LPG ଗ୍ୟାସକୁ ନେଇ ଖୁସି ଖବର,ହୋଲିରେ କେବଳ ଏତିକି ଟଙ୍କାରେ ମିଳିବ ଗ୍ୟାସ !

ସରକାରଙ୍କ ତରଫରୁ ହୋଲି ରେ ଏକ ନୂଆ ଉପହାର ମିଳିବାକୁ ଯାଉଛି। ଯେଉଁ। ଲୋକେ ନୂଆ ଗ୍ୟାସ ସିଲିଣ୍ଡର କିଣିବାକୁ ଚାହାଁନ୍ତି କିମ୍ବା ନେବାକୁ ମନ ବନାଇ ସାରିଛନ୍ତି ସେମାନଙ୍କ ପାଇଁ ଏହି ଖବରଟି ବହୁତ ଗୁରୁତ୍ୱପୂର୍ଣ୍ଣ।

ସରକାରୀ ତେଲ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ମାତ୍ର 634 ଟଙ୍କାରେ ସିଲିଣ୍ଡର ବିକ୍ରି କରୁଛି। ବଢୁଥିବା ମହଙ୍ଗାଇ କାରଣରୁ ଏବେ ଗ୍ୟାସ ସିଲିଣ୍ଡର ଦାମ କମ ହେବାରେ ଲାଗିଛି। ସୂଚନା ଅନୁସାରେ ଆପଣଙ୍କୁ ଜଣାଇଦେଉଛୁ କି, ଘରେ ସାଧାରଣତଃ ବ୍ୟବହାର କରାଯାଉଥିବା ଗ୍ୟାସ ସିଲିଣ୍ଡର ତୁଳନାରେ ଏହା 50 ପ୍ରତିଶତ ଶସ୍ତା ଅଟେ।

କମ ହେବ ସିଲିଣ୍ଡର ଓଜନ:-

IOCL ଏହି ଶସ୍ତା ସିଲିଣ୍ଡରର ଡିଜାଇନ ମଧ୍ୟ ବଦଳାଇ ଦେଇଛି। କମ୍ପାନୀ ଏହି ଶସ୍ତା ଗ୍ୟାସ ସିଲିଣ୍ଡର ଲୋକଙ୍କ ପାଖରେ ଉପଲବ୍ଧ କରାଇବାରେ ଲାଗି ପଡ଼ିଛି। ଏହାର ଓଜନ 10 କିଲୋଗ୍ରାମ ଅଟେ। ସାଧାରଣତଃ ରୋଷେଇ ଗ୍ୟାସ ସିଲିଣ୍ଡର ଓଜନ 14 କିଲୋଗ୍ରାମ ପାଖାପାଖି ରହିଥାଏ। ଏହାର ନାମ କମ୍ପୋଜିଟ ସିଲିଣ୍ଡର ରଖାଯାଇଛି। ଏହାର ଡିଜାଇନ ଓ ନିର୍ମାଣ ପ୍ରକ୍ରିୟା ମଧ୍ୟ ହାଲୁକା କରି ଦିଆଯାଇଛି। ଯାହାକି ଗ୍ରାହକଙ୍କୁ ବହୁତ ପସନ୍ଦ ଆସିବ।

ବହୁତ ଫାଇଦା ଦାୟକ ଅଟେ ଏହି ସିଲିଣ୍ଡର:-

ସାଧାରଣତଃ ଗ୍ୟାସ ସିଲିଣ୍ଡର ଉପରେ କଳଙ୍କି ଲାଗିଯାଇଥାଏ କିନ୍ତୁ ଏହି ଗ୍ୟାସ ସିଲିଣ୍ଡର ଉପରେ କଳଙ୍କି ଲାଗିବ ନାହିଁ କିମ୍ବା ଏହା ବ୍ଲାଷ୍ଟ ହେବନାହିଁ। ଏହି ସିଲିଣ୍ଡର ଟ୍ରାନ୍ସପାରେଣ୍ଟ ପ୍ରକୃତିର ଅଟେ। ଗ୍ରାହକ ଏହାମଧ୍ୟ ଜାଣିପାରିବେ ଏଥିରେ କେତେ ପରିମାଣର ଗ୍ୟାସ ରହିଛି ଓ କେତେ ଶେଷ ହୋଇଛି।

ୟୁପି ରେ ସମ୍ପୂର୍ଣ୍ଣ ମାଗଣା ଅଟେ ଗ୍ୟାସ ସିଲିଣ୍ଡର:-

ନିର୍ବାଚନ ପରେ ୟୁପି ରେ ବିଜେପି ସରକାର ଗଠନ କରିଛି। ଯୋଗୀ ଙ୍କ ସରକାର ସେଠାରେ ବନିବା ପରେ ଲୋକମାନଙ୍କୁ ଉପହାର ଦେବା ଆରମ୍ଭ ହୋଉଯାଇଛି। ଏହା କହିବା ଭୁଲ ହେବନାହିଁ ଯେ, ନିର୍ବାଚନ ପ୍ରତିଜ୍ଞାକୁ ପୂରଣ କରାଯାଉଛି। ଭାଜପା ନିଜର ବିଧାନସଭା ଘୋଷଣାପତ୍ର ସମୟରେ ଲୋକଙ୍କୁ ଫ୍ରି ରେ ଗ୍ୟାସ ସିଲିଣ୍ଡର ଦେବାକୁ ପ୍ରତିଜ୍ଞା କରିଥିଲେ। ପ୍ରଦେଶରେ ଏହି ସମୟରେ 1.65 କୋଟି ଲୋକ ସିଲଣ୍ଡର ନେବାପାଇଁ ଉପଯୋଗୀ ଅଟନ୍ତି। ସରକାର ହୋଲି ପୂର୍ବରୁ ଗ୍ୟାସ ବଣ୍ଟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

odia sambada
Comments (0)
Add Comment