ପୁଟିନଙ୍କୁ କରିଥିଲେ ସମାଲୋଚନା,ଏବେ ସୁଟକେସରୁ ମିଳିଲା ମୃତ ଦେହ

ଋଷର ଆକ୍ରମଣ ୟୁକ୍ରେନ ଉପରେ ବର୍ତ୍ତମାନ ଧିରେ ଧିରେ ପୁଟିନଙ୍କର କ୍ରୁରତା ପଦାରେ ପଡିବାରେ ଲାଗିଛି। ପୁଟିନଙ୍କର ନିର୍ଦ୍ଦେଶ ଅନୁସାରେ ୟୁକ୍ରେନର ହଜାର ହଜାର ସାଧାରଣ ଲୋକମାନଙ୍କୁ ଋଷ ସେନା ହତ୍ୟା କରୁଛି। ଏହାରି ମଧ୍ୟରେ ପୁଟିନଙ୍କର ଆଉ ଏକ ନିଷ୍ଠୁର କାର୍ଯ୍ୟ ପଦାରେ ପଡିଛି। ଗୋଟିଏ ବର୍ଷ ତଳେ ପୁଟିନଙ୍କୁ ଜଣେ ମନୋରୋଗୀ କହିଥିବା ଜଣେ ମଡେଲଙ୍କର ମୃତଦେହ ବର୍ତ୍ତମାନ ଏକ ସୁଟକେଶରୁ ଉଦ୍ଧାର କରାଯାଇଛି।

୨୩ ବର୍ଷିୟା ଏହି ଋଷ ମଡେଲଙ୍କର ନାମ ଗ୍ରେଟା ୱେଡଲର। ସେ ସୋସିଆଲ ମିଡିଆରେ ଗତବର୍ଷ ପୁଟିନଙ୍କୁ ଜଣେ ମନୋରୋଗୀ ବୋଲି କହିଥିଲେ। ହେଲେ ବର୍ତ୍ତମାନ ଗ୍ରେଟାଙ୍କ ମୃତଦେହ ଏକ ସୁଟକେଶରୁ ମିଳିବା ପରେ ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରରେ ଧରିଛି। ସେପଟେ ଗ୍ରେଟାଙ୍କର ବାଳକ ବନ୍ଧୁ ଦିମିତ୍ରୀ କୋରୋବିନ କହିଛନ୍ତିକି ମସ୍କୋଠାରେ ଏକ ଅର୍ଥ ଦେଣନେଣ ମାମଲାରେ ଗ୍ରେଟାଙ୍କର ଗଳା ଚିପି ତାଙ୍କୁ ହତ୍ୟା କରାଯାଇଛି। ଏହି ମଡେଲଙ୍କର ହତ୍ୟା ପଛରେ କିଛି ରାଜନୀତି ବା ପୁଟିନଙ୍କ ହାତ ଅଛି ବୋଲି ଗ୍ରେଟାଙ୍କ ବାଳକ ବନ୍ଧୁ ଅସ୍ୱୀକାର କରିଛନ୍ତି।

ଗ୍ରେଟାଙ୍କର ବାଳକ ବନ୍ଧୁ ଆହୁରି କହିଛନ୍ତିକି ଗ୍ରେଟାଙ୍କୁ ହତ୍ୟା କରିବା ପରେ ତାଙ୍କୁ ଏକ ହୋଟେଲରେ ଗ୍ରେଟାଙ୍କ ଶବ ସହିତ ସେ ୩ ରାତି ଶୋଇଥିଲେ। ଏହାପରେ ସେ ଗ୍ରେଟାଙ୍କର ଶବକୁ ଏକ ସୁଟକେଶରେ ଭର୍ତ୍ତିକରି ୩୦୦ ମାଇଲ ଦୂର ଲେପେସ୍ତକ ନେଇଯାଇଥିଲେ। ସେଠାରେ ଏକ କାରର ଡିଗିରେ ସୁଟକେଶକୁ ଏକ ବର୍ଷ ପର୍ଯ୍ୟନ୍ତ ରଖିଥିଲେ। ଏହା ସହିତ ଗ୍ରେଟାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦିମିତ୍ରୀ ଗ୍ରେଟାଙ୍କର ବିଭିନ୍ନ ପୋଷ୍ଟ ସେୟାର କରି ଗ୍ରେଟା ଜୀବିତ ଥିବା କଥା ସାଥିମାନଙ୍କୁ ମଧ୍ୟ ବିଶ୍ୱାସ କରାଇଥିଲେ।

odia sambada
Comments (0)
Add Comment