କ’ଣ ସତରେ ହେବ ତୃତୀୟ ବିଶ୍ୱଯୁଦ୍ଧ ? ଗଣିତର ଏହି ସୂତ୍ରରୁ ମିଳୁଛି ସଙ୍କେତ !

ଜଣେ ବ୍ୟକ୍ତି ପ୍ରଥମ ବିଶ୍ଵଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ୟୁକ୍ରେନ ଉପରେ ରୂଷ ଆକ୍ରମଣର ଆରମ୍ଭ ତାରିଖ ମଧ୍ୟରେ ଏକ ଅସାମାନ୍ୟ ସମ୍ବନ୍ଧ ଦେଖାଯାଇଛି|ସମସ୍ତ ତିଥିର ସଂଖ୍ୟା ଯୋଡିଲେ ୬୮ ଆସୁଛି|କିଛି ଲୋକ ଏହି ସୂତ୍ରକୁ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ କିଛି ବିଶ୍ବାସ କରୁନାହାଁନ୍ତି|

ପେଟ୍ରିକ-ବେଟ୍ ଡେଭିଡ୍ ୨୮ ଜୁଲାଇ ୧୯୧୪ରେ ଦେଖିଲେ ଯେ ଯେଉଁ ତାରିଖରେ ଅଷ୍ଟ୍ରିଆ- ହଙ୍ଗେରୀ ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ କରି ସର୍ବିଆ ଉପରେ ଯୁଦ୍ଧ ଘୋଷଣା କରିଥିଲେ|ପେଟ୍ରିକ ୭,୨୮,୧୯,୧୪କୁ ଏକାସହ ଯୋଡିବାରୁ ୬୮ ମିଳିଲା|ଏହାପରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭ ତାରିଖ ୧ ସେପ୍ଟେମ୍ବର ୧୯୩୯ ନେଇଥିଲେ|ଏହା ମଧ୍ୟ ଯୋଡିଲେ ୬୮ ହେଉଛି|

ଏହାପରେ ପେଟ୍ରିକ ସେହି ଦିନର ତାରିଖ ବାଛିଲେ ଯେଉଁଦିନ ରୂଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ|ମାନେ ୨୪ ଫେବୃଆରୀ ୨୦୨୨ ଓ ଏହାର ସର୍ବମୋଟ ଯୋଗଫଳ ୨୪+୨+୨୦+୨୨=୬୮ ହେଉଛି|ସେ ଏହି ସମ୍ବନ୍ଧ ଟୁଇଟ କରି ଲେଖିଛନ୍ତି ଯେ “ମୋ ପାଇଁ ସବୁକିଛି ଗାଣିତିକ ସୂତ୍ର ଅଟେ”|ଏହା ଅଜବ ଅଟେ ଯେ ମାଗକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମରେ ଏହା ଭାଇରାଲ ହୋଇଗଲା|ଏହାକୁ ୧୨୦୦୦ ରୁ ଉର୍ଦ୍ଧ୍ବ ଲାଇକ ଓ ୩୫୦୦ ରୁ ଉର୍ଦ୍ଧ୍ବ ରିଟୁଇଟ କରାଯାଇଛି|

ଜଣେ ୟୁଜର କହିଛନ୍ତି ଏହା ଅଜବ ଅଟେ|ଆଉଜଣେ ଲେଖିଛନ୍ତି ଏହାକୁ ସ୍ୱୀକାର କରିବାକୁହେବ କିନ୍ତୁ ଟିକିଏ ଅଜବ ଅଟେ|କିଏ ଜଣେ ଲେଖିଛନ୍ତି ଗଣିତରେ ୬୮ ଗୋଟିଏ ପେରିନ ସଂଖ୍ୟା ଅଟେ |ଏହା ଦୁଇଟି ବଡ ଅଭାଯ୍ୟ ସଂଖ୍ୟା ଯୋଗରେ ବଡ ସଂଖ୍ୟା ଅଟେ|୬୮=୭+୬୧=୩୧+୩୭|ଦୁନିଆ ଗଣିତ ମଡେଲରେ ଚାଲେ|ଭବିଷ୍ୟତ ବତାଉଥିବା ବ୍ୟକ୍ତି ଗଣିତ ମଡେଲରେ ମଧ୍ୟ ଚାଲୁଅଛି|

ଗୋଟିଏ ଟୁଇଟରେ ଲେଖିଥିଲେ,”ମୋତେ ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ଲୋକମାନେ ଏହାକୁ ପୁରା ଭବିଷ୍ୟବାଣୀ ବୋଲି ମାନିଥାନ୍ତି”ଆପଣ ଜାଣନ୍ତି କି ଏହି ବର୍ଷରେ ପ୍ରତି ମାସରେ ଅତିକମରେ‌‌ ଗୋଟିଏ ଦିନ ଏପରି ଅଟେ ଯାହା ୬୮ ସଂଖ୍ୟା ସହ ଯୋଡାଯାଇ ପାରିବ? ଏପରି ହେବାର ସମ୍ଭାବନା କମ୍ |ଆଉଜଣେ ଲେଖିଛନ୍ତି ଏହାର ଅର୍ଥ କ’ଣ? ବୋଧହୁଏ ନାହିଁ କିନ୍ତୁ ଏହା ମଧ୍ୟ ହୃଦୟସ୍ପର୍ଶୀ|

odia sambada
Comments (0)
Add Comment