BIG UPDATE : ଖାଇବା ତେଲର ବଢୁଥିବା ଦରକୁ ନେଇ ସରକାର ନେଲେ ବଡ଼ ଫଇସଲା

ହୋଲି ପୂର୍ବରୁ ଖାଇବା ତେଲର ବଢୁଥିବା ମୂଲ୍ୟକୁ ଦେଖି ରୋଷେଇ ର ବଜେଟ ବିଗିଡ଼ି ଯାଇଛି। ଖାଦ୍ୟ ତେଲର ବଢୁଥିବା ଦର ଉପରେ ସରକାର ଏକ ପ୍ରସ୍ତୁତି କରି ସାରିଛନ୍ତି। କେନ୍ଦ୍ର ସରକାର ତେଲ ଦରକୁ କମ କରାଇବା ପାଇଁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ତେଲ ଉତ୍ପାଦନକାରୀ ଙ୍କ ସହିତ ମଧ୍ୟ ଏହା ଉପରେ କଥାବାର୍ତ୍ତା ହୋଇଛନ୍ତି।

ତେଲ ର ବଢୁଥିବା ଦର ଉପରେ ସରକାର ନେବେ ନିଷ୍ପତ୍ତି:-

କେନ୍ଦ୍ର ପ୍ରତ୍ୟକ ରାଜ୍ୟକୁ Enforcement Machinery ବ୍ୟବହାର କରିବାକୁ ଆଦେଶ ଦେଇଛନ୍ତି। ଏହାସହ କୃତ୍ରିମ ବୃଦ୍ଧିକୁ ରୋକିବା ପାଇଁ ଶକ୍ତ ପଦକ୍ଷେପ ଉଠାଯାଇଛି। ଜମାକର୍ତା ଓ ମୂଲ୍ୟ ବୃଦ୍ଧି ଉପରେ ରାଜ୍ୟକୁ ଜିଲ୍ଲା ସ୍ତରୀୟ ଅନୁଧ୍ୟାନ କରିବାକୁ ପଡ଼ିବ।

ବହୁତ ଜୋରରେ ବୃଦ୍ଧି ହୋଇଛି ମୂଲ୍ୟ:-

ବିଗତ ଏକ ସପ୍ତାହ ମଧ୍ୟରେ ରିଫାଇନ ମୂଲ୍ୟ 25 ଟଙ୍କା ପ୍ରତି ଲିଟର ଓ ବାଦାମ ତେଲ 20 ରୁ 30 ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ଆଗାମୀ ସମୟରେ ଏହି ଦର ବହୁତ ବଢ଼ିଯିବ ବୋଲି କୁହାଯାଇଛି। ବିଶେଷଜ୍ଞଙ୍କ ମୁତାବିକ, ଘରୋଇ ଖାଦ୍ୟ ତେଲ ବିଗତ ମାସ ଠାରୁ 25-30 ପ୍ରତିଶତ ବଢ଼ି ସାରିଛି।

ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ବଢ଼ିଛି ମୂଲ୍ୟ:-

ରୁଷ-ୟୁକ୍ରେନ ଯୁଦ୍ଧ ସନ ଫ୍ଲାୱାର ଅଏଲ,ପାମ ଅଏଲ ଓ ସୋୟାବିନ ତେଲ ଉପରେ ଝଟକା ଲଗାଇଛି। ୟୁକ୍ରେନ ଓ ଇଣ୍ଡୋନେସିଆରୁ ସନ ଫ୍ଲାୱାର ଅଏଲ ଓ ପାମ ଅଏଲ ଆପୂର୍ତ୍ତି ସାମ୍ନାକୁ ଆସିଥିବାରୁ ଦକ୍ଷିଣା ଆଫ୍ରିକାରେ ଫସଲ ନଷ୍ଟ ଯୋଗୁଁ ସୋୟାବିନ ଅଏଲ ର ଚିନ୍ତା ବଢ଼ିଯାଇଛି।

ଆଗାମୀ ସମୟରେ ଆହୁରି ବଢ଼ିବ ଦର:-

ଦାମ ମାତ୍ର ଏକମାସ ମଧ୍ୟରେ 125 ଟଙ୍କାରୁ ବଢ଼ି 170-180 ହୋଇଯିବ। ଏହା ମେ ଓ ଜୁନରେ ଆହୁରି ବଢିପାରେ। ଏହି ବୃଦ୍ଧି କୌଣସି ଏକ କାରକ ଉପରେ ନିର୍ଭର କରିବ ଓ ଏହା କୌଣସି ସାଧାରଣ ବୃଦ୍ଧି ହେବନାହିଁ।

odia sambada
Comments (0)
Add Comment