ଫୋଟୋ ଉଠାଉ ଉଠାଉ ଇନ୍ଦୋରର ଏକ ଯୁବକକୁ ହୃଦୟ ଦେଇ ବସିଲେ ରୁଷ ଯୁବତୀ ଲିନା,ଆଉ ନିଜର କରିବା ପାଇଁ ବିଦେଶ ଛାଡି ଚାଲି ଆସିଲେ ଭାରତ

ପ୍ରେମ କୌଣସି ବନ୍ଧ ବାଡ଼ ଦେଖିନଥାଏ, ଏହା ଯେକୌଣସି ଜାତି, ଧର୍ମରେ ହୋଇଯାଇଥାଏ ଓ ପ୍ରେମରେ କିଛିବି କରିଯିବାକୁ ବହୁତ ମନ କରିଥାଏ। ଏମିତି ହିଁ ହେଲା ଭାରତୀୟ ଯୁବକ ଓ ରୁଷ ର ଏକ ମହିଳାଙ୍କ ମଧ୍ୟରେ। ଫିଲ୍ମ ଷ୍ଟାଇଲରେ ସେମାନେ ପରସ୍ପରକୁ ହୃଦୟ ଦେଇ ବସିଲେ।

ଏବେ ପ୍ରେମ ହୋଇଗଲା ତ ଜଣେ ଆଉଜଣଙ୍କୁ ନିଜର ବନାଇବା ପାଇଁ ଫଇସଲା ନେଇଥିଲେ। ରୁଷ ର ଏହି ଯୁବତୀ ନିଜର ପ୍ରେମକୁ ପାଇବାପାଇଁ ରୁଷ ର ସିଧା ଭାରତକୁ ଚାଲି ଆସିଥିଲେ। ଆସନ୍ତୁ ଜାଣିବା ସେମାନେ ପରସ୍ପରକୁ କେବେ ବିବାହ କରିବାକୁ ଚାହୁଁଛନ୍ତି।

ସେଣ୍ଟ ପିଟର୍ସବର୍ଗରେ ହେଲା ପ୍ରେମ:-

ଇନ୍ଦୋର ନିବାସୀ ଋଷି ବର୍ମା ପାଠ ପଢି ଜଣେ ଶେଫ ହେବାପାଇଁ ନିଷ୍ପତ୍ତି ନେଲେ। ଏହାପରେ ସେ ଶେଫ ଚାକିରୀ କରିବାପାଇଁ ହାଇଦ୍ରାବାଦ ଚାଲିଗଲେ। ଏହାପରେ 2019 ମସିହାରେ ସେ ରୁଷ କୁ ଏକ ଟ୍ରିପ ନେଇ ଯାଇଥିଲେ। ସେ ଜାଣିନଥିଲେ ଏଠାରେ ତାଙ୍କୁ ସେହି ଯୁବତୀ ଭେଟିବେ ଯାହାକୁ ସେ ସାରା ଜୀବନ ନିଜର ସାଥି ବନାଇବେ।

ସେଣ୍ଟ ପିଟର୍ସବର୍ଗରେ ଋଷି ଫୋଟୋ ଉଠାଉଥିଲେ। ଏହାପରେ ସେ ପାଖରେ ଛିଡ଼ା ହୋଇଥିବା ଲିନାଙ୍କ ଠାରୁ ଫୋଟୋ ଉଠାଇବାର ସାହାର୍ଯ୍ୟ ମାଗିଥିଲେ। ଏହାପରେ କିଛି ସମୟ ସେମାନେ ପରସ୍ପର ସହ କଥା ହୋଇଥିଲେ ଓ ଋଷି ନିଜର ହୃଦୟ ସେହି ଝିଅକୁ ଦେଇ ବସିଥିଲେ। ଏହି କଥା ସେ ଲିନାଙ୍କୁ କହିନଥିଲେ କିନ୍ତୁ ଏହାପରେ ତାଙ୍କର ବନ୍ଧୁତା ବଢ଼ିବାରେ ଲାଗିଲା।

ଭିଡ଼ିଓ କଲ ରେ କଲେ ପ୍ରପୋଜ:-

ଋଷି ନିଜ ମନରେ ଲିନାଙ୍କୁ ନିଜର ବନାଇ ସାରିଥିଲେ କିନ୍ତୁ ସେ ନିଜର ହୃଦୟ କଥା ତାଙ୍କୁ କହି ପାରୁନଥିଲେ। କେବଳ ସେମାନଙ୍କ ମଧ୍ୟରେ ଭିଡ଼ିଓ କଲ ଓ ଫୋନରେ କଥାବାର୍ତ୍ତା ଚାଲିଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାକୁ ଲାଗିବା ଯୋଗୁଁ ଶେଷରେ ଋଷି ନିଜ ହୃଦୟର କଥା କହିବାକୁ ନିଷ୍ପତ୍ତି ନେଲେ।

ଲିନାଙ୍କୁ ଭିଡ଼ିଓ କଲ ସମୟରେ ପ୍ରପୋଜ କରିବାପରେ ଲିନା ଏହାର ଜବାବ କିଛି ଦେଇନଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ବି ହଁ କରିଥିଲେ। ଉଭୟ ଏହାପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଏହି ସମୟରେ କରୋନା ଯୋଗୁଁ କଟକଣା ଲାଗିଥିଲା।

ଇନ୍ଦୋର ଆସି କଲେ ବିବାହ:-

ଲିନା ଓ ଋଷି ପରସ୍ପର ସହିତ ଲଗାତାର ସମ୍ପର୍କରେ ଥିଲେ। ଯେତେବେଳେ କରୋନାର କଟକଣା ଢ଼ିଲା ପଡ଼ିଲା ତ ଲିନା ଡ଼ିସେମ୍ବର 2021ରେ ଭାରତର ଇନ୍ଦୋର ସହରକୁ ଚାଲି ଆସିଲେ। ଏଠାକୁ ଆସି ସେ ନିଜର ପ୍ରେମ ସହିତ କୋର୍ଟ ମ୍ୟାରେଜ କଲେ। ସେମାନେ ଏବେ ଏକାଠି ଅଛନ୍ତି ଓ ବିବାହ କରିବାକୁ ଭାବୁଛନ୍ତି।

ଲିନା ଓ ଋଷିଙ୍କ ଫଇସଲା ହେଉଛି ସେମାନେ ଏବେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବେ। ଲିନା ନିଜର ପତିଙ୍କ ସହିତ ନିଜର ଶାଶୁଙ୍କୁ ମଧ୍ୟ ଖିସି ରଖିଥାନ୍ତି। ସେହିପରି ଲିନାଙ୍କୁ ମନ୍ଦିର ଯିବା ଓ ଭାରତୀୟ ସଂସ୍କୃତି ବହୁତ ପସନ୍ଦ ଆସୁଛି। ଲିନା ନିଜ ପତିଙ୍କ ସହିତ ମନ୍ଦିର ଯାଇ ପୂଜାପାଠ କରୁଛନ୍ତି ଓ ହିନ୍ଦୀ ଭାଷା ଶିଖୁଛନ୍ତି ଯେଉଁଥିରେ ଋଷି ତାଙ୍କର ବହୁତ ସାହାର୍ଯ୍ୟ କରୁଛନ୍ତି।

odia sambada
Comments (0)
Add Comment