ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ

ଓଡିଶାରେ ସବୁବେଳେ ଗୋଟିଏ ଜିନିଷ ବହୁତ ଚର୍ଚ୍ଚାରେ ଥାଏ ଆଉ ତାହା ହେଉଛି ରାଜନୀତି। ଯେତେବେଳେ ବି ଯୁଆଡେ ବି ଶୁଣିବେ ସବୁଆଡେ ରାଜନୀତି ବିଷୟରେ କିଛି ନା କିଛି କଥା ଶୁଣିବାକୁ ନିଶ୍ଚୟ ପାଇବେ। କାରଣ ଲୋକମାନେ ଚା ପିଇବା ସମୟରେ ବି ରାଜନୀତି ଖବର ଦ୍ୱାରା ଦିନର ଆରମ୍ଭ କରନ୍ତି ରାତିରେ ଶୋଇବା ବେଳେ ମଧ୍ୟ ରାଜନୀତି ଖବରରେ ଦିନ ସାରନ୍ତି।

ରାଜନୀତିରେ ବିରୋଧୀ ଦଳ ମାନେ ପରସ୍ପରକୁ ନିଚ୍ଚା ଦେଖାଇବା ପାଇଁ ସବୁବେଳେ ଚେଷ୍ଟାରେ ଥାଆନ୍ତି। ସବୁବେଳେ ବିରୋଧୀ ଦଳ କେବଳ ଏକ ସୁଯୋଗ ଅପେକ୍ଷାରେ ଥାଆନ୍ତି, କିଭଳି ଅନ୍ୟ ବିରୋଧୀ ଦଳର ଏକ ଭୁଲ୍ କାମ କରିବ ଆଉ ଏମାନେ ତାହାକୁ ନେଇ ସଙ୍ଗେ ସଙ୍ଗେ ରାଜନୀତି ଆରମ୍ଭ କରିଦେବେ। ଏବେ କିଛିଦିନ ତଳେ ପଞ୍ଚାୟତ ଇଲେକ୍ସନ୍ ସରିଲା, ଗାଁ ଗହଳିରେ ଲୋକ ମାନେ ନିଜ ନିଜର ପଞ୍ଚାୟତର ଉନ୍ନତି ପାଇଁ ସରପଞ୍ଚ, ଚେୟାରମ୍ୟାନ ଆଦିଙ୍କୁ ବାଛି ଦେଲେ। ହେଲେ ଏବେ ଆଗକୁ ଆସୁଛି ତାଠାରୁ ବଡ ନିର୍ବାଚନ ତଥା ସହରାଞ୍ଚଳର ପୌର ନିର୍ବାଚନ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଆରମ୍ଭ ହୋଇଛି ପୌର ନିର୍ବାଚନ ମାହୋଲ । ପୌର ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଏବେ ପ୍ରାର୍ଥୀମାନେ ଜୋରସୋର ପ୍ରଚାର ଆରମ୍ଭ କରିଛନ୍ତି ।ତେବେ ଏହା ମଧ୍ୟରେ ଅବକାରି ବିଭାଗ ମଦ ଦୋକାନ ବନ୍ଦ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାର୍ଚ୍ଚ ୨୪ ରେ ପୌର ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୨୬ ତାରିଖ ଏହାର ଫଳାଫଳ ପ୍ରକାଶିତ ହେବ ।ଏହି ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ଅବକାରୀ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି।

ପୌର ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି କରିଛି ଅବକାରୀ ବିଭାଗ । ନିର୍ବାଚନ ପ୍ରଚାର ଶେଷଠାରୁ ଭୋଟ ଗଣତି ପର୍ଯନ୍ତ ମଦ ଦୋକାନଗୁଡ଼ିକ ବନ୍ଦ ରହିବ ବୋଲି ଜଣାପଡ଼ିଛି । ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟକ ମଦ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

odia sambada
Comments (0)
Add Comment