୪୦ ପଇସା ଚକ୍କରରେ କଷ୍ଟମର ସହ ହେଲା ହଜାର ହଜାର ଟଙ୍କାର ଠକେଇ, ହୋଟେଲକୁ ବସି ବସି ମିଳିଗଲା ଏତେ ହଜାର ଟଙ୍କା,ଜାଣନ୍ତୁ ପୁରା ଘଟଣା

ଜଣେ ବ୍ୟକ୍ତି ବାଙ୍ଗାଲୋରର ଏକ ରେଷ୍ଟୁରାଣ୍ଟରେ ୪୦ପଇସା ରୁ ଅଧିକ ଶୁଳ୍କ ଚାର୍ଜ କରିବା ପାଇଁ ମକଦ୍ଦମା ଦାୟର କରିଥିଲେ,
କିନ୍ତୁ ମାମଲାର ଶୁଣାଣି କରୁଥିବା ଉପଭୋକ୍ତା ଙ୍କୁ ଅଦାଲତ ଏହି ନିଷ୍ପତ୍ତି ଶୁଣେଇଲେ କି ସରକାରୀ ନିୟମ ଅନୁଯାୟୀ ୫୦ପଇସାରୁ ଅଧିକ ପଇସାକୁ ଏକ ଟଙ୍କାରେ ବଦଳାଯାଇପାରେ । ଅଦାଲତ ନା କେବଳ ମାମଲାକୁ ଖାରଜ କଲେ ବରଂ ପବ୍ଲିସିଟି ପାଇଁ ଅଦାଲତର ସମୟ ବର୍ବାଦ କରିବା ପାଇଁ ବିଚାରପତିମାନେ ଅଭିଯୋଗକାରୀଙ୍କୁ ଦଣ୍ଡ ବି ଦେଲେ ଆଉ ତାଙ୍କୁ ରେଷ୍ଟୁରାଣ୍ଟର ମ୍ୟାନେଜିଙ୍ଗ ଡାଇରେକ୍ଟଙ୍କୁ କ୍ଷତି ପୁରଣ ବାବଦରେ ୪୦୦୦ଟଙ୍କା ଦେବାକୁ ନିର୍ଦେଶ ଦେଲେ ।

୪୦ପଇସା ପାଇଁ କୋର୍ଟରେ ପହଂଚିଲା କଷ୍ଟମର

ଖବର ମୁତାବିକ ଏହି ଘଟଣା ୨୧ ମଇ ୨୦୨୧ ରେ ହୋଇଥିଲା,ଯେତେବେଳେ ମୁର୍ତ୍ତୀ ନାମକ ଜଣେ ବରିଷ୍ଠ ନାଗରିକ ସେଣ୍ଟ୍ରାଲ ଷ୍ଟ୍ରିଟରେ ଥିବା ହୋଟେଲ ଏମ୍ପାୟାର ପରିଦର୍ଶନ କରିଥିଲେ ଏବଂ ଟେକଅପ ପାଇଁ ଖାଦ୍ୟ ଅର୍ଡର କରିଥିଲେ । ଷ୍ଟାଫ ତାଙ୍କୁ ୨୬୫ଟଙ୍କାର ବିଲ୍ ଦେଲେ,କିନ୍ତୁ ତାଙ୍କ ଅର୍ଡରର ସମୁଦାୟ ମୂଲ୍ୟ ୨୬୪.୬୦ ପଇସା ହୋଇଥିଲା ।
ସେତେବେଳେ ମୁର୍ତ୍ତୀ କର୍ମଚାରୀମାନଙ୍କୁ ପଚରାଉଚରା କଲେ ଏବଂ ଅନୁକୂଳ ପ୍ରତିକ୍ରିୟା ପାଇବାରେ ବିଫଳ ରହିବା ଯୋଗୁ,ସେ ରେଷ୍ଟୁରାଣ୍ଟ ଉପରେ ଗ୍ରାହକଙ୍କୁ ଲୁଟିବା ଆରୋପ ଲଗେଇ ବାଙ୍ଗାଲୋରର ଉପଭୋକ୍ତା ମଞ୍ଚ ପାଖକୁ ଯାଇଥିଲେ | ଖବର ମୁତାବିକ ମୂର୍ତ୍ତି ସେବାରେ ଥିବା ଅଭାବ ପାଇଁ କ୍ଷତିପୂରଣ ହିସାବରେ ୧ଟଙ୍କା ଦାବି କରିଥିଲେ ଏବଂ ଏହି ଘଟଣା ତାଙ୍କୁ ମାନସିକ ଆଘାତ ଏବଂ ଯନ୍ତ୍ରଣା ଦେଇଥିଲା ବୋଲି ସେ କହିଥିଲେ।

