ପୁଣି କେନ୍ଦ୍ରସରକାର କମାଇଲେ ଇପିଏଫଓ ସୁଧହାର,ଏ ହେଉଛି ୪୦ ବର୍ଷ ଭିତରେ ସର୍ବନିମ୍ନ

ବର୍ତ୍ତମାନ ସମୟରେ ମହଙ୍ଗା ଯୁଗରେ ଚାକିରିଆମାନଙ୍କ ପାଇଁ ଏକ ଖରାପ ଆସିଛି ଖବର। ଇପିଏଫଓର ଏହି ସୁଧ ଦରରେ ପରିବର୍ତ୍ତନ କରାଯାଉୟଛି। ଯାହାକି ବିଗତ ୪୦ ବର୍ଷ ମଧ୍ୟରେ ଆଦୌ ହୋଇନଥିଲା। ତାହା ବର୍ତ୍ତମାନ ହେବାପାଇଁ ଯାଉଛି। ସବୁ ଜିନିଷର ଦରଦାମ ବଢୁଥିବା ସମୟରେ ଚାକିରିଆମାନଙ୍କ ପକେଟ ଉପରେ ଭାରି ପ୍ରଭାବ ପଡ଼ିବ। କାହିଁକି ନା ଇପିଏଫଓର ସୁଧର ହାର କମିବାପାଇଁ ଯାଉଛି। ଆଗକୁ ହୋଲି ପର୍ବ ପାଇଁ ଲୋକ ସରକାରଙ୍କ ଠାରୁ କିଛି ଭଲ ଖବର ଶୁଣିବାକୁ ଅପେକ୍ଷା କରିଥିବା ସମୟରେ ସେମାନଙ୍କ ମନ ଭାରି କଲା ଭଳି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଲମ୍ବା ସମୟ ଧରି ଇପିଏଫଓର ଏହି ସୁଧର ହାର ବଢ଼ିବାର ଅପେକ୍ଷା କରିଥିବା ୬ କୋଟି ଲୋକମାନଙ୍କୁ ସରକାରଙ୍କ ତରଫରୁ ବଡ଼ ଝଟକା ଲାଗିବ।

ସରକାର ହୋଲି ପୂର୍ବରୁ ହିଁ ଇପିଏଫଓର ସୁଧ ବଢ଼ାଇବା ବଦଳରେ ଏହାକୁ କମାଇ ଦେଇଛନ୍ତି। ୬ କୋଟି ବେତନଭୋଗୀ କର୍ମଚାରୀମାନଙ୍କ ହୋଲି ଖୁସିକୁ ସରକାର ପାଣିଚିଆ କରି ଦେଇଛନ୍ତି। ଇପିଏଫଓର ଏହି ସୁଧର ହାରକୁ ୮.୫ ରୁ ୮.୧ ପ୍ରତିଶତକୁ କମାଇ ଦିଆଯାଇଛି। ଗତ ୪୦ ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ କମ ସୁଧର ହାର। ଏହା ପୂର୍ବରୁ ୧୯୭୭ ମସିହାରେ ପିଏଫର ସୁଧ ହାର ୮ ପ୍ରତିଶତ ଥିଲା। ଗତବର୍ଷ ୮.୫ ପ୍ରତିଶତର ସୁଧର ହାର ଥିଲା। କର୍ମଚାରୀ ଭବିଷ୍ୟନିଧି ସଂଗଠନ CBT ସଂସ୍ଥା ଶନିବାର ଦିନ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

କରୋନା ମହାମାରୀ ଇପିଏଫଓର ଆୟକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ତେଣୁ, ୨୦୧୯-୨୦ ମସିହା ଆର୍ଥିକ ବର୍ଷର ୮.୫ ପ୍ରତିଶତ ସୁଧ ଦେବାରେ ବହୁ ବିଳମ୍ବ ହୋଇଥିଲା। ଶେଷରେ ତାହାକୁ ଦୁଇଟି କିସ୍ତିରେ ଜମା କରାଯାଇଥିଲା।

