ସ୍ୱାମୀର ମୁଣ୍ଡ କାଟି ମନ୍ଦିରରେ ରଖିଦେଲା ଖୁନି ସ୍ତ୍ରୀ, ପୁଅ ବଖାଣିଲା ନିଜ ମାଆ କରିଥିବା ଖତରନାକ ହତ୍ୟାକାଣ୍ଡ ବିଷୟରେ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ବାପାଙ୍କ କଟା ମୁଣ୍ଡ ନେଇ ମନ୍ଦିରରେ ରଖିଆସିଲା ମାଆ। ପୁଅ ମୁହଁରୁ ମାଆ ପାଇଁ ଏମିତି କଥା ଶୁଣି ଆଖି ଖୋଲା ହିଁ ଖୋଲା ରହିଗଲା ଲୋକଙ୍କର।

ଏହି ଜଘନ୍ୟ ହତ୍ୟାକାଣ୍ଡ ତ୍ରିପୁରାର ଖୋଓ୍ଵାଇ ଜିଲ୍ଲାରେ ଘଟିଛି। ଏଠାରେ ଜଣେ ମହିଳାଙ୍କ ଉପରେ ଅଭିଯୋଗ ଆସିଛି ଯେ ସେ ନିଜର ୫୦ ବର୍ଷିୟ ସ୍ୱାମୀଙ୍କୁ ମାରି ତାଙ୍କ ରକ୍ତ ଜୁଡୁବୁଡୁ କଟା ମୁଣ୍ଡକୁ ପଲିଥିନରେ ଭର୍ତ୍ତି କରି ମନ୍ଦିରରେ ରଖିଦେଲେ।ଜଣେ ପୋଲିସ ଅଧିକାରୀଙ୍କ କହିବାକଥା ଯେ ଏହି ଘଟଣା ଶନିବାର ଦିନ ସକାଳେ ହିଁ ଘଟିଛି। ତେବେ ପୋଲିସ ଅଧିକ୍ଷକ ଜଣାଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏଯାଏଁ ସ୍ପଷ୍ଟ ହୋଇନି ଏହି ଜଘନ୍ୟ ହତ୍ୟା କାଣ୍ଡ ପଛରେ କାରଣ କଣ ରହିଛି। ତେବେ ମୃତ ବ୍ୟକ୍ତିଙ୍କ ବଡ ପୁଅ ନିଜ ବୟାନରେ କହିଛି ଯେ ତା ମାଆ ହିଁ ତାର ବାପାଙ୍କୁ କଲବଲ କରି ହତ୍ୟା କରିଛି। ଗତ କିଛି ଦିନ ତାର ମାଆ ମାନସିକ ରୋଗରେ ପିଡୀତ ଥିଲା ଏବଂ ସ୍ଥାନୀୟ ଚିକିତ୍ସକଙ୍କ ପାଖରେ ଚିକିତ୍ସିତ ମଧ୍ୟ ହେଉଥିଲେ।

ପୁଅ ପାଖରୁ ମାଆ ପାଇଁ ଏଭଳି ମନ୍ତବ୍ୟ ଶୁଣିବା ପରେ ପୋଲିସ ୪୨ ବର୍ଷିୟା ଏହି ମହିଳାଙ୍କୁ ତାଙ୍କ ଗାଁରୁ ହିଁ ଗିରଫ କରିନେଲା। ସେ ନିଜ ସ୍ୱାମୀ ରବିନ୍ଦ୍ର ତାନ୍ତିଙ୍କ ସହିତ ରହୁଥିଲେ। ରବିନ୍ଦ୍ର ଜଣେ ଦିନ ମଜୁରିଆ ଥିଲେ ଏବଂ ତାଙ୍କର ଦୁଇ ନାବାଳକ ପୁଅ ବି ଅଛି।ମାଙ୍କର ଏହି ଭୟାନକ ହତ୍ୟାକାଣ୍ଡକୁ ପୁଅ ତାର ନିଜ ମୁହଁରେ ଛଳଛଳ ଆଖିରେ କହିଛି। ବଡ ପୁଅ କହିଲା ମୋ ମାଆ ଆରମ୍ଭରୁ ଆମିଷ ଖାଉଥିଲେ। କିନ୍ତୁ ଗତ କିଛି ଦିନ ରାତିରେ ସେ ଚିକେନ ଖାଉଥିଲେ ଏବଂ ଆମେ ସବୁ ଶୋଇବାକୁ ଚାଲିଗଲୁ। ଅଚାନକ ଯେତେବେଳେ ଉଠିଲୁ ତ ସେତେବେଳେ ଦେଖିଲୁ ଆମ ବାପା ତଳେ ପଡିଛନ୍ତି ଏବଂ ତାଙ୍କ ମାଆ ବାପାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ମୁଁ ଏହା ଦେଖି ଏକଦମ୍‌ ଭୟଭୀତ ହୋଇଗଲି ଯେ ମାଆ ଧାରୁଆ ଅସ୍ତ୍ର ଧରି ଛିଡା ହୋଇଛନ୍ତି ଆଉ ଯେତେବେଳେ ପୁଅ ଚିଲାଇଲା ସେ ଘରୁ ବାହାରି ଆସି ବାପାଙ୍କ ମୁଣ୍ଡ ନେଇ ମନ୍ଦିରରେ ରଖିଦେଲେ।

odia sambada
Comments (0)
Add Comment