ଏପ୍ରିଲ ୨୯ରୁ ମ୍ୟାଟ୍ରିକ୍‌ ପରୀକ୍ଷା,ମେ’ ୬ ଯାଏଁ ଚାଲିବ ପରୀକ୍ଷା

ଆସନ୍ତା ଏପ୍ରିଲ ମାସରେ ମାଟ୍ରିକ୍‌ ପରୀକ୍ଷା ହେବ। ଏପ୍ରିଲ ମାସ ୨୯ ତାରିଖରୁ ଆରମ୍ଭ ହୋଇ ମେ’ ମାସ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଏହି ସମ୍ମେଟିଭ୍‌-୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଅଟେ। ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ ହେବ। ପରୀକ୍ଷାର ପରିଚାଳନା କରିବା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ। କରୋନା ମହାମାରୀ କମିଥିବା

ସମୟରେ ଯଥାସମ୍ଭବ ଅଫ୍‌ଲାଇନ୍‌ରେ ପରୀକ୍ଷା ହୋଇପାରେ। ମ୍ୟାଟ୍ରିକ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏଭଳି କିଛି ବଡ ଘୋଷଣା କରାଯାଇଛି।

ସେହିପରି ନିଜ ସ୍କୁଲରେ ପରୀକ୍ଷା ହୋଇନପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା କରିହେବ। ବିଗତ ୨ ବର୍ଷର କରୋନାର ସ୍ଥିତିକୁ ବିଚାରକୁ କରି ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ। ପ୍ରଥମ ପଦ୍ଧତି- ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ହେବ। ୨ୟ ପଦ୍ଧତି- ସମ୍ମେଟିଭ-୨ର ମାର୍କ ୨ ଗୁଣ କରି ହିସାବ କରାଯିବ।

ସେହିପରି ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମ୍ମେଟିଭ-୧ ରୁ ୩୦%, ସମ୍ମେଟିଭ-୨ ରୁ ୫୦% ନିଆଯାଇ ମାର୍କିଂ କରାଯିବ। ଯେଉଁ ଆସେସ୍‌ମେଣ୍ଟରେ ଅଧିକ ମାର୍କ ଥିବ ତାହାକୁ ନେଇ ଚୂଡାନ୍ତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

odia sambada
Comments (0)
Add Comment