କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତି,ଜଲଦି ଜଲଦି ଆବେଦନ କରନ୍ତୁ

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବା ପାଇଁ ଚାହୁଁଥିବା ଆଶାୟୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛା କରୁଥିବା ଏବଂ ଯୋଗ୍ୟଥିବା ଆଶାୟୀ ପ୍ରାର୍ଥୀ ଯେଉଁମାନେ ଏହି ପଦରେ ଆବେଦନ କରିବା ପାଇଁ ଚାହୁଛନ୍ତି ସେମାନେ କେଭିଏସର ଅଫିସିଆଲ ୱେବସାଇଟ www.kvsangathan.nic.in କୁ ଯାଇ ନିଜର ଆବେଦନ କରିପାରିବେ। ୱାକ ଇନ ଇଣ୍ଟରଭ୍ୟୁ ଦ୍ୱାରା ଏହି ପଦବୀ ପାଇଁ ନିଯୁକ୍ତି କରାଯିବ।

ଏହି ନିଯୁକ୍ତି ପ୍ରକ୍ରିୟା ଅନୁସାରେ ପିଆରଟି, ଟିଜିଟି, ପିଜିଟି, ଯୋଗ ଶିକ୍ଷକ, ସ୍ପୋର୍ଟସ ଟିଚର, ଡାନ୍ସ/ମ୍ୟୁଜିକ ଟିଚର, ସ୍ପେଶାଲ ଏଜୁକେଟର, କମ୍ପ୍ୟୁଟର ଇନଷ୍ଟ୍ରକ୍ଟର, କନ୍ସଲଣ୍ଟାଣ୍ଟ, ନର୍ସ, ଡାକ୍ତର, ଡିଇଓ ପଦ ପାଇଁ ନିଯୁକ୍ତି ବାହାରିଛି। ତେବେ ଆଶାୟୀ ପ୍ରାର୍ଥୀମାନଙ୍କୁ ଅଫିସିଆଲ ନୋଟିଫିକେସନ ନିଶ୍ଚିତ ଦିଅନ୍ତୁ। କେନ୍ଦ୍ରୀୟ ବିଦ୍ୟାଳୟ ଆରକେପୁରମ, କୋଲକାତା, ଦିଲ୍ଲୀ, ଅମ୍ବାଲା କ୍ୟାଣ୍ଟ, ଜମ୍ମୁ ସହିତ ଓଡ଼ିଶାର ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମଧ୍ୟ ଆବେଦନ କରାଯାଉଛି।

ଜରୁରୀ ତାରିଖ:-

କେନ୍ଦ୍ରୀୟ ବିଦ୍ୟାଳୟ ଡେରାଡୁନ ପାଇଁ ଇଣ୍ଟରଭ୍ୟୁ ତାରିଖ ୧୪, ୧୫ ଓ ୧୬ ମାର୍ଚ୍ଚ ରହିଥିବା ସମୟରେ ଥାନେରେ ଇଣ୍ଟରଭ୍ୟୁ ତାରିଖ ୧୫ ଓ ୧୬ ମାର୍ଚ୍ଚ ରହିଛି। ସେହିପରି ଗତ ଇଣ୍ଟରଭ୍ୟୁ ତାରିଖ ୧୮ ମାର୍ଚ୍ଚ ରହିଛି।

ଶିକ୍ଷାଗତ ଯୋଗ୍ୟତା:-

ପିଜିଟି-ବିଏଡ ସହିତ ପ୍ରାସଙ୍ଗିକ ବିଷୟରେ ୫୦ ପ୍ରତିଶତ ଅଙ୍କ ସହ ପୋଷ୍ଟ ଗ୍ରାଜୁଏଟ ହେବା ଆବଶ୍ୟକ।

ଟିଜିଟି-ପ୍ରାସଙ୍ଗିକ ବିଷୟରେ ୫୦ ପ୍ରତିଶତ ଅଙ୍କ ସହ ଗ୍ରାଜୁଏଟ ଏବଂ ବି.ଏଡ ଡିଗ୍ରୀ ହେବା ଆବଶ୍ୟକ। ଏହା ସହ ସିଟିଇଟିରେ ମଧ୍ୟ ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ପିଆରଟି- ଆଶାୟୀ ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ ଅଙ୍କ ସହ ଦ୍ୱାଦଶ ପାସ ହୋଇଥିବା ଆବଶ୍ୟକ। ଏହା ସହିତ ବୈଷୟିକ ଟିଚିଂ ଟ୍ରେନିଂରେ ଡିପ୍ଲୋମା କିମ୍ବା ଏଲିମେଣ୍ଟାରୀ ଏଜୁକେସନରେ ଗ୍ରାଜୁଏଟ କିମ୍ବା ଡିପ୍ଳୋମା ଥିବା ଆବଶ୍ୟକ।

ଏଥିପାଇଁ ଦରମା:-

ପିଜିଟି-୩୨୫୦୦/-

ଟିଜିଟି-୩୧୨୫୦/-

ପିଆରଟି-୨୬୨୫୦/-

ନର୍ସ-୭୫୦ (ପ୍ରତ୍ୟେକଦିନ)

କମ୍ପ୍ୟୁଟର ଇନଷ୍ଟ୍ରକ୍ଟର- ୨୬୨୫୦/-

କୋଚ୍-୨୬୨୫୦/-

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ:-

https://rayagada.kvs.ac.in/sites/default/files/Walk-in-Interveiw-22-23-Final_1.pdf

odia sambada
Comments (0)
Add Comment