୫ ମାସର ଗର୍ଭବତୀଙ୍କୁ ବଳାତ୍କାର କରିବା ପରେ ୬ ଦିନରେ ୩ଟି ହତ୍ୟା କଲା ଏହି ସୈତାନ, କୋର୍ଟ ଶୁଣାଇଲା ଏମିତି ଦଣ୍ଡ,ଜାଣନ୍ତୁ ପୁରା ଘଟଣା

ଜଣେ ବ୍ୟକ୍ତି ଜଣେ ପ୍ରେଗନାଣ୍ଟ ମହିଳାଙ୍କୁ ବଳାତ୍କାର କରିଲେ ଏବଂ ପରେ ତଣ୍ଟି ଚିପି ତାଙ୍କର ହତ୍ୟା କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଯାଇଛି। ବ୍ୟକ୍ତି ଜଣଙ୍କୁ ମୋଟ ତିନୋଟି ହତ୍ୟା ମାମଲାରେ ଦୋଷୀ ପ୍ରମାଣିତ କରାଯାଇଛି। ଯାହାପରେ କୋର୍ଟ ଦ୍ୱାରା ତାଙ୍କୁ ଏହି ପ୍ରକାର ଦଣ୍ଡ ଦିଆଯାଇଛି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବକି ଅଭିଯୁକ୍ତ ଜଣକ ଏହି ତିନୋଟି ମର୍ଡର ମାତ୍ର ୬ ଦିନ ମଧ୍ୟରେ କରିଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ମାମଲା ବ୍ରିଟେନର ୱେଷ୍ଟ ମିଡଲାଣ୍ଡସର ଅଟେ। ଯେଉଁଠି ଜଣେ ୩୯ ବର୍ଷିୟ ଆନ୍ଥନୀ ରସେଲଙ୍କୁ ବଳାତ୍କାର ଏବଂ ଟ୍ରିପଲ ମର୍ଡର ମାମଲାରେ ଆଜୀବନ କାରାଦଣ୍ଡ ଘୋଷଣା କରାଯାଇଛି। ୫୮ ବର୍ଷୀୟ ରସେଲଙ୍କୁ ଜୁଲି ଓ୍ଵିଲିୟମ୍ସ, ତାଙ୍କ ପୁଅ ୩୧ ବର୍ଷୀୟ ଡେଭିଡ ଓ୍ଵିଲିୟମସ୍‌ ଏବଂ ଜଣେ ମହିଳା ୩୧ ବର୍ଷୀୟ ନିକୋଲ ମ୍ୟାକଗ୍ରେଗରଙ୍କର ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି।

ବାସ୍ତବରେ ଘଟଣାଟି କିଛି ଏମିତି ଥିଲା। କୋର୍ଟ ଶୁଣାଣୀ କରିବା ସମୟରେ ଜଣାଇଛିଯେ ଜୁଲି ଓ୍ଵିଲିୟମ୍ସ ୨୩ ଅକ୍ଟୋବର ୨୦୨୦ରେ ନିଜ ପୁଅ ଡେଭିଡର ନିରୁଦ୍ଧିଷ୍ଟ ଖବର ଥାନାରେ ଏକ ଏତଲା ଦେଲେ। ଏହାର ଦୁଇ ଦିନ ପରେ ଜୁଲିର ନିରୁଦ୍ଧିଷ୍ଟ ଖବର ପାଇଁ ତାଙ୍କର ଭଉଣୀ ପୋଲିସଙ୍କୁ ଦେଲେ। ଜୁଲି ଏବଂ ଡେଭିଡ ଉଭୟ ପୋଲିସକୁ ଖବର ଦେବା ପରେ ପୋଲିସକୁ ଜୁଲିର ଶବ ମିଳିଲା। ତାଙ୍କ ଶରୀରରେ ୧୦୦ରୁ ଅଧିକ ଆଘାତର ଚିହ୍ନ ଥିଲା। ଏହାପରେ ପୋଲିସକୁ ମଧ୍ୟ ତାଙ୍କର ପୁଅ ଡେଭିଡର ଶବ ମିଳିଲା।

ଏହି ଘଟଣା ପରେ ଏହାକୁ ଲୁଟ ଉଦ୍ଦେଶ୍ୟ ଦେବା ପରେ ଆନ୍ଥନୀ ରସେଲ ସହରରୁ ଫେରାର ହୋଇ ଯାଇଥିଲେ। ଏହାପରେ ଲେମିଙ୍ଗଟନ ସହରରେ ପହଁଚିବାର କିଛି ଘଣ୍ଟା ପରେ ସେ ନିକୋଲ ମ୍ୟାକଗ୍ରେଗର ନାମକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଓ ତାଙ୍କୁ ହତ୍ୟା କରିଦେଲେ। କିଛି ଦିନ ପରେ ଉକ୍ତ ମହିଳାଙ୍କର ଶବ ଘଞ୍ଚ ଜଙ୍ଗଲ ମଧ୍ୟରୁ ମିଳିଥିଲା। ତାଙ୍କ ଶରୀରରେ ବହୁତ ସାରା କ୍ଷତାକ୍ତ ଚିହ୍ନ ଥିଲା। ଶବକୁ ଦେଖି ଲାଗୁଥିଲା ନୃଶଂସ ବ୍ୟକ୍ତି ଜଣକ ଉକ୍ତ ମହିଳାଙ୍କର ଶରୀରକୁ ଖିନଭିନ କରି ଉପଭୋଗ କରୁଥିଲା। ତେବେ ଆପଣଙ୍କୁ ଜାଣି ଘୃଣା ଲାଗିବକି ଉକ୍ତ ମହିଳା ଜଣଙ୍କର ସେହି ସମୟରେ ୫ ମାସର ଗର୍ଭବତୀ ହୋଇଥିଲେ।

ତେବେ ତିନୋଟି ହତ୍ୟା କରିବା ପଛରେ ରହସ୍ୟ ବିଷୟରେ ପୋଲିସ କହିଛିଯେ ଅଭିଯୁକ୍ତ ଆନ୍ଥନୀକୁ ଲାଗୁଥିଲାକି ଡାବିଡର ତା ଗାର୍ଲଫ୍ରେଣ୍ଡ ସହିତ ଆଫେୟାର ରହିଥିଲା। ଏଥିପାଇଁ ସେ ଡାବିଡକୁ ହତ୍ୟା କରିଦେଲା। କିନ୍ତୁ ଯେତେବେଳେ ତାର ମାଆ ପୋଲିସ ନିକଟରେ ଅଭିଯୋଗ କରିଦେଲା ସେଥିପାଇଁ ସେ ତାକୁ ମଧ୍ୟ ମାରିଦେଲା। କିନ୍ତୁ ଆନ୍ଥନୀ ନିକୋଲ ନାମକ ଜଣେ ୫ ମାସର ଗର୍ଭବତୀଙ୍କ କାହିଁକି ମାରିଲା ସେ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

odia sambada
Comments (0)
Add Comment