ପୁଟିନଙ୍କ ପ୍ରତିଶୋଧ ନେବା ଆରମ୍ଭ : ଆମେରିକାର ରାଷ୍ଟ୍ରପତି ବାଇଡେନ ଏବଂ ୟୁଏସ ଅଧିକାରୀଙ୍କ ଉପରେ ଲଗାଇଲେ କଟକଣା

ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ନେଇ ଆମେରିକା ସହିତ ଅନେକ ପାଶ୍ଚାତ୍ୟ ଦେଶ ବର୍ତ୍ତମାନ ରୁଷ ଉପରେ କଡା କଟକଣା ଲଗାଇଛନ୍ତି। ତେବେ ରୁଷ ଏହାର ପ୍ରତି ଉତ୍ତରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ହିଲାରୀ କ୍ଲିଣ୍ଟନ ସମେତ ଆମେରିକାର ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପରେ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇଛି।

ବର୍ତ୍ତମାନ ୟୁକ୍ରେନ ଓ ରୁଷ ସେନା ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ। ଯୁଦ୍ଧର ୨୦ ତମ ଦିନରେ ମଧ୍ୟ ରୁଷ ସେନା ନିଜର ବିଧ୍ଵଂସକ ମିସାଇଲ ସାହାଯ୍ୟରେ ୟୁକ୍ରେନର ମାଟିରେ ତାଣ୍ଡବଲୀଳା କରୁଛି। ୟୁକ୍ରେନରେ ହଜାର ହଜାର ଲୋକଙ୍କର ଏହି ଯୁଦ୍ଧରେ ପ୍ରାଣହାନୀ ଘଟିଲାଣି। ଅକଥନୀୟ ଧନସଂପତ୍ତି ମଧ୍ୟ ଧ୍ଵଂସ ପାଇ ସାରିଛି। ଲକ୍ଷାଧିକ ସଂଖ୍ୟାରେ ଲୋକମାନେ ୟୁକ୍ରେନକୁ ଛାଡି ସାରିଲେଣି। ଏମିତିରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକ ବର୍ତ୍ତମାନ ରୁଷ ଉପରେ କଟକଣାର ବର୍ଷା କରିଛନ୍ତି। ରୁଷ ମଧ୍ୟ ଏହାର ଉତ୍ତର ଦେଇ ଆମେରିକା ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଉପ ରାଷ୍ଟ୍ରପତି ହିଲାରୀ କ୍ଲିଣ୍ଟନଙ୍କ ସମେତ ଅନେକ ଉଚ୍ଚ ପଦସ୍ଥ ଆମେରିକୀୟ ଅଧିକାରୀଙ୍କ ଉପରେ ବର୍ତ୍ତମାନ ରୁଷ କଟକଣା ଲଗାଇଛି ବୋଲି ରୁଷର ମିଡିଆ ସ୍ପୁଟନିକ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଆମେରିକା ରୁଷରୁ ଆମଦାନୀ ହେଉଥିବା ତେଲ, ଗ୍ୟାସ ଏବଂ ଏନର୍ଜି ଉପରେ ବର୍ତ୍ତମାନ କଟକଣା ଲଗାଇଥିଲା। ଏପରିକି ଆମେରିକା, ୟୁରୋପୀୟ ୟୁନିୟନ ଏବଂ ୟୁକେ ମିଶି କିଛି ରୁଷ ସହିତ ବ୍ୟାଙ୍କିଙ୍ଗର ସମ୍ପର୍କକୁ ମଧ୍ୟ ଛିନ୍ନ କରି ସାରିଛନ୍ତି। ଅନେକ ବିଶ୍ଵସ୍ତରୀୟ ସଂସ୍ଥା ମଧ୍ୟ ରୁଷରେ ନିଜର କାରବାରକୁ ବନ୍ଦ କରିବା ପାଇଁ ଘୋଷଣା କରି ସାରିଛନ୍ତି।

odia sambada
Comments (0)
Add Comment