ପୁଟିନଙ୍କୁ ଏଲନ ମସ୍କଙ୍କ ଖୋଲା ଚ୍ୟାଲେଞ୍ଜ, ମୋ ସହ ଲଢେଇ କର, ଯିଏ ଜିତିବ ୟୁକ୍ରେନ ତାର ହେବ

ଥମିବାର ନାଁ ନେଉନି ଋଷ-ୟୁକ୍ରେନ ବିବାଦ । ୧୯ ଦିନରେ ଯୁଦ୍ଧ ପହଞ୍ଚିଥିଲେ ବି ଏବେ ମଧ୍ୟ ଆକ୍ରମଣ ଜାରି ରହିଛି । ଟ୍ୟାଙ୍କ, ତୋପ ଏବଂ ଯୁଦ୍ଧବିମାନରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଜୈବିକ ଏବଂ ରାସାୟନକି ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ୟୁକ୍ରେନ ଆମେରିକା ସହ ମିଶି ଜୈବିକ ଏବଂ ରାସାୟନକି ଅସ୍ତ୍ରଶସ୍ତ୍ର ତିଆରି କରୁଛି ବୋଲି ରୁଷ ଅଭିଯୋଗ କରିଛି । ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହାତାହାତି ହେବାକୁ ଚ୍ୟାଲେଞ୍ଜ କରିଛନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ । ଏହି ଜଣିକିଆ ମୁକାବିଲାରେ ବାଜିରେ ଲାଗିବ ୟୁକ୍ରେନ ।

ଟୁଇଟ୍ କରି ଏହା କହିଛନ୍ତି ଏଲନ୍‌ ମସ୍କ । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠୁ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଲଗାତାର ଟାର୍ଗେଟ୍ କରୁଛନ୍ତି ମସ୍କ । କେବଳ ଏତିକି ନୁହେଁ ୟୁକ୍ରେନର ସହାୟତା ପାଇଁ ନିଜର ସାଟେଲାଇଟ୍ ଷ୍ଟାରଲିଙ୍କର ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି । ସୋମବାର ଗୋଟିଏ ପରେ ଗୋଟିଏ ଟ୍ୱିଟରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଲଢେଇ ପାଇଁ ଚ୍ୟାଲେଞ୍ଜ କରିଛନ୍ତି । କେବଳ ଏତିକି ନୁହେଁ ସେ ପୁଟିନ ତାଙ୍କୁ ଭୟ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି । ନିଜ ଟୁଇଟରେ ପୁଟିନଙ୍କ ନାମକୁ ଏଲୋନ୍ ମସ୍କ ଋଷିୟ ଭାଷାରେ ଲେଖିଛନ୍ତି ।

ଏପରିକି ଉଭୟଙ୍କ ହାତାହାତି ଲଢେଇ ହିଁ ଋଷ-ୟୁକ୍ରେନ ଯୁଦ୍ଧର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏଲନ ମସ୍କ ଟୁଇଟ୍ କରି ଲେଖିଛନ୍ତି, ମୁଁ ଭ୍ଲାଦିମିର ପୁଟିନଙ୍କୁ ଏକାକୀ ମୋ ସହ ଲଢେଇ କରିବାକୁ ଚ୍ୟାଲେଞ୍ଜ କରୁଛି । ଏଥିପାଇଁ ବାଜିରେ ଲାଗିବ ୟୁକ୍ରେନ । ଯିଏ ଜିତିବ ୟୁକ୍ରେନ ତାର ହେବ ବୋଲି ସେ କହିଛନ୍ତି । ଏହି ଟୁଇଟ୍‌କୁ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି । ତେବେ ପୁଟିନ୍‌ଙ୍କର ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟ ନଥିବାରୁ ଏଲୋନ୍ ମସ୍କ ଋଷିୟ ରାଷ୍ଟ୍ରପତିଙ୍କ ଅଫିସିଆଲ୍ ଆକାଉଣ୍ଟ ସହ ନିଜ ଟୁଇଟ୍‌କୁ ଟ୍ୟାଗ୍ କରିଛନ୍ତି ।

ତେବେ ଏହିପରି ଭାବରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚ୍ୟାଲେଞ୍ଜ କଲେ ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ । ଟ୍ବିଟ କରି ସେ ପୁଟିନଙ୍କୁ ଯୁଦ୍ଧ କରିବା ପାଇଁ ଆହ୍ବାନ ଦେଇଥିବା ଦେଖାଯାଇଛି । ଟ୍ବିଟରେ ସେ ପୁଟିନଙ୍କ ସହ ଦ୍ବନ୍ଦ୍ବ ଯୁଦ୍ଧ କରିବାକୁ କହିଥିବା ଦେଖାଯାଇଛି । ଟ୍ବିଟରେ ଲେଖାଯାଇଛି ଯେ, ମୁଁ ଭ୍ଲାଦିମିର ପୁଟିନଙ୍କୁ ଦ୍ବନ୍ଦ୍ବ ଯୁଦ୍ଧ ପାଇଁ ଚ୍ୟାଲେଞ୍ଜ କରୁଛି । ତେବେ ଏମଧ୍ୟରେ ଯୁଦ୍ଧକୁ ଶେଷ କରିବା ପାଇଁ ଆଜି ଦୁଇ ଦେଶ ମଧ୍ୟରେ ଚତୁର୍ଥ ରାଉଣ୍ଡ ଆଲୋଚନା ଚାଲିଛି । ଉଭୟ ଦେଶ ମଧ୍ୟରେ ଏହି ବାର୍ତ୍ତାଳାପ ଭର୍ଚୁଆଲ୍ ମୋଡରେ କରାଯାଉଥିବା ଜଣାପଡ଼ିଛି ।

odia sambada
Comments (0)
Add Comment