ଗୁଗଲ ମ୍ୟାପ ଜରିଆରେ ଆପଣ କେମିତି ଅନ୍ୟ ଜଣଙ୍କୁ ଟ୍ରାକ କରିପାରିବେ, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ ….

2005 ରେ ନିଜର ଆରମ୍ଭ ପରେ, Google ମ୍ୟାପ କେତେକ ଯାତ୍ରୀଙ୍କ ଡେଲି ଲାଇଫରେ ଏକ ବହୁତ ଉପଯୋଗୀ ଟୁଲ ସାବ୍ୟସ୍ତ ହୋଇଛି। Google ମ୍ୟାପ୍ସ ସ୍ପେସିଫିକ ସ୍ଥାନ ଗୁଡିକ ସହିତ ଲୋକଙ୍କୁ ଖୋଜିବାରେ ମଧ୍ୟ ସାହାର୍ଯ୍ୟ କରୁଛି। ଆପ ଟି ଫ୍ରି ଅଟେ ଓ ଏହାକୁ ବ୍ୟବହାର ମଧ୍ୟ ସହଜରେ କରାଯାଇପାରିବ। ଆପଣ କୌଣସି ବି ବ୍ୟକ୍ତିକୁ Google ମ୍ୟାପ ଜରିଆରେ ଟ୍ରାକ କରିପାରିବେ। ଯଦି Google ମ୍ୟାପର ବ୍ୟବହାର କରି କାହାର ବିନା ଅନୁମତିରେ ଆପଣ କାହାକୁ ଟ୍ରାକ କରୁଛନ୍ତି ଏହାର ଅନୁମତି ଆମେ ଦେବୁନାହିଁ କାରଣ କାହାର ପ୍ରାଇଭେସି ଉଲ୍ଲଂଘନ କରିବା ଆମେ ଚାହୁଁନାହୁଁ।

ଆପଣ କୌଣସି ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ସୁରକ୍ଷିତ ରହିବା ପାଇଁ ରିଲଲ ଟାଇମ ଟ୍ରାକ କରିବାର ପ୍ରୟାସ କରିପାରିବେ। ଏଥିପାଇଁ ହ୍ଵାଟ୍ସଆପରେ ରିଅଲ ଲୋକେସନ ଆପଣଙ୍କୁ ଶେୟର କରିବାକୁ ହେବ। ବିଶେଷ ରୂପରେ ଲାଇଭ ଲୋକେସନ ଫିଚର୍ସ ଶେୟର କରିବା iphone ଓ ଆଣ୍ଡ୍ରୋଏଡ଼ ଫୋନରେ ଲାଗୁ ହୋଇଥାଏ। ପିସି ରେ ଲାଇଭ ଲୋକେସନକୁ ଶେୟର କରିବା ସମ୍ଭବ ନୁହେଁ, କିନ୍ତୁ ଆପଣ ଏବେବି ଗୁଗଲ ମ୍ୟାପ ଡେସ୍କଟପ ଭର୍ସନରେ କୌଣସି ଅନ୍ୟ ସ୍ଥାନକୁ ଦେଖିପାରିବେ। ଆପଣ କୌଣସି ବି ସମୟରେ ନିଜ ସ୍ଥାନ ଶେୟର କରିବା ବନ୍ଦ କରିପାରିବେ। Iphone, ipad ଓ ଗୁଗଲ ମ୍ୟାପ୍ସରେ କୌଣସି ବ୍ୟକ୍ତିକୁ ଟ୍ରାକ କରିବାର ପ୍ରଣାଳୀ ଏହିଠାରୁ ଜାଣନ୍ତୁ।

Iphone ଓ ipad ରେ ଗୁଗଲ ମ୍ୟାପ୍ସ ଲୋକେସନ କେମିତି ଶେୟର କରିପାରିବା:-

ଯଦି ଆପଣ ନିଜର ଲାଇଭ ଲୋକେସନ କାହା ସହ ଶେୟର କରିବାକୁ ଚାହୁଁଛନ୍ତି ଯାହା ପାଖରେ ଗୁଗଲ ଆକାଉଣ୍ଟ ରହିଛି, ସେଥିପାଇଁ ଆପଣଙ୍କୁ ନିଜର ଗୁଗଲ କଣ୍ଟାକ୍ଟରେ ତାଙ୍କର Gmail ଆଡ୍ରେସ ଯୋଡ଼ିବାକୁ ହେବ।

