ଯୁକ୍ତ ୨ ପାସ କରିଥିଲେ ବ୍ୟାଙ୍କରେ କରନ୍ତୁ ଚାକିରୀ,ଏମିତି ଭାବରେ କରନ୍ତୁ ଆବେଦନ !

ଆପଣ ସରକାରୀ ଚାକିରି ଖୋଜୁଛନ୍ତି କି? ଯଦି ଆପଣ ବ୍ୟାଙ୍କରେ ଚାକିରି କରିବା ପାଇଁ ଇଚ୍ଛୁକ ଥାନ୍ତି, ତେବେ ଆପଣଙ୍କ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପିଅନ ପୋଷ୍ଟ ପାଇଁ ବର୍ତ୍ତମାନ ଆବେଦନ ଗ୍ରହଣ କରୁଅଛି। ଆପଣ ଯଦି ଦ୍ଵାଦଶ ପାସ୍‌ କରିଥାନ୍ତି, ତେବେ ଶୀଘ୍ର ଆବେଦନ କରନ୍ତୁ। ପଶ୍ଚିମବଙ୍ଗର ବର୍ଦ୍ଧମାନ ଏବଂ ବିହାର ଚମ୍ପାରଣ ଜିଲ୍ଲାରେ ଏହି ନିଯୁକ୍ତି ମିଳିବ। ଇଚ୍ଛକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ pnbindia.in କୁ ଯାଇ ନୋଟିଫିକେସନକୁ ଦେଖିପାରିବେ।

ପଦବୀ : ୧୫

ଜରୁରୀ ତାରିଖ:-

୨୧ ମାର୍ଚ୍ଚ ୨୦୨୨ ହେଉଛି ଆବେଦନ କରିବାର ଶେଷ ତାରିଖ।

ବୟସର ସୀମା:-

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ବୟସ ୧୮ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ।

ଶିକ୍ଷାଗତ ଯୋଗ୍ୟତା:-

ଇଚ୍ଛୁକ ପ୍ରାର୍ଥୀ ୧୨ସ ଶ୍ରେଣୀ ପାସ କରିଥିବା ଜରୁରୀ। ଏହାଛଡା ଇଂଲିଶରେ ପଢିବା ଏବଂ ଲେଖିବା ନିତାନ୍ତ ଜରୁରୀ। ଏହି ପଦବୀ ପାଇଁ ଗ୍ରାଜୁଏସନ ପାସ କରିଥିଲେ ଆବେଦନ କରିପାରିବେ ନାହିଁ।

ଦରମା:-

ଚୟନିତ ପ୍ରାର୍ଥୀମାନଙ୍କ ଦରମା ମାସିକ ୧୪,୫୦୦ ରୁ ୨୮,୧୪୫ ଟଙ୍କା ରହିଛି।

ସରଂକ୍ଷିତ ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମାରେ ରିହାତି ମିଳିବ। ଏସସି ଏବଂ ଏସଟି ପ୍ରାର୍ଥୀମାନଙ୍କୁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀମାନଙ୍କୁ ୩ ବର୍ଷର ରିହାତି ମିଳିବ।

କେମିତି ଆବେଦନ କରିବେ ଜାଣନ୍ତୁ:-

ଇଚ୍ଛା କରୁଥିବା ପ୍ରାର୍ଥୀ ନିଜର ଆବେଦନ ପତ୍ର ଏହି ଠିକଣାରେ ପଠାଇପାରିବେ-
Deputy Circle Head – Support, HRD Department, Punjab National Bank, Circle Office, Bardhaman, 2nd Floor, Shri Durga Market, Police Line Bazar, GT Road, Bardhaman – 713103

odia sambada
Comments (0)
Add Comment