ପୋଲିସକୁ ଚ୍ୟାଲେଞ୍ଜ କରି ଯୁବକ ଜଣକ ୪୫ ବର୍ଷ ଧରି ବନ୍ଦ ହୋଇରହିଥିବା ଦେବାନରାୟଣ ମନ୍ଦିରକୁ ଖୋଲିଲେ, କହିଲେ ଭଗବାନ ବନ୍ଦ କୋଠରୀରେ ରହିବେ ନାହିଁ !

ରାଜସ୍ଥାନ ର ଭିଲବାଡ଼ାରେ ଏକ ଯୁବକ ପାଖାପାଖି 45 ବର୍ଷରୁ ବନ୍ଦ ପଡ଼ି ରହିଥିବା ଦେବନାରାୟନ ମନ୍ଦିରର ଗେଟ ତାଲା ଭାଙ୍ଗି ଗେଟ ଖୋଲି ଦେଇଥିଲା। ଗୁର୍ଜର ସମାଜର ଜଣେ ଯୁବକ ମନ୍ଦିରର ଗେଟ ଖୋଲି ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ ମଧ୍ୟ କରିଥିଲେ। ଏହାପରେ ଭିଡ଼ିଓ ଭାଇରାଲ ହେବାପରେ ପୁଲିସ ଆସିଥିଲା ଓ ଘଟଣା ସ୍ଥଳରେ ପହଞ୍ଚିଥିଲା କିନ୍ତୁ ଯୁବକ ସେଠାରୁ ଫେରାର ହୋଇଯାଇଥିଲା।

ଭଗବାନ ବନ୍ଦ କୋଠରୀରେ ରହି ପାରିବେନାହିଁ:-

ଯୁବକ ଜଣକ ଦୁଇ ହାତରେ ତାଲା ଧରି ଫୋଟୋ ଉଠାଇ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ଫୋଟୋକୁ ଶେୟର କରି ଲେଖିଥିଲେ, କୋଠରୀ ଖୋଲି ଯାଇଛି ଓ ଆପଣ ସମସ୍ତଙ୍କୁ ଅଭିନନ୍ଦନ।

ଧାର୍ମିକ ସ୍ଥଳ ଉପରେ ବିବାଦ-

ପୋଲିସ ମୁତାବିକ ଏହି ସ୍ଥଳ ଉପରେ ବିବାଦ ଜାରି ରହିଛି। 1977 ମସିହା ଠାରୁ କୋର୍ଟରେ ବିଚାରାଧୀନ ରହିଛି। କୋର୍ଟ ଏହି ସ୍ଥଳକୁ ବନ୍ଦ କରି ତାଲା ଲଗାଇ ଦେଇଥିଲା ଓ ଏହାର ଚାବି ମଣ୍ଡଳ ଥାନାରେ ମଧ୍ୟ ଜମା କରାଇଥିଲା। ଏହି ସ୍ଥଳକୁ ଦୁଇଟି ଦଳ ନିଜ ନିଜର କହି ଦାବି ଧରି ବସିଛନ୍ତି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ:-

ମିଳିଥିବା ସୂଚନା ଅନୁଯାୟୀ, ଗୁର୍ଜର ସମାଜର ଗୋପାଳ ବସି ନାମକ ଏକ ଯୁବକ ଭିଡ଼ିଓଟିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ସେ ଏହି ଭିଡ଼ିଓକୁ ଶେୟର କରି ଲେଖିଥିଲେ, ‘ବାବା ଦେବନାରାୟନ ବନ୍ଦ କୋଠରୀରେ ରହି ପାରିବେନାହିଁ, ତାଲା ଭାଙ୍ଗି ସାରିଛି ଓ ଆପଣ ସମସ୍ତଙ୍କୁ ଅଭିନନ୍ଦନ’। ଯୁବକ ଜଣକ ଭିଡ଼ିଓରେ କହିଥିଲେ କି, 45 ବର୍ଷ ଧରି ବନ୍ଦ ରହିଥିବା ମନ୍ଦିର ଖୋଲା ଯାଇଛି। ଏହା ସମସ୍ତ ରାଜସ୍ଥାନ ବାସୀଙ୍କ ପାଇଁ ଖୁସିର ଖବର ଓ ମୁଁ ପ୍ରଥମେ ପତାକା ମଧ୍ୟ ଏହାଉପରେ ଲଗାଉଛି।

ଭିଡ଼ିଓ ସାମ୍ନାକୁ ଆସିବାପରେ ପୋଲିସ ଅଚାନକ ହରକତ ଉପରକୁ ଆସିଲା। ପୋଲିସ ବର୍ତ୍ତମାନ ଆରୋପୀ ଯୁବକକୁ ଖୋଜିବା ଆରମ୍ଭ କରିଦେଇଛି।

ପୋଲିସକୁ କରାଯାଇଥିଲା ଚ୍ୟାଲେଞ୍ଜ:-

କୁହାଯାଉଛି କି, ଯୁବକ କିଛିଦିନ ପୂର୍ବରୁ ଖୋଲା ମଞ୍ଚରୁ ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ, ସରକାର କାନ ଖୋଲି ଶୁଣନ୍ତୁ କି, ମୁଁ ଗୋପାଳ ବସି ଅଟେ। ମଣ୍ଡଳକୁ ଏକଲା ଆସି ଦେବନାରାୟନ ମନ୍ଦିରକୁ ଖୋଲିବି। ସାହାସ ଅଛି ତ ମତେ ଅଟକାଇ ଦେଖାଅ। ମୋତେ ଗିରଫ କରି ଦେଖାଅ।

odia sambada
Comments (0)
Add Comment