ହୋଟେଲର ଓକିଲ ଦେଇଥିଲେ ଏହି ତର୍କ

୨୬ ଜୁନ୍ ୨୦୨୧ ରେ ଆରମ୍ଭ ହୋଇଥିବା ଶୁଣାଣିରେ ମୂର୍ତ୍ତି ତାଙ୍କ ମାମଲା ଉପସ୍ଥାପନ କରିଥିଲେ,ଏବଂ ଆଡଭୋକେଟ ଅଂଶୁମାନ ଏମ ଏବଂ ଆଦିତ୍ୟ ଏମ୍ବ୍ରୋସ ରେଷ୍ଟୁରାଣ୍ଟର ପ୍ରତିନିଧିତ୍ୱ କରିଥିଲେ । ଓକିଲ ଙ୍କ ଯୋଡି ଯୁକ୍ତି କରିଛନ୍ତି ଯେ ମୁର୍ତ୍ତୀଙ୍କ ଅଭିଯୋଗ ଅସ୍ପଷ୍ଟ ଏବଂ ବିବ୍ରତ ଅଟେ,ଏବଂ ରେଷ୍ଟୁରାଣ୍ଟର ବିଲ୍ ରେ ଟ୍ୟାକ୍ସ ରୂପରେ ପରବର୍ତ୍ତୀ ରାଉଣ୍ଡ ଫିଗର ଚାର୍ଜ କରିଥିଲା,ନା କି ଭୋଜନ ପାଇଁ,ଯାହାକୁ ସେଣ୍ଟ୍ରାଲ ଗୁଡ୍ସ ଆଣ୍ଡ ସର୍ଭିସ ଅଧିନିୟମ – ୨୦୧୭ ରେ ଧାରା ୧୭୦ ଅନୁଯାୟୀ ଅନୁମତିପ୍ରାପ୍ତ ।

ଆଠ ମାସରୁ ଅଧିକ ସମୟ ଧରି ଚାଲିଥିଲା ଅଦାଲତର କାର୍ଯ୍ୟବାହୀ

ଅଦାଲତର କାର୍ଯ୍ୟବାହୀ ଆଠ ମାସରୁ ଅଧିକ ସମୟ ଧରି ଚାଲିଥିଲା |ଅଦାଲତ କହିଛନ୍ତି ଯେ ଅଭିଯୋଗକାରୀ ସେହି ମାମଲାରେ କୌଣସି ରିଲିଫ୍ ପାଇବାକୁ ହକଦାର ନୁହଁନ୍ତି କାରଣ ସେ ଏହାକୁ ବ୍ୟକ୍ତିଗତ ପ୍ରଚାର ପାଇଁ ବ୍ୟବହାର କରିଛନ୍ତି ଏବଂ ଅଦାଲତର ବିରୋଧୀ ପକ୍ଷ ଆଉ ତାଙ୍କ ପ୍ରତିନିଧିଙ୍କର ସମୟ ବର୍ବାଦ କରିଛନ୍ତି । ୪ ମାର୍ଚ୍ଚ ୨୦୨୨ ରେ, କୋର୍ଟ ଅଭିଯୋଗକାରୀଙ୍କୁ ୩୦ ଦିନ ମଧ୍ୟରେ ବିରୋଧୀ ପକ୍ଷକୁ କ୍ଷତିପୂରଣ ହିସାବରେ ୨୦୦୦ ଟଙ୍କା ଏବଂ କୋର୍ଟର ଖର୍ଚ୍ଚ ପାଇଁ ଅତିରିକ୍ତ ୨୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

odia sambada
Comments (0)
Add Comment