ଆସନ୍ତା ମାର୍ଚ୍ଚ ୧୫ରେ ଲଞ୍ଚ ହେବ Oben Rorr electric motorcycle , ରହିଛି ଜବରଦସ୍ତ ଫିଚର୍ସ

ଓବୋନ ଇଲେକ୍ଟ୍ରିକ କମ୍ପାନୀ ମାର୍ଚ୍ଚ ମାସ ୧୫ ତାରିଖରେ ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟର ସାଇକେଲ ରୋରକୁ ଲଞ୍ଚ କରିବା ପାଇଁ ଯାଉଛି। କମ୍ପାନୀ ତରଫରୁ ଏ ବିଷୟରେ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଘୋଷଣା ହୋଇଥିଲାକି ରୋର ଇଲେକ୍ଟ୍ରିକ ମୋଟର ସାଇକେଲର ଡେଲିଭରି ଏପ୍ରିଲ ରୁ ଜୁନ ମାସରେ ଆରମ୍ଭ ହେବ। ବାଙ୍ଗାଲୋର ସ୍ଥିତ ଏହି କମ୍ପାନୀ ଏହି ନୂଆ ମୋଟର ସାଇକେଲ ବାବଦରେ ପ୍ରଥମେ ସୂଚନା ଦେଇଥିଲେ। ଓବୋନର ରୋର ଫିଚର୍ସରେ ଏଲଇଡ଼ି ଟର୍ନ ବିକେଟର୍ସ ସହ ଗୋଲ ହେଡ଼ଲଇଟ, ବଡ ଇନ୍ଷ୍ଟରୁମେଣ୍ଟ କ୍ଲଷ୍ଟର, ସପ୍ଲିଟ ଷ୍ଟାଇଲ ସିଟ, ଟୁ ପିସ ପିଲିୟନ ଗ୍ରାବେରେଲ ସମେତ ପାଞ୍ଚଟି ସ୍ପୋକ ହ୍ୱିଲ ମଧ୍ୟ ସାମିଲ ଅଛି।

ଏହି ବାଇକର ଡିଜାଇନ ବିଲକୁଲ ‘ସ୍ପୋରଟି’। ଏହାର ସ୍ପିଡ଼ ଘଣ୍ଟା ପ୍ରତି ୧୦୦ କିଲୋମିଟର ପର୍ଯ୍ୟନ୍ତ ରହିବ। ଏହାର ମୂଲ୍ୟ ଅନ୍ୟାନ ବାଇକ ତୁଳନାରେ ବହୁତ କମ ରହିଛି। ଏହାର ରେଞ୍ଜକୁ ପ୍ରଥମେ ଧ୍ୟାନରେ ରଖାଯାଇଛି। ରିପୋର୍ଟ ଅନୁସାରେ ଏହି ବାଇକରେ ଏକ ସ୍ମାର୍ଟଫୋନ ଆପ ପାଇଁ ଅପସନ ମଧ୍ୟ ଦିଆଯିବ। ଯାହା ବାଇକକୁ ରାଇଡ଼ର୍ସର ଫୋନ ସହ କନେକଟ ମଧ୍ୟ କରିବ।

ଓବୋନ ରୋର ଏକ ନୂଆ ବାଇକର ଏକ ନୂଆ ରୂପରେ ଆଣ୍ଟ୍ରି ନେବ। କୁହାଯାଉଛିକି ଏହାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ସାମାନ୍ୟ ଅଧିକ ରହିବ। ଏହି ବାଇକର ଚାରଜିଙ୍ଗ ତଥା ଅନ୍ୟ ତଥ୍ୟ ଗୁଡିକ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତଥ୍ୟ ଦିଆଯାଇ ନାହିଁ। ଭବିଷ୍ୟତରେ ଇଲେକ୍ଟ୍ରିକ ଭେହିକ୍ଳ ଗୁଡିକର ଡିମାଣ୍ଡକୁ ବଢାଇବାକୁ ନେଇ ଅନେକ ସମ୍ଭାବନା ରହିଛି। ସେଥିପାଇଁ ଗ୍ରାହକମାନେ ଇଲେକ୍ଟ୍ରିକ ସ୍କୁଟର ସହ ଇଲେକ୍ଟ୍ରିକ ବାଇକର ମଧ୍ୟ ମଜା ନେଇପାରିବେ।

odia sambada
Comments (0)
Add Comment