୨୦୨୧-୨୨ ମସିହା ଆର୍ଥିକ ବର୍ଷରେ ଇପିଏଫଓର ଆୟ ୭୬,୭୬୮ କୋଟି ଟଙ୍କା ରହିଛି। ଏହା ଏକ ଅତ୍ୟନ୍ତ କଠିନ ବର୍ଷ ଥିଲା। ତେବେ ଡେବ୍ଟ ନିବେଶରୁ ହୋଇଥିବା ଏହି ଆୟ ବ୍ୟତୀତ ସୌଭାଗ୍ୟବଶତଃ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପୂର୍ବରୁ ଇକ୍ବିଟି ଟ୍ରେଡେଡ ଫଣ୍ଡ (ଇଟିଏଫ୍) ବିକ୍ରି ସମ୍ଭବ ହୋଇଥିଲା। ଯାହା ଫଳରେ ଇପିଏଫଓର ପାଣ୍ଠି ବହୁତ ବୃଦ୍ଧି ପାଇଥିଲା। ମୋଟ ପାଣ୍ଠିର ପରିମାଣ ଯଦିଓ ୧୩ ପ୍ରତିଶତ ବଢ଼ିଥିଲା, ମାତ୍ର ସୁଧରୁ ହେଉଥିବା ଏହି ଆୟ ୮ ପ୍ରତିଶତରେ ସୀମିତ ରହିଥିଲା।

ସମସ୍ତ କ୍ଷେତ୍ରରୁ ହୋଇଥିବା ଏହି ଆୟର ହିସାବକୁ ନେବା ପରେ ୮.୧ ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ହୋଇଛି। ସୁଧ ଜମା କରିବା ପରେ ଇପିଏଓ ପାଖରେ ୪୫୦ କୋଟି ଟଙ୍କା ବଳକା ଯାହା ରହିବ ଯାହାକୁ ପେନ୍ସନ୍ ପାଣ୍ଠିରେ ଜମା କରାଯିବ। ଶନିବାର ଦିନ ଗୁଆହାଟିରେ ଅନୁଷ୍ଠିତ ହୋଇଥିବା ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ସୁଧ ସଂକ୍ରାନ୍ତକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବର୍ତ୍ତମାନ ଠାରୁ ଇପିଏଫଓର ସୁଧହାର ୮.୧ ପ୍ରତିଶତ ଲାଗୁ ହେବ। ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜର ନିଷ୍ପତ୍ତି ଅନୁସାରେ ଇପିଏଫଓ ବର୍ତ୍ତମାନ ବିତ୍ତ ମନ୍ତ୍ରାଳୟ ଠାରୁ ମଞ୍ଜୁରୀ ନେବ। ସେଠାରେ ମୋହର ଲାଗିବା ପରେ ଖାତାଧାରକଙ୍କୁ ଦିଆଯାଉଥିବା ଏହି ସୁଧ ହାରରେ ପରିବର୍ତ୍ତନ କରାଯିବ। ତେବେ ଏହା ପାଖାପାଖି ୪୦ ବର୍ଷ ପରେ ପରିବର୍ତ୍ତନ ହେବାପାଇଁ ଯାଉଛି। ଚାରି ଦଶକ ମଧ୍ୟରେ ସବୁଠାରୁ କମ ସୁଧର ହାର କରାଯାଇଛି। ଏହାପୂର୍ବରୁ ୧୯୭୭-୭୮ ମସିହାରେ କର୍ମଚାରୀମାନଙ୍କୁ ସବୁଠାରୁ କମ ୮ ପ୍ରତିଶତ ସୁଧହାର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହାସହ ଲୋକମାନଙ୍କୁ ଲୋନ ନେବାରେ ମଧ୍ୟ ସମସ୍ୟା ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ଶାଖା ବ୍ୟାଙ୍କକୁ ଦେଉଥିବା ଋଣର ଦର ଅର୍ଥାତ ରେପୋ ରେଟକୁ ବଢ଼ାଇବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଏମିତି ମଧ୍ୟ ଅନୁମାନ କରାଯାଉଛିକି ଆଗାମୀ ଦିନମାନଙ୍କରେ ଇପିଏଫଓର ସୁଧର ହାରରେ ଆହୁରି ହ୍ରାସ କରାଯିବ। ଛୋଟ ସଂଚୟ ଯୋଜନାରେ ଥିବା ପବ୍ଳିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ ସ୍କିମରେ ମଧ୍ୟ ସୁଧର ଦର ୭.୧ ପ୍ରତିଶତ ରହିଛି।

odiasambada
Comments (0)
Add Comment