ନିଜ ରୋଗ ଭାଲ କରିବାକୁ ଯାଇ ୫ ବର୍ଷର ଝିଆରୀର ମୁଣ୍ଡ ଅଲଗା କରିଦେଲା କକା,ଜାଣନ୍ତୁ ପୁରା ଘଟଣା

ମଙ୍ଗଳବାର ଦିନ ଦେଓଗଡ଼ ଜିଲ୍ଲାରୁ ମାନବ ବଳିଦାନର ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ​​ଯେଉଁଥିରେ ଜଣେ ୨୨ ବର୍ଷୀୟ ଯୁବକ ନିଜର ରୋଗକୁ ଭଲ କରିବା ପାଇଁ ତାଙ୍କ ୫ ବର୍ଷୀୟା ଝିଆରୀଙ୍କର ମୁଣ୍ଡ କାଟି ଦେଇଥିବାର ଅଭିଯୋଗ ଆସିଛି। ଏହି ଘଟଣା ଦେଓଗଡ଼ ଜିଲ୍ଲାର ରିମାଲ ପୋଲିସ ଷ୍ଟେସନ ଅଞ୍ଚଳର ହେଟଖାମର ଗାଁର ଅଟେ। ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଅଭିଯୁକ୍ତ ନାଗାର୍ଜୁନ ଭୈନ୍ସାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ବିରୋଧରେ ଏକ ମାମଲା ମଧ୍ଯ ରୁଜୁ ହୋଇଛି।

୫ ବର୍ଷୀୟା ରୋଜାଲିନ ମଙ୍ଗଳବାର ଦିନ ନିଜ ଦାଦାଙ୍କ ଘରେ ଥିଲା। ଯେତେବେଳେ ସେ କିଛି ଖାଉଥିଲେ, ସେତବେଳେ ହଠାତ ନାଗାର୍ଜୁନ ଭୈନ୍ସା ସେଠାରେ ଆସି ପହଞ୍ଚିଥିଲେ ଓ କୁରାଡ଼ିରେ ଆକ୍ରମଣ କରିଥିଲା। ଏହାପରେ କଥିତ ଭାବରେ ମାନସିକ ବିକୃତ କୁହା ଯାଉଥିବା ନାଗାର୍ଜୁନ ଭୈନ୍ସା କୁରାଡ଼ିରେ ରୋଜାଲିନଙ୍କର ବେକରୁ ମୁଣ୍ଡକୁ ସମ୍ପୂର୍ଣ ରୂପରେ ଅଲଗା କରି ଦେଇଥିଲା।

ପୀଡିତା ଏବଂ ଦେବେନ୍ଦ୍ର ଭୈନ୍ସାଙ୍କର ଚିତ୍କାର ଶୁଣି ଗ୍ରାମବାସୀ ତଥା ପୀଡିତାଙ୍କର ପିତା ସୁଶାନ୍ତ ଭୈନ୍ସା ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଅଭିଯୁକ୍ତକୁ ପୋଲିସକୁ ପାଖକୁ ନେଇ ଅପରାଧ ସମ୍ପର୍କରେ ଜଣାଇଥିଲେ। ଦେଓଗଡ ଏସପି ଏବଂ ସବ-ଡିଭିଜନାଲ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ଘଟଣାକୁ ତଦନ୍ତ କରିଥିଲେ। ପଚରାଉଚରା ପାଇଁ ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ରଖାଯାଇଛି। ପୀଡିତାଙ୍କର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଦୋଷୀଙ୍କ ବିରୋଧରେ ଏକ ମାମଲା ରୁଜୁ କରି ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି।

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଅଭିଯୁକ୍ତ ପଚରାଉଚରା ସମୟରେ ସ୍ୱୀକାର କରିଛନ୍ତିଯେ ସେ କିଛି ରୋଗର ଚିକିତ୍ସା ପାଇଁ ଏହି ଅପରାଧ କରିଛନ୍ତି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ତଦନ୍ତ ଶେଷ ହେବା ପରେ ଯାଇ ଜଣାପଡିବ। ପୀଡିତା ଝିଅର ପରିବାର ଦାବି କରିଛନ୍ତିଯେ ନାଗାର୍ଜୁନ ଭୈନ୍ସା ମାନସିକ ସ୍ତରରେ ଅସ୍ଥିର ଥିଲେ।

ଏ ସମ୍ପର୍କରେ ସୂଚନା ଦେଇ ଏସଡିପିଓ ମହାପାତ୍ର କହିଛନ୍ତିକି “ଅଭିଯୁକ୍ତଙ୍କ ମାନସିକ ସ୍ତରରେ ଅସୁସ୍ଥ ଥିବା ପ୍ରମାଣ କରିବାର କୌଣସି ଚିକିତ୍ସା ପ୍ରମାଣ ନାହିଁ। ସେ ସମ୍ଭବତଃ ଅନୁମାନ କରିଥିଲେଯେ ଯଦି ସେ ଜଣେ ମଣିଷକୁ ବଳିଦାନ ଦିଅନ୍ତି ତେବେ ସେ ତାଙ୍କର ଏହି ରୋଗରୁ ଆରୋଗ୍ୟ ଲାଭ କରିବେ। ତେଣୁ ସେ ତାଙ୍କର ଝିଆରୀକୁ ହତ୍ୟା କଲେ। ଏହି ମାମଲାକୁ ଅଧିକ ଯାଞ୍ଚ କରିବା ପରେ ସବୁକିଛି ସ୍ପଷ୍ଟ ହୋଇପାରିବ।”

odia sambada
Comments (0)
Add Comment