କମ୍ ମୂଲ୍ୟରେ ଆରମ୍ଭ କରନ୍ତୁ ଏହି ଲାଭଜନକ ବ୍ୟବସାୟ,ପ୍ରତି ମାସରେ ହେବ 2ଲକ୍ଷ ପର୍ଯ୍ୟନ୍ତ ରୋଜଗାର,ଜାଣନ୍ତୁ କିପରି ଆରମ୍ଭ କରିବେ ?

ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ନୂଆ ଏବଂ ଲାଭଜନକ ବ୍ୟବସାୟ ବିଷୟରେ କହିବାକୁ ଯାଉଛୁ । ଏହି ବ୍ୟବସାୟ କୃଷି ସହିତ ଜଡିତ ଅଟେ । ଯଦି ଆପଣ ମଧ୍ୟ କୃଷି ଜରିଆରେ ଭଲ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ପ୍ରୋଜେକ୍ଟ ର ନାମ କହିବୁ,ଯାହାର ବର୍ଷ ସାରା ଚାହିଦା ବନି ରହିଥାଏ ।

ଆଜି ଆମେ ଆପଣଙ୍କୁ ଜିରା ଚାଷ ବିଷୟରେ କହୁବାକୁ ଯାଉଛୁ । ଭାରତର ପ୍ରତ୍ୟେକ ଘରେ ଜିରା ପ୍ରତିଦିନ ବ୍ୟବହାର କରାଯାଏ । ଜିରା ରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ,ଯାହା ପାଇଁ ଏହାର ଚାହିଦା ଦୁଇଗୁଣା ହୋଇଯାଏ ।

କିପରି କରିବେ ଜିରା ଚାଷ ?

ଜିରା ଚାଷ ପାଇଁ ବାଲିଆ ମାଟି ଏବଂ କାଦୁଆ ମାଟି ଭଲ ହୋଇଥାଏ । ଏହିପରି ମାଟିରେ ଜିରା ଚାଷ ସହଜରେ କରାଯାଇପାରେ । ବୁଣିବା ପୂର୍ବରୁ ଚାଷର ପ୍ରସ୍ତୁତି ଠିକ ଭାବରେ କରାଯିବା ଜରୁରୀ ଅଟେ । ଏଥିପାଇଁ ଜମିକୁ ହଳକରି ତାକୁ ଭଲ ଭାବରେ ଭୁରୁଭୁରା କରିଦେବା ଉଚିତ । ଯେଉଁ ଜମିରେ ଜିରା ବୁଣିବେ,ସେହି ଜମିରୁ ଅନାବନା ଘାସ ବାହାର କରି ସଫା କରିଦେବା ଦରକାର ।

କଣ ଅଟେ ଜିରାର ଭଲ କିସମ :-

ଜିରା ର ଭଲ କିସମ ମଧ୍ୟରେ ତିନିଟି ଭେରାଇଟିର ନାମ ପ୍ରମୁଖ ଅଟେ | RZ 19 ଏବଂ 209, RZ 223 ଏବଂ GC 1-2-3 କିସମଗୁଡିକ ଭଲ ବୋଲି କୁହାଯାଏ | ଏହି କିସମର ମଞ୍ଜି 120-125 ଦିନରେ ପାଚିଯାଆନ୍ତି | ଏହି କିସମର ହାରାହାରି ଅମଳ ପ୍ରତି ହେକ୍ଟର ପିଛା 510 ରୁ 530 କିଲୋଗ୍ରାମ ଅଟେ | ତେଣୁ ଏହି କିସମଗୁଡିକ ଲଗାତାର ଭଲ ରୋଜଗାର କରାଯାଇପାରେ |

କେତେ ହେବ ରୋଜଗାର :-

ଯଦି ଆମେ ବର୍ତ୍ତମାନ ଅମଳ ଏବଂ ଏଥିରୁ ରୋଜଗାର ବିଷୟରେ ହେବା ତେବେ ଜିରା ମଞ୍ଜିର ହାରାହାରି ଅମଳ ହେକ୍ଟର ପ୍ରତି 7-8 କ୍ୱିଣ୍ଟାଲ୍ ମଞ୍ଜି ହୋଇଯାଏ | ଜିରା ଚାଷରେ ପ୍ରାୟ 30,000 ରୁ 35,000 ଟଙ୍କା ପ୍ରତି ହେକ୍ଟର ପିଛା ଖର୍ଚ୍ଚ ହୋଇଥାଏ | ଯଦି ଜିରା ମୂଲ୍ୟ କିଲୋଗ୍ରାମ ପ୍ରତି 100 ଟଙ୍କା ଭାବରେ ନିଆଯାଏ ତେବେ 40000 ରୁ 45000 ଟଙ୍କା ପ୍ରତି ହେକ୍ଟର ପିଛା ଲାଭ ହାସଲ କରାଯାଇପାରେ | ଏମିତିରେ ଯଦି 5 ଏକର ଚାଷରେ ଜିରା ଚାଷ କରାଯାଏ ତେବେ 2 ରୁ 2.25 ଲକ୍ଷ ଟଙ୍କା ରୋଜଗାର କରାଯାଇପାରେ |

odia sambada
Comments (0)
Add Comment