କୋଠାରେ ନିଆଁ ଲାଗିଯିବାରୁ ନିଜର ପିଲାକୁ ତଳକୁ ଫିଙ୍ଗିଦେଲେ ବାପା,ଦେଖନ୍ତୁ ଭାଇରାଲ ଭିଡ଼ିଓ

ଆମେରିକାରେ ବିଗତ ଦିନରେ ଏକ ଏମିତି ଘଟଣା ଘଟିଛି ଯାହାକୁ ଜାଣିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏଠାରେ ଜଣେ ପିତା ନିଜ ପିଲାକୁ ବଞ୍ଚାଇବା ଲାଗି ଦୁଇ ମହଲାରୁ ତଳକୁ ଫିଙ୍ଗିଦେଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରଚୁର ମାତ୍ରାରେ ଭାଇରାଲ ହେଉଛି। ପିତା ନିଜର ପିଲାଟି ସହିତ ନିଜ ଘରେ ଥିଲେ ସେତେବେଳେ ନିଆଁ ଲାଗି ଯାଇଥିଲା। ନିଆଁରୁ ବଞ୍ଚିବା ପାଇଁ ପିତା ନିଜର ପିଲାକୁ ତଳକୁ ଫିଙ୍ଗିଦେଲେ।

3 ବର୍ଷର ପିଲାକୁ ତଳକୁ ଫିଙ୍ଗିଦେଲେ:-

ଫକ୍ସ ନ୍ୟୁଜ ରିପୋର୍ଟ ଅନୁସାରେ, ଆମେରିକାର ନ୍ୟୁ ଜର୍ସି ସାଉଥ ରିଜ ଉଡ଼ ଆପାର୍ଟମେଣ୍ଟରେ ମାର୍ଚ୍ଚ 7 ତାରିଖରେ ଏକ ଖତରନାକ ଘଟଣା ସାମ୍ନାକୁ ଆସିଲା। ଏଠାରେ ଜଣେ ପିତା ନିଜ 3 ବର୍ଷର ପିଲାଟି ସହିତ ଘରେ ଥିଲେ, ଏହି ସମୟରେ ତାଙ୍କ ବିଲ୍ଡିଂରେ ନିଆଁ ଲାଗିଗଲା। ଯେତେବେଳେ ମହଲାରେ ନିଆଁ ଲାଗିଲା ସେତେବେଳେ ସେ ନିଜ ପିଲାକୁ ନେଇ କବାଟ ଦେଇ ଯାଇ ପାରିନଥାନ୍ତେ କାରଣ ନିଆଁ ସେତେବେଳକୁ ଭୟାନକ ରୂପ ନେଇସାରିଥିଲା।

ଏହାପରେ ପିତା ନିଜର ପିଲାଟିକୁ ନେଇ ନିଜ ଘରର କବାଟ ପାଖକୁ ଗଲେ। ଏଠାରୁ ପିତା ତଳକୁ ଦେଖିବାପରେ ତଳେ ସୁରକ୍ଷାକର୍ମୀ ଛିଡ଼ା ହୋଇଥିଲେ। ଏହାପରେ ପିତା ନିଜର ପିଲାକୁ କବାଟ ପାଖରୁ ବାହାରକୁ ଫୋପାଡ଼ି ଦେଇଥିଲେ। ଏହାପରେ ସୁରକ୍ଷାକର୍ମୀ ପିଲାଟିକୁ ଧରି ନେଇଥିଲେ। ପୋଲିସ ଓ ସୁରକ୍ଷାକର୍ମୀ ପିତାଙ୍କୁ ପିଲାଟିକୁ ତଳକୁ ଫିଙ୍ଗିବାକୁ କହିଥିଲେ, ହେଲେ ପିତାଙ୍କୁ ଡ଼ର ଥିଲା କି, ପିଲାଟିର ଯେମିତି କିଛି ହୋଇନଯାଉ।

ନିଆଁ ଏତେ ଭୟଙ୍କର ରୁପ ନେଇଗଲା କି, ପିତାଙ୍କୁ ବାଧ୍ୟ କରିଥିଲା ଛୁଆଟିକୁ ତଳକୁ ଫିଙ୍ଗିବା ପାଇଁ, ଏହାପରେ ସେ ପିଲାଟିକୁ ତଳକୁ ଫିଙ୍ଗିଥିଲେ ଓ ସୁରକ୍ଷାକର୍ମୀ ପିଲାଟିକୁ ଧରି ନେଇଥିଲେ। ଏହାପରେ ପିତା ମଧ୍ୟ ଦ୍ଵିତୀୟ ମହଲାରୁ ତଳକୁ ଡେଇଁଥିଲେ। କ୍ୟାମେରାରେ ଏହି ଭିଡ଼ିଓ ସମ୍ପୂର୍ଣ୍ଣ ରେକର୍ଡ ହୋଇଯାଇଥିଲା। ଏହି କ୍ୟାମେରା ସୁରକ୍ଷାକର୍ମୀଙ୍କ ଶରୀରରେ ଲାଗିଥିଲା। ଭିଡ଼ିଓ So Brunswick PD ନାମକ ଟ୍ୱିଟର ଆକାଉଣ୍ଟରୁ ଶେୟର କରାଯାଇଥିଲା।

odia sambada
Comments (0)
Add Comment