ଥରେ ହୋଇଯିବା ପରେ ଆପଣ ନିଜ ମୋବାଇଲରେ Google ମ୍ୟାପ୍ସ ଖୋଲନ୍ତୁ, ନିଜ ପ୍ରୋଫାଇଲ ପିକ୍ଚର ଉପରେ ଟ୍ୟାପ କରନ୍ତୁ ଓ ଏହାପରେ ଲୋକେସନ ଶେୟରିଂ ଉପରେ ସିଲେକ୍ଟ କରନ୍ତୁ।

ଏହାପରେ ଆଡ଼ ପିପଲ ସିଲେକ୍ଟ କରନ୍ତୁ ଓ ସେହି ସମୟ ଅବଧି ଚୟନ କରନ୍ତୁ ଯାହାପାଇଁ ଆପଣ ନିଜର ଲୋକେସନ ଶେୟର କରିବାକୁ ଚାହାଁନ୍ତି। ଏହାପରେ ଗୋଟିଏ କିମ୍ବା ଦୁଇଟି କଣ୍ଟାକ୍ଟ ଉପରେ ଟ୍ୟାପ କରନ୍ତୁ ।

ଏବେ ଗୁଗଲ ମ୍ୟାପ୍ସ ସହିତ କଣ୍ଟାକ୍ଟ ଶେୟର କରିବାର ଆଦେଶ ଦିଅନ୍ତୁ।

ଏହାପରେ ଶେୟର କରିବା ଉପରେ ଟ୍ୟାପ କରନ୍ତୁ, ଯଦି ବ୍ୟକ୍ତିଙ୍କ ପାଖରେ ଗୁଗଲ ଆକାଉଣ୍ଟ ନାହିଁ ତାହେଲେ ଆପଣ ଉପରୋକ୍ତ ପ୍ରକ୍ରିୟାର ଲୋକଙ୍କୁ ଆଡ଼ ପିପଲ ଟ୍ୟାବ ସ୍ଥାନରେ ଲିଙ୍କ ଶେୟର କରିପାରିବେ।

ଆପଣ ଲିଙ୍କ କୁ imessage କିମ୍ବା ଅନ୍ୟ ଚ୍ୟାଟ ଆପ ଜରିଆରେ ପଠାଇ ପାରିବେ।

ଆଣ୍ଡ୍ରୋଏଡ଼ ସ୍ମାର୍ଟଫୋନରେ ଏମିତି କରନ୍ତୁ ଗୁଗଲ ମ୍ୟାପ ଲୋକେସନ ର ଶେୟର:-

ସର୍ବପ୍ରଥମେ ଆପଣ ନିଜ ଫୋନ ର ଗୁଗଲ ମ୍ୟାପ୍ସ କୁ ଯାଆନ୍ତୁ ଓ ନିଜ ପ୍ରୋଫାଇଲ ପିକ୍ଚର ଉପରେ ଟ୍ୟାପ କରନ୍ତୁ।

ଏହାପରେ ଲୋକେସନ ଶେୟର ଓ ଆଡ଼ ପିପଲ ଉପରେ କ୍ଲିକ କରନ୍ତୁ।

ଏବେ ଶେୟରିଂ ଟାଇମ ସେଟ କରନ୍ତୁ ଓ ଏହାପରେ କଣ୍ଟାକ୍ଟ ସିଲେକ୍ଟ କରନ୍ତୁ।

ଯଦି ଦ୍ଵିତୀୟ ବ୍ୟକ୍ତିଙ୍କ ପାଖରେ ଗୁଗଲ ଆକାଉଣ୍ଟ ନାହିଁ ତାହେଲେ ଆପଣଙ୍କୁ ଆଡ଼ ପିପଲ ସ୍ଥାନରେ ଲୋକେସନ ଶେୟରିଂ ଲିଙ୍କ ସିଲେକ୍ଟ କରିବାକୁ ହେବ।

ଏହାପରେ ଆପଣ ଲିଙ୍କ କୁ କପି କରି ମେସେଜ କିମ୍ବା କୌଣସି ଅନ୍ୟ ଏକ ସୋସିଆଲ ମିଡ଼ିଆ ମାଧ୍ୟମରେ ଶେୟର କରିପାରିବେ।

odia sambada
Comments (0)
Add Comment