କମେଡିଆନରୁ କିଙ୍ଗ୍ ହେଲେ ଆପ୍ ନେତା ଭଗୱନ୍ତ ମାନ୍, କାହିଁକି ଭାରତରେ ଟ୍ରେଣ୍ଡ ହେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ?

ପଞ୍ଜାବର ବିଧାନସଭା ନିର୍ବାଚନରେ ଏଥର ଆମ ଆଦମୀ ପାର୍ଟିକୁ ବିପୁଳ ସମର୍ଥନ ମିଳିଛି। ଜଣେ କମେଡିଆନରୁ ରାଜନେତା ପାଲଟିଥିବା ଭଗୱନ୍ତମାନଙ୍କ ନେତୃତ୍ୱରେ ଆପ ବର୍ତ୍ତମାନ ପଞ୍ଜାବରେ ସରକାର ଗଠନ କରିବା ପାଇଁ ଯାଉଛି। ହେଲେ ଆଜି ଭୋଟ ଗଣତି ଆରମ୍ଭରୁ ଯେତେବେଳେ ପଞ୍ଜାବରେ ଆପ ପ୍ରାର୍ଥୀମାନେ ଆଗୁଆ ଚାଲିଥିଲେ ସେତେବେଳ ଠାରୁ ଭାରତରେ ସମସ୍ତ ସୋସିଆଲ ମିଡିଆ ସାଇଟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଟ୍ରେଣ୍ଡ ହେବାରେ ଲାଗିଥିଲେ। ସୋସିଆଲ ମିଡିଆରେ ଲୋକମାନେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜେଲେନସ୍କିଙ୍କ ସହିତ ତୁଳନା କରି ପୋଷ୍ଟ କରୁଥିବାର ଦେଖୁଥିବାର ମିଳିଥିଲା। ଲୋକମାନେ ଏଥିପାଇଁ ଏମାନଙ୍କୁ ଜେଲେନସ୍କିଙ୍କ ସହିତ ତୁଳନା କରିଥିଲେକି ଉଭୟ ଜଣେ ଜଣେ କମେଡିଆନରୁ ନିଜୟ କ୍ୟାରିଅର ଆରମ୍ଭ କରି ଜଣେ ପଞ୍ଜାବର ମୁଖ୍ୟମନ୍ତ୍ରୀ ତ ଆଉ ଅନ୍ୟଜଣେ ୟୁକ୍ରେନର ରାଷ୍ଟ୍ରପତି ପଦରେ ପହଂଚିପାରିଛନ୍ତି।

ଜଣାଇଦେଉଛୁକି, ୟୁକ୍ରେନର ରାଷ୍ଟ୍ରପତି ପ୍ରସିଦ୍ଧ କମେଡି ସୋ କେଭିଏନରେ ନିଜର କଳା ଚାତୁରି ଦେଖାଉଥିଲେ। ସେ ୨୦୦୩ ମସିହା ପର୍ଯ୍ୟନ୍ତ ଏହି ସୋ ମାଧ୍ୟମରେ ବହୁତ ଲୋକପ୍ରିୟତା ହାସଲ କରିପାରିଥିଲେ। ଜେଲେନସ୍କି କମେଡି ସୋ ବ୍ୟତୀତ ଅନେକ କମେଡି ସିନେମାରେ ମଧ୍ୟ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା। ସେହିଭଳି ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଗୱନ୍ତ ମାନ ରାଜନୀତିକୁ ଆସିବା ପୂର୍ବରୁ ଜାତୀୟ ଟିଭି ଚ୍ୟାନେଲ ସମେତ ଅନେକ ପଞ୍ଜାବୀ କମେଡି ସୋରେ ଭାଗନେଇ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।

ଗୋଟିଏ ପଟେ ବର୍ତ୍ତମାନ ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସମୟରେ ପଞ୍ଜାବରେ ଥିବା ଅନେକ ମୁଖ୍ୟ ସମସ୍ୟାର ସମାଧାନ କେତେଦୂର କରିପାରିବେ ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି। ସେପଟେ ୟୁକ୍ରେନର ରାଷ୍ଟ୍ରପତି ବର୍ତ୍ତମାନ ଋଷ ଭଳି ମହାଶକ୍ତି ସହ ନିଜର ଲଢେଇ ଜାରି ରଖିଛନ୍ତି। ଏହା ଭିତରେ ଜେଲେନସ୍କି ଋଷ କବଳରୁ ନିଜ ରାଷ୍ଟ୍ରର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ସଫଳ ହେବେ କି ନା ତାହା ସମୟ କହିବ ତ ସେପଟେ ପଞ୍ଜାବର ମୁଖ୍ୟ ସମସ୍ୟା ନିଶା କାରବାର ଓ ବାଲି ମାଫିଆ ଭଳି ସମସ୍ୟାକୁ କେଉଁଭଳି ସମାଧାନ କରିବେ ତାହା ସମୟ କହିବ।

odia sambada
Comments (0)
Add Comment