ପାଞ୍ଚ ବର୍ଷର ନିରୀହ ଭାଣିଜିକୁ ବଳାତ୍କାର,କୋର୍ଟ କହିଲା – ସମାଜରେ ରହିବାକୁ ତୁ ଅଯୋଗ୍ୟ, ୟାକୁ ଫାଶୀ ଖୁଣ୍ଟରେ ଝୁଲେଇ ଦିଅ

ପକ୍ସୋ ଅଦାଲତ ମଙ୍ଗଳବାର ଦିନ ଆଠ ବର୍ଷ ପୂର୍ବେ ସମ୍ପର୍କୀୟ ପାଞ୍ଚ ବର୍ଷୀୟ ଭାଣିଜି ସହିତ ବଳାତ୍କାର ଏବଂ ତାକୁ ହତ୍ୟା କରିବା ଦୋଷରେ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଶୁଣାଇଛି । ପକ୍ସୋ ସମ୍ବନ୍ଧିତ ଅଦାଲତର ମୁଖ୍ୟ ଜଜ୍ ଅରବିନ୍ଦ ମିଶ୍ରା ଏଠାରେ ମଙ୍ଗଳବାର ଦିନ ମହମ୍ମଦ ଆସିଫ ଖାନଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛି । ଯିଏକି ଆଠ ବର୍ଷ ପୂର୍ବେ 5 ବର୍ଷୀୟ ଭାଣିଜି ସହିତ ବଳାତ୍କାର କରି ଦେଇଥିଲା ଏବଂ ତାକୁ ହତ୍ୟା କରି ଦେଇଥିଲା ।

କୋର୍ଟ ଦେଲା ମୃତ୍ୟୁଦଣ୍ଡ :-

ଜଜ କହିଛନ୍ତି ଯେ ଦୋଷୀର ବେକରେ ଫାଶୀ ଲଗାଇ ସେପର୍ଯ୍ୟନ୍ତ ଝୁଲାଯାଉ, ଯେପର୍ଯ୍ୟନ୍ତ ତାର ମୃତ୍ୟୁ ନ ହୋଇଛି । ତେବେ ଅଦାଲତ ମୃତ୍ୟୁଦଣ୍ଡ ଆଦେଶକୁ ଉଚ୍ଚ ନ୍ୟାୟାଳୟ ଦ୍ଵାରା ନିଶ୍ଚିତ କରିବାକୁ ପଠାଇଛି । ଦଣ୍ଡର ପ୍ରକ୍ରିୟା ପୁରା କରିବା ପୁର୍ବରୁ ଏହା ବୈଧାନିକ ଆବଶ୍ୟକତା ଅଟେ । ନିଜର 83 ପେଜର ନିଷ୍ପତ୍ତିରେ ଜଜ କହିଛନ୍ତି ଯେ ଯେପରି ଭାବେ ଅପରାଧ କରାଯାଇଛି, ଏହି ମାମଲା ଅତି ବିରଳରୁ ବିରଳ ଶ୍ରେଣୀରେ ଆସେ । ଅଦାଲତ କହିଛି ଯେ ମାମଲା ପରିସ୍ଥିତି ଜନ୍ୟ ସାକ୍ଷ୍ୟ ଉପରେ ଆଧାରିତ ଥିଲା ଏବଂ ଅଭିଯୋଜନ ପକ୍ଷ ନିଜ ମାମଲାକୁ ପ୍ରମାଣିତ କରିବାରେ ସଫଳ ହେଲା ।

ବଳାତ୍କାର ଏବଂ ହତ୍ୟା ପରେ ଶବକୁ ନିଜ ହାତରେ ନେଇ ଆସିଥିଲା :-

ଏହି ଘଟଣାର ସୂଚନା ପୀଡିତା ଙ୍କ ଅଜା ଏପ୍ରିଲ 4ତାରିଖ 2014 ରେ ଲକ୍ଷ୍ନୌର ହସନଗଞ୍ଜ ପୋଲିସକୁ ଦେଇଥିଲେ । ପ୍ରଥମେ ଅଭିଯୋଗ କରାଯାଇଥିଲା ଯେ ଝିଅ ନିଖୋଜ ଅଛି ଏବଂ ଏହାର ସୂଚନା 100 ନମ୍ବର ରେ ପୋଲିସକୁ ଦିଆଯାଇଥିଲା । ସାକ୍ଷୀ ଦ୍ଵାରା ଅଦାଲତ ଜାଣିଲା ଯେ ଝିଅଟିକୁ ଶେଷଥର ପାଇଁ ଅଭିଯୁକ୍ତ ଅସିଫ ଖାନ ଙ୍କ ସହିତ ଆଇସକ୍ରିମ ଖାଉଥିବାର ଦେଖାଯାଇଥିଲା । ଘଟଣା ରାତିରେ ଅଭିଯୁକ୍ତ ଝିଅଟିର ଶବ ପରିବାର ସାମ୍ନାରେ ନିଜ ହାତରେ ନେଇ ଆସିଥିଲା ।

ଝିଅଟିର ଦୁଇ ହାତର ଶିରା କାଟି ଦେଇଥିଲା :-

ସେହି ସମୟରେ ଝିଅଟିର ହାତ ବନ୍ଧା ହୋଇଥିଲା । ଯାଞ୍ଚ୍ ସମୟରେ ଅଭିଯୁକ୍ତ ପୋଲିସ ସାମ୍ନାରେ ନିଜ ଦୋଷକୁ ସ୍ବୀକାର କରିଥିଲା ଏବଂ ପରେ ସେ କହିବା ଅନୁଯାୟୀ ରକ୍ତରେ ଭିଯିଥିବା ଛୁରୀ ଏବଂ ସ୍ଲିପର ଉଦ୍ଧାର କରାଯାଇଥିଲା ।

ସମାଜରେ ରହିବାପାଇଁ ଯୋଗ୍ୟ ନୁହେଁ :-

ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଶୁଣାଇ ଅଦାଲତ କହିଛି ଯେ – ‘ ପ୍ରଥମେ ମାମଲାକୁ ଆଉ କେହି ନୁହେଁ ବରଂ ଅଭିଯୁକ୍ତଙ୍କ ବାପା ରିପୋର୍ଟ କରାଇ ଥିଲେ ଏବଂ ଅପରାଧ କରିବା ଶୈଳୀରୁ ଜଣାପଡିଛି ଯେ ଅଭିଯୁକ୍ତ ଦୁଷ୍ଟ ମାନସିକତା ମଣିଷ ଥିଲା, ଯିଏକି ସମାଜରେ ରହିବା ପାଇଁ ଯୋଗ୍ୟ ନୁହେଁ ।’

odia sambada
Comments (0)
Add Comment