ପୋଷ୍ଟ ଅଫିସର ଏହି ସ୍କିମରେ ରଖନ୍ତୁ ଟଙ୍କା ,କେବଳ ୧୦ ବର୍ଷ ଭିତରେ ହୋଇଯିବ ଦ୍ୱିଗୁଣା,ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

ବିନିଯୋଗ ହେଉଛି ଏକମାତ୍ର ଉପାୟ ଯାହା ଫଳରେ ଆପଣ ନିଜର ଏବଂ ଆପଣଙ୍କ ପରିବାରର ଭବିଷ୍ୟତକୁ ଭଲ ଭାବରେ ସୁରକ୍ଷିତ କରିପାରିବେ। ବିନିଯୋଗ ପାଇଁ ଏକାଧିକ ସ୍କିମ୍ ରହିଛି। ଅନେକ ଲୋକ ସେମାନଙ୍କ ଜମାରାଶିକୁ ବ୍ୟାଙ୍କରେ ରଖନ୍ତି କିମ୍ବା କୌଣସି ପ୍ରକାର ସ୍କିମରେ ନିବେଶ କରିଥାନ୍ତି। ଯଦି ଆପଣ ଏମିତି ରିସ୍କକୁ ନେବା ପାଇଁ ସକ୍ଷମ ଅଛନ୍ତି ତେବେ ଆପଣ ସେୟାର ବଜାର କିମ୍ବା ମ୍ୟୁଚୁଆଲ ଫଣ୍ଡରେ ଆପଣଙ୍କର ଟଙ୍କାକୁ ନିବେଶ ପାରିପାରିବେ। ହେଲେ ଏମିତି କିଛି ସ୍କିମ ଅଛି ଯେଉଁଥିରେ ଆପଣ ବିନା ରିସ୍କରେ ନିବେଶ କରିପାରିବେ। ତେବେ ଏହି ସୁରକ୍ଷିତ ନିବେଶ ଏବଂ ଭଲ ରିଟର୍ଣ୍ଣ ପାଇବା ପାଇଁ ଆପଣ ପୋଷ୍ଟ ଅଫିସର ଏହି ଯୋଜନା (ପୋଷ୍ଟ ଅଫିସ୍ ସେଭିଂ ସ୍କିମ) କିସାନ ବିକାଶ ପତ୍ର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ।

ପୋଷ୍ଟ ଅଫିସର ଯୋଜନାଗୁଡ଼ିକ ହେଉଛି ଦୀର୍ଘକାଳୀନ ବିନିଯୋଗ। ଏହି ଯୋଜନାଗୁଡିକ ସେମାନଙ୍କ ପାଇଁ ଅଟେ ଯେଉଁମାନେ ପାରମ୍ପାରିକ ନିବେଶକୁ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କର ଦୀର୍ଘମିଆଦି ଦୃଷ୍ଟିକୋଣ ଥାଏ। ଡାକଘର ଯୋଜନାରେ କୌଣସି ବିପଦ ନାହିଁ। ଏଠାରେ ଆମେ ଆପଣଙ୍କୁ ଏପରି ଏକ ପୋଷ୍ଟ ଅଫିସର ସ୍କିମ୍ ବିଷୟରେ କହିବା ପାଇଁ ଯାଉଛୁ, ଯାହାର ନାମ କିସାନ ବିକାଶ ପତ୍ର ଅଟେ।

କୃଷକଙ୍କର ନିବେଶକୁ ଦ୍ୱିଗୁଣିତ କରିବା ଉଦେଶ୍ୟରେ ଏହି ସ୍କିମକୁ ଆରମ୍ଭ କରାଯାଇଥିଲା। ତେବେ ବର୍ତ୍ତମାନ ଏହି ସେବା ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି। ଏହି ଯୋଜନାରେ ୧୦ ବର୍ଷ ଏବଂ ୪ ମାସ ଅର୍ଥାତ ୧୨୪ ମାସରେ ଆପଣ ଜମା କରିଥିବା ଟଙ୍କାକୁ ଦ୍ୱିଗୁଣିତ ହୋଇପାରିବେ। ଏହି ଜମା ଖାତାରେ ଆପଣଙ୍କୁ ୬.୯ ପ୍ରତିଶତ ସୁଧ ମିଳିଥାଏ।

