ଜେସିବି ଠାରୁ ଆରମ୍ଭ କରି ବଡ଼ ବଡ଼ ରୋଡ଼ ରୋଲରକୁ ଚଲାଇବାର ଶୋଉକ ରଖିଥାନ୍ତି ଏହି ବୁଢ଼ୀ ଆଇ, ଦେଖନ୍ତୁ କେମିତି ଚଳାଉଛନ୍ତି ସେ

ଲୋକ ମାନଙ୍କର ବିଭିନ୍ନ ପ୍ରକାରର ଶୋଉକ ରହିଥାଏ କିଛି କଏନ କଲେକ୍ଟ କରିବାର ଶଉକ ରଖିଥାନ୍ତି ତ କିଛି ଦେଶ ବିଦେଶକୁ ଯାତ୍ରା କରିବାର ଶଉକ ରଖିଥାନ୍ତି। କିନ୍ତୁ ଜଣେ 71 ବର୍ଷୀୟ ମହିଳାଙ୍କୁ ଅଲଗା ଅଲଗା ଗାଡ଼ି ଚଳାଇବାର ଶୋଉକ ରହିଛି। ଏହି ମହିଳା ଜଣକ ହେଉଛନ୍ତି କୋଚିର ଥେପୁମ୍ପପଡ଼ି ରେ ରହୁଥିବା ରାଧାମଣି ଅଟନ୍ତି ଯିଏକି କ୍ରେନ, ଟ୍ରାକ୍ଟର ଓ ରୋଡ଼ ରୋଲର ସବୁକିଛି ଚଳାଉଛନ୍ତି। ସମ୍ଭାବିତ ରୂପରେ ରାଧାମଣିଙ୍କ ପାଖରେ 11ଟି ଅଲଗା ଅଲଗା ପ୍ରକାରର ଗାଡ଼ି ଚଳାଇବାର ଲାଇସେନ୍ସ ରହିଛି।

1988 ମସିହାରେ ମିଳିଥିଲା ପ୍ରଥମ ଲାଇସେନ୍ସ:-

ରାଧାମଣି ଯେତେବେଳେ 30 ବର୍ଷ ବୟସର ହୋଇଥିଲେ ସେତେବେଳେ ସେ ଗାଡି ଚଲାଇବା ଶିଖିଥିଲେ। ବାହାନ ଚଳାଇବାର ଟ୍ରେନିଂ ତାଙ୍କୁ ତାଙ୍କ ପିତାଙ୍କ ଠାରୁ ମିଳିଥିଲା, ଏହାପରେ ତାଙ୍କୁ ଏହାର ଶୋଉକ ଲାଗିଥିଲା। 1988 ମସିହାରେ ତାଙ୍କୁ ବସ ଓ ଲରୀ ଚଳାଇବାର ଲାଇସେନ୍ସ ମିଳିଥିଲା। ଏହାପରେ ସେ ଥେପୁମ୍ପପଡ଼ିରୁ ଚେରଥଲା ମଧ୍ୟରେ ପ୍ରଥମ ଥର ବସ ଚଳାଇଲେ। ଏହି କାରନାମା କରିବାପରେ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତାଙ୍କୁ ବହୁତ ଆଦର ଦେଇଥିଲେ। ବିଗତ ବର୍ଷ ତାଙ୍କୁ ଖତରନାକ ଯାନ ଚଳାଇବା ପାଇଁ ଲାଇସେନ୍ସ ମିଳିଥିଲା।

ତାଙ୍କର ରହିଛି ଏକ ଡ୍ରାଇଭିଂ ସ୍କୁଲ:-

ରାଧାମଣି ନାକେବଳ ଡ୍ରାଇଭିଂ କରନ୍ତି ବରଂ ଅନ୍ୟକୁ ଡ୍ରାଇଭିଂ ଶିଖାଇବାରେ ମଧ୍ୟ ତାଙ୍କର ରୁଚି ରହିଛି। 1970 ମସିହାରେ ତାଙ୍କ ପତି A to Z ଡ୍ରାଇଭିଂ ସ୍କୁଲ ଆରମ୍ଭ କରିଥିଲେ ଓ ତାଙ୍କ ମୃତ୍ୟୁ ପରେ 2004 ରୁ ରାଧାମଣି ଏହାର ସଂଚାଳକ ଅଟନ୍ତି। ଜଣାଇଦେଉଛୁ, ଏହି ସ୍କୁଲରେ ସେ ଲୋକଙ୍କୁ ବିଭିନ୍ନ ପ୍ରକାରର ଯାନ ବାହାନ ଚଳାଇବାରେ ଶିକ୍ଷା ଦିଅନ୍ତି। ଏହାସହ ରାଧାମଣି ନିଜର ପାଠପଢା ମଧ୍ୟ ଜାରି ରଖିଛନ୍ତି। ସେ ମେକାନିକାଲ କଲେଜ ରେ ନିଜର ଡିପ୍ଲୋମା ଜାରି ରଖିଛନ୍ତି।

odia sambada
Comments (0)
Add Comment