ଇଣ୍ଟରନାଶନାଲ କବାଡ଼ି ଖେଳାଳିଙ୍କୁ ଲାଇଭ ମ୍ୟାଚ ସମୟରେ ହ-ତ୍ୟା,ଜାଣନ୍ତୁ ପୁରା ଘଟଣା

ସିଟରେ ବିଜୟୀ ହୋଇ ସରକାର ଗଠନ କରିଛି। ଆମ ଆଦମୀ ପାର୍ଟି ଭାଗବନ୍ତ ମାନଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବାର ନିଷ୍ପତ୍ତି ନେଲେ। କିନ୍ତୁ ଏବେ ପଞ୍ଜାବ ଆଉ ଏକ ଖବର ପାଇଁ ଚର୍ଚ୍ଚାରେ ରହିଛି। ଏହି ଖବର ଖେଳ ଜଗତର ଅଟେ ଓ ବହୁତ ଯନ୍ତ୍ରଣାଦାୟକ ମଧ୍ୟ। ଏଠାରେ ଏକ କବାଡ଼ି ଖେଳାଳି ଉପରକୁ କିଛି ଅଜ୍ଞାତ ଲୋକେ ଗୁଳିମାରି ହତ୍ୟା କରିଦେଇଛନ୍ତି।

ଇନ୍ଟରନାଶନାଲ ଖେଳାଳି ଉପରେ ହେଲା ବଡ଼ ଆ-କ୍ର-ମ-ଣ:-

ଏହି ଖବର ପଞ୍ଜାବର ଜଳନ୍ଧର ସହରରୁ ଆସିଛି। ଜଳନ୍ଧରର ମଲ୍ଲିଆରେ ସୋମବାର ଦିନ ଚାଲୁଥିବା ଏକ କବାଡ଼ି ମ୍ୟାଚରେ ସନ୍ଦୀପ ନଙ୍ଗଲ ନାମକ ଖେଳାଳିକୁ ଗୁଳିକରି ହତ୍ୟା କରାଯାଇଛି। ଅମ୍ବିଆନ ଗ୍ରାମରେ ରହୁଥିବା ସନ୍ଦୀପଙ୍କୁ କିଛି ଅଜ୍ଞାତ ଲୋକେ ସନ୍ଧ୍ୟା 6 ଘଟିକା ସମୟରେ ଗୁଳିକରି ହତ୍ୟା କରିଥିଲେ। ଖବର ଅନୁସାରେ ସନ୍ଦୀପଙ୍କ ମୁଣ୍ଡ ଓ ଛାତିରେ ପ୍ରାୟତଃ 20 ରାଉଣ୍ଡ ଗୁଳି ଲାଗିଥିଲା। ସନ୍ଦୀପଙ୍କୁ ପ୍ରାୟ 12 ଜଣ ଲୋକେ ଗୁଳି ମାରିଥିବା କୁହାଯାଇଛି।

ସାରା ଦୁନିଆରେ ଖେଳି ସାରିଥିଲେ କବାଡ଼ି:-

ଏକ ପେଶାଦାର ଖେଳାଳି ରୂପରେ ନଙ୍ଗଲ ଷ୍ଟପର ଭୂମିକାରେ ଖେଳନ୍ତି। ସେ ଛୋଟ ବେଳରୁ ଏହି ଖେଳ ଖେଳି ରାଜ୍ୟ ସ୍ତରୀୟ ପାଇଁ ମଧ୍ୟ ବହୁତ ନାମ କମାଇଛନ୍ତି। ତାଙ୍କୁ ଲୋକାଲ ରେ ଗ୍ଲାଡିଏଟର ରୂପରେ ବିବେଚିତ କରାଯାଏ। ସେ ଏକ ଦଶକ ହେବ କବାଡ଼ିରେ ରାଜ କରିଥିଲେ। ଏହାସହ ସେ କାନାଡ଼ା, ବ୍ରିଟେନ ଓ ଆମେରିକାରେ ବହୁତ ଭଲ ପ୍ରଦର୍ଶନ କରିଥିଲେ।

ହସ୍ପିଟାଲ ପହଞ୍ଚିବା ପରେ ହେଲା ମୃତ୍ୟୁ:-

ଜଣାଇଦେଉଛୁ ଘାୟଲ ଅବସ୍ଥାରେ ସନ୍ଦୀପଙ୍କୁ ହସ୍ପିଟାଲ ନିଆ ଯାଇଥିଲା ଓ ଡ଼କ୍ଟର ହସ୍ପିଟାଲରେ ତାଙ୍କୁ ମୃତ ଘୋଷିତ କରିଥିଲେ। ଖବର ଏହାକି ଗ୍ରାମରେ କବାଡ଼ି ପ୍ରତିଯୋଗିତା ଚାଲିଥିଲା ଓ ଏହି ସମୟରେ ସନ୍ଦୀପ ନିଜର କିଛି ବନ୍ଧୁଙ୍କୁ ବାହାରକୁ ଛାଡ଼ିବାକୁ ଯାଇଥିଲେ। ଏଠାରେ କିଛି ଲୋକେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଦେଇଛି।

odia sambada
Comments (0)
Add Comment