କିସାନ ବିକାଶ ପତ୍ର ଯୋଜନା ଅନୁସାରେ ଆପଣଙ୍କୁ ପ୍ରମାଣପତ୍ର ଭାବରେ ନିବେଶ କରିବାକୁ ପଡ଼ିଥାଏ। ଆପଣ ଏହି ପ୍ରମାଣପତ୍ରକୁ ୧୦୦୦ ଟଙ୍କା, ୫୦୦୦ ଟଙ୍କା, ୧୦୦୦୦ ଟଙ୍କା ଏବଂ ୫୦୦୦୦ ଟଙ୍କା ଭାବରେ କିଣିପାରିବେ। ୫୦୦୦୦ ଟଙ୍କାରୁ ଅଧିକ ନିବେଶ ଉପରେ ପ୍ୟାନ କାର୍ଡ ବାଧ୍ୟତାମୂଳକ ଥିବାବେଳେ ୧୦ ଲକ୍ଷ କିମ୍ବା ଏହାଠାରୁ ଅଧିକ ନିବେଶ ଉପରେ ଆୟ ପ୍ରମାଣ ଜମା କରିବାକୁ ପଡ଼ିବ, ଯେମିତିକି ଇନକମ ଟ୍ୟାକ୍ସ ରିଟର୍ଣ୍ଣ, ସାଲାରୀ ସ୍ଲିପ ଏବଂ ବ୍ୟାଙ୍କର ଷ୍ଟେଟମେଣ୍ଟ ଇତ୍ୟାଦି। ଏହାଛଡ଼ା ପରିଚୟ ପତ୍ର ମଧ୍ୟ ଆପଣଙ୍କୁ ଦେବାକୁ ପଡ଼ିଥାଏ।

ଏହି ଯୋଜନା ଅନୁସାରେ କୌଣସି ଭାରତୀୟ ନାଗରିକ ଯାହାର ବୟସ ୧୮ ବର୍ଷରୁ ଅଧିକ ହୋଇଥାଏ ସେ ଏହି ଆକାଉଣ୍ଟକୁ ଖୋଲାଇପାରିବେ। ତେବେ ଆକାଉଣ୍ଟ ଖୋଲିବାର ସର୍ବାଧିକ ବୟସର ସୀମା ବିଷୟରେ ନିର୍ଦ୍ଧାରିତ କରାଯାଇନାହିଁ। ତେବେ ୧୦ ବର୍ଷରୁ ୧୮ ବର୍ଷରୁ କମ୍ ନାବାଳକଙ୍କ ନାମରେ ମଧ୍ୟ କେଭିପି ସାର୍ଟିଫିକେଟ କିଣିପାରିବେ।

ଏହି ଯୋଜନାର ଅନ୍ୟ ସୁବିଧା ଅନୁସାରେ ଆପଣଙ୍କୁ ବ୍ରାଞ୍ଚ ଟ୍ରାନ୍ସଫର କରିବାର ବିକଳ୍ପ ମଧ୍ୟ ରହିଛି। ଏହାସହ ଆପଣ ସଂଚୟ କରିବାର ୨.୬ ବର୍ଷ ପରେ ଆପଣଙ୍କର ଅସୂୁବିଧା ସମୟରେ ଆପଣ ପଲିସି ଭାଙ୍ଗି ସମ୍ପୂର୍ଣ୍ଣ ଟଙ୍କାକୁ ଉଠାଇ ପାରିବେ। କିଷାନ ବିକାଶ ପତ୍ରରେ ନିବେଶ କରିଲେ ଏହିଁସବୁ ସୁବିଧା ସହ ଆପଣଙ୍କୁ କରଛାଡ ସୁବିଧା ମିଳିଥାଏ। ଏହାସହ ଆପଣ ସିଙ୍ଗଲ କିମ୍ବା ଜଏଣ୍ଟ ଭାବରେ ଏହି ପଲିସିକୁ ଆପଣେଇ ପାରିବେ। ଏହା ଏକ ଫିକ୍ସ ଡିପୋଜିଟ ସ୍କିମ ଅଟେ। ଏଥିରେ ଆପଣ ଗୋଟିଏ ଥର ଜମା କରିବେ। ଏହି ସ୍କିମରେ ଆପଣ ସର୍ବନିମ୍ନ ୧ ହଜାର ଟଙ୍କା ଜମା କରିପାରିବେ। ଏଥିରେ ନିବେଶ କରିବାର କୌଣସି ଲିମିଟ ନାହିଁ। ୧୯୯୮ ମସିହାରେ ଏହି ଯୋଜନାକୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ।

odia sambada
Comments (0)
Add Comment