ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ BCCI ର ବଡ଼ ସର୍ତ୍ତ,ନହେଲେ ଆଉ ଖେଳି ପାରିବେନି ଆଇପିଏଲ !

ହାର୍ଦିକ ପାଣ୍ଡ୍ୟା ବହୁତ ସମୟରୁ ଟିମ ଇଣ୍ଡିଆରୁ ବାହାରେ ଚାଲୁଛନ୍ତି। ସେ ଫିଟନେସ ସମସ୍ୟାରେ ଚାଲିଛନ୍ତି। ବର୍ତ୍ତମାନ ସେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଅଛନ୍ତି। ଏବେ ଆଇପିଏଲ ଖେଳିବା ପାଇଁ ବିସିସିଆଇ ହାର୍ଦିକଙ୍କ ସାମ୍ନାରେ ବଡ଼ ଟେଷ୍ଟ ରଖିଦେଇଛନ୍ତି। ଏହି ଟେଷ୍ଟ ପାସ ନକରିପାରିଲେ ହାର୍ଦିକ ଆଇପିଏଲ ଖେଳି ପାରିଲେନାହିଁ।

ବିସିସିଆଇ ହାର୍ଦିକଙ୍କ ସାମ୍ନାରେ ରଖିଲେ ଚ୍ୟାଲେଞ୍ଜ:-

ଇଂସାଇଡ଼ ସ୍ପୋର୍ଟସ ମୁତାବିକ, ଆଇପିଏଲ ଖେଳିବା ପୂର୍ବରୁ ହାର୍ଦିକଙ୍କୁ ଏହି ବଡ଼ ଚ୍ୟାଲେଞ୍ଜ ଦିଆଯାଇଛି। ଯାହାକୁ ପୁରା କରିବା ବହୁତ ଜରୁରୀ ଅଟେ। ସିଲେକ୍ଟର୍ସଙ୍କ କହିବା ହେଲା ହାର୍ଦିକଙ୍କୁ 10 ଓଭର ବୋଲିଂ ସହିତ ୟୋ ୟୋ ଟେଷ୍ଟ ପାସ କରିବାକୁ ହେବ। ଏହି ପାରାମିଟର ପ୍ରତ୍ୟେକଙ୍କ ପାଇଁ ତୟ କରାଯାଇଛି। ବିସିସିଆଇର ବାର୍ଷିକ ଅନୁବନ୍ଧରେ ଯେଉଁ ପ୍ଲେୟାର ରହିଛନ୍ତି ତାଙ୍କୁ ଏହି ଟେଷ୍ଟ ପାସ କରିବା ବହୁତ ଜରୁରୀ ଅଟେ। ହାର୍ଦିକଙ୍କୁ ଏହି ଟେଷ୍ଟ ନିଶ୍ଚୟ ପାସ କରିବାକୁ ହେବ।

ଟିମ ରୁ ବାହାରେ ଚାଲୁଛନ୍ତି ହାର୍ଦିକ:-

ବହୁତ ସମୟ ହେବ ହାର୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆରୁ ବାହାରେ ଚାଲୁଛନ୍ତି। ସେ ବୋଲିଂ ଓ ବ୍ୟାଟିଂରେ କୌଣସି ପ୍ରକାରର ପ୍ରଦର୍ଶନ କରି ପାରୁନାହାଁନ୍ତି। ହାର୍ଦିକ ଶେଷଥର ପାଇଁ ଭାରତୀୟ ଟିମରେ 2021 t-20 ବିଶ୍ୱକପରେ ଦେଖାଯାଇଥିଲେ। ସେ ସେବେଠାରୁ ବହୁତ ଖରାପ ଫର୍ମରେ ଚାଲୁଛନ୍ତି।

ଗୁଜୁରାଟ ଟାଇଟନ୍ସର ଅଧିନାୟକ ଅଟନ୍ତି:-

ଆଇପିଏଲ 2022 ବହୁତ ରୋମାଞ୍ଚକ ହେବାକୁ ଯାଉଛି, କାରଣ ଆଇପିଏଲରେ ଏହିଥର ଦୁଇଟି ନୂଆ ଟିମ ଜଏନ ହୋଇଛି। ନୂଆ ଟିମ ଗୁଜୁରାଟର ଅଧିନାୟକ ପଦ ହାର୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି। ହାର୍ଦିକଙ୍କୁ ଏକ ସମୟରେ ଦ୍ଵିତୀୟ କପିଳ ଦେବ ମାନାଯାଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ଫର୍ମ ହରାଇ ବସିଲେ।

ଭାରତ ପାଇଁ ଖେଳି ସାରିଛନ୍ତି ତିନୋଟି ଫର୍ମାଟ:-

ଏକ ସମୟରେ ହାର୍ଦିକ ପାଣ୍ଡ୍ୟା ଭାରତର ନମ୍ବର 1 ଅଲ ରାଉଣ୍ଡର ଥିଲେ। ଏହାପରେ ଇଞ୍ଜୁରୀ କାରଣରୁ ସେ ବାହାର ହେବାରେ ଲାଗିଲେ ଓ ତାଙ୍କ ସ୍ଥାନ ଯୁବା ତାରକା ନେଇଥିଲେ। ସେ ଭାରତ ପାଇଁ ତିନୋଟି ଫର୍ମାଟ ଖେକିଛନ୍ତି। 11ଟି ଟେଷ୍ଟରୁ 532 ରନ, 63 ଦିନିକିଆ ମ୍ୟାଚରୁ 1267 ରନ ଓ 56 ଉଇକେଟ ହାସଲ କରିଛନ୍ତି। ସେହିପରି t-20 ଫର୍ମାଟରେ 49ଟି ମ୍ୟାଚରୁ 484 ରନ ଓ 42 ଉଇକେଟ ନେଇଛନ୍ତି।

odiasambada
Comments (0)
Add Comment