କିଛି ଅଂଶ ଜଳି ଯାଇଛି। ଅନ୍ୟ ପଟେ ପତିଙ୍କୁ ଗିରଫ କରାଯାଇଛି।

ଏହି ନାବାଳିକା ଝିଅଟିର ବିବାହ ଗତବର୍ଷ କରୋନା ମହାମାରୀ ମଧ୍ୟରେ ବିବାହ କରି ଦିଆଯାଇଥିଲା। ଝିଅଟି ବିବାହ ପରେ ନିଜର ପାଠପଢ଼ାକୁ ଆଗକୁ ନେବାକୁ ଚାହୁଁଥିଲେ ଓ ସେ ନିଜ ବାପ ଘରକୁ ଯାଇ ସେଠାରେ ମାଧ୍ୟମିକ ପରୀକ୍ଷାରେ ଉପସ୍ଥିତ ହୋଇଥିଲେ।

ପୋଲିସ କୁ ଦେଲେ ବୟାନ:-

ପୋଲିସ କୁ ଦେଇଥିବା ବୟାନ ମାଧ୍ୟମରେ ସେ କହିଥିଲେ, ଆରମ୍ଭରୁ ମୋ ପତି ଦଶମ ପରୀକ୍ଷା ନଦେବାକୁ ମତେ କହୁଥିଲେ ଓ ସେ ମତେ ବିରୋଧ ମଧ୍ୟ କରୁଥିଲେ। ମଙ୍ଗଳବାର ସକାଳ ସମୟରେ ମୁଁ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲି ସେତେବେଳେ ମୋ ପତିଙ୍କ ଫୋନ ଆସିଲା ଓ ସେ ମୋତେ ପରୀକ୍ଷା ସେଣ୍ଟର ବିଷୟରେ ପଚାରିଥିଲେ। ମୁଁ ପରୀକ୍ଷା ସେଣ୍ଟର ପାଖରେ ସାଙ୍ଗ ମାନଙ୍କ ସହିତ ବହି ଦେଖୁଥିଲି ଓ ସେ ଅଚାନକ ମୋ ସାମ୍ନାକୁ ଆସି ମୋତେ ପରୀକ୍ଷା ନଦେବାକୁ କହିଥିଲା ଓ ଅଟକାଇ ଥିଲା। ମୁଁ କିନ୍ତୁ ତାଙ୍କୁ କହିଲି ମୁଁ ଏହି ପରୀକ୍ଷା ନିଶ୍ଚିତ ରୂପରେ ଦେବାକୁ ଚାହୁଁଛି ଓ ସେ ଏହାପରେ ପକେଟରୁ ଏକ ବୋତଲ ବାହାର କରି ମୋ ମୁହଁ ଓ ଶରୀର ଉପରେ ଫିଙ୍ଗିଦେଲା ଯାହାଦ୍ୱାରା ମୁଁ ବେହୋସ ହୋଇ ତଳେ ପଡ଼ିଗଲି।

ଏସିଡ଼ ଯେଉଁ ଝିଅଟି ଉପରେ ଫିଙ୍ଗା ଯାଇଥିଲା ତାଙ୍କ ଭଉଣୀଙ୍କ କହିବା ହେଲା, ମୋ ଭଉଣୀ ଓ ତାଙ୍କ ପତିଙ୍କ ମଧ୍ୟରେ ଏହି ପରୀକ୍ଷାକୁ ନେଇ ବିବାଦ ଚାଲିଥିଲା। ବୀରଭୂମ ଜିଲ୍ଲାରୁ ମାଧ୍ୟମିକ ଶିକ୍ଷା ପରିଷଦର ଏକ ସଦସ୍ୟ କହିଥିଲେ କି, ଘଟଣା ପରେ ଝିଅଟିକୁ ଭେଟ କରିବା ପାଇଁ ଏକ ଟିମ ପଠା ଯାଇଥିଲା। ସେ କହିଥିଲେ, ଆମେ ଆମ ତରଫରୁ ସମ୍ପୂର୍ଣ୍ଣ ପ୍ରଚେଷ୍ଟା କରିଥିଲୁ କି ଝିଅଟି ଶେଷ ପରୀକ୍ଷା ଯେମିତି ହେଲେ ଦେଉ। ଆମେ ପରୀକ୍ଷା ବିଳମ୍ବରେ ଆରମ୍ଭ କରିବାକୁ ମଧ୍ୟ ଚେଷ୍ଟା କଲୁ ଯେମିତିକି ପରୀକ୍ଷା ପିଲାଟି ଦେଇପାରିବ। କିନ୍ତୁ ଡ଼କ୍ଟର ସଫା ସଫା କହିଦେଲେ, ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ଗମ୍ଭୀର ହୋଇଯାଇଛି।

odia sambada
Comments (0)
Add Comment