ଭୁଲ୍‌ରେ ହ୍ଵାଟସଆପ୍‌ ଚାଟ ଡିଲିଟ୍‌ ହୋଇଯାଇଛି କି,ତା ହେଲେ କେମିତି ଫେରି ପାଇବେ ଜାଣନ୍ତୁ !

ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ଵାଟସଆପ୍‌ରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାରର ନୂଆ ନୂଆ ଫିଚର୍ସ ଆସୁଛି। ୟୁଜର୍ସ ନିଜର ଚାଟିଂ ଏକ୍ସପିରିଏନ୍ସକୁ ଖାସ କରିବା ପାଇଁ କମ୍ପାନୀ ଏଭଳି ସବୁ ପଦକ୍ଷେପ ନେଉଛନ୍ତି। ଖାସ ଭାବରେ ଏହି କାରଣ ଯୋଗୁଁ ହ୍ଵାଟସଆପର ବ୍ୟବହାର କେବଳ ପର୍ସନାଲ ନୁହେଁ ବରଂ ଅଫିସିଆଲ କାମ ଭାବରେ କରାଯାଉଛି। କିନ୍ତୁ ବେଳେ ବେଳେ ହ୍ଵାଟସଆପରେ ଥିବା କିଛି ଜରୁରୀ ମେସେଜ ଭୁଲବଃଶତ ଡିଲିଟ ହୋଇଯାଉଛି। ଯାହାଫଳରେ ଆପଣମାନେ ସମସ୍ୟାରେ ପଡୁଛନ୍ତି। ଏପରି ସ୍ଥଳେ ଏମିତି କିଛି ଟିପ୍ସ ଆଉ ଟ୍ରିକ ରହିଛି, ଯାହାକୁ ବ୍ୟବହାର କରି ଆପଣ ଡିଲିଟ କରିଥିବା ମେସେଜକୁ ପୁଣିଥରେ ଫେରି ପାଇପାରିବେ। ତେବେ କେମିତି କରିବେ ଜାଣନ୍ତୁ…

କେମିତି କରିବେ ଚାଟକୁ ରିକଭରୀ:-

– ଯଦି ଆପଣ ହ୍ଵାଟସଆପ ଆକାଉଣ୍ଟ ଅନ୍ୟ କୌଣସି ଡିଭାଇସରୁ ବ୍ୟବହାର କରୁଛନ୍ତି, ତେବେ ପ୍ରଥମ ଗୁଗଲ ଆକାଉଣ୍ଟକୁ ଲଗଇନ କରନ୍ତୁ।

– ଲଗଇନ କରିବା ପରେ ହ୍ଵାଟସଆପ ଆକାଉଣ୍ଟ ମାଧ୍ୟମରେ ଲଗ୍‌ଇନ୍‌ କରି ନିଜର ଫୋନ ନମ୍ବରକୁ ଦିଅନ୍ତୁ।

– ଭେରିଫିକେସନ ପ୍ରୋସେସ ସଂପୂର୍ଣ୍ଣ ହେବା ପରେ ଗୁଗଲ୍‌ ଡ୍ରାଇଭକୁ ଯାଇ ଚାଟ ହିଷ୍ଟ୍ରିର ବ୍ୟାକଅପ ନେଇପାରିବେ।

– ଏଠାରେ ଦିଆଯାଇଥିବା ରିଷ୍ଟୋର ଅପସନରେ କ୍ଲିକ କରି ପୁରୁଣା ଚାଟର ମଧ୍ଯ ବ୍ୟାକଅପ୍‌ ନେଇଯାଆନ୍ତୁ।

– ଏହି ପ୍ରୋସେସ ପାଇଁ ଆପଣଙ୍କ ଫୋନରେ ଷ୍ଟେବଲ ଓ୍ଵାଇଫାଇ ରହିବା ଜରୁରୀ ଅଟେ।

– ଏହା ସହ ସେଟିଂରେ ହ୍ଵାଟସଆପ୍‌ ବ୍ୟାକଅପ୍‌କୁ ଏନାବେଲ କରି ରଖନ୍ତୁ। ତେଣୁ WhatsApp>Setting>Chats> Chat backup>back up to Google Driveକୁ ଯାଆନ୍ତୁ।

ଯଦି ଆପଣ ପୁରୁଣା ଫୋନରେ ହିଁ ଚାଟ୍‌ ବ୍ୟାକଅପ କରିବା ପାଇଁ ଚାହୁଁଛନ୍ତି, ତେବେ ଫୋନର ଷ୍ଟୋରେଜକୁ ଏଥିରେ ଉପଯୋଗ କରିପାରିବେ:-

– ଏଥିପାଇଁ ପ୍ରଥମ ଫୋନର ଫାଇଲ ମ୍ୟାନେଜରକୁ ଓପନ କରନ୍ତୁ।

– ସେଠାରେ ଇଣ୍ଟରନାଲ ଷ୍ଟୋରେଜ ପରେ ଦିଆଯାଇଥିବା ହ୍ଵାଟସଆପ୍‌ ଫୋଲ୍ଡରକୁ ଯାଆନ୍ତୁ।

– ବର୍ତ୍ତମାନ ଡାଟାବେସ ଫୋଲ୍ଡରକୁ କ୍ଲିକ କରି ଏଠାରେ ଥିବା ହ୍ଵାଟସଆପର ସମସ୍ତ ଚାଟକୁ ଆପଣ ଫେରିପାଇବେ।

– ଏଠାରେ ଥିବା କୌଣସି ଗୋଟିଏକୁ ସିଲେକ୍ଟ କରି ରିନେମ କରନ୍ତୁ। ଅର୍ଥାତ୍‌ ସେଠାରେ ଫାଇଲର ନାମକୁ ପରିବର୍ତ୍ତନ କରନ୍ତୁ।

– ଏହାପରେ ଫୋନରୁ ହ୍ଵାଟସଆପକୁ ଅନଇନଷ୍ଟଲ କରି ପୁଣି ଥରେ ଲଗଇନ କରନ୍ତୁ।

odia sambada
Comments (0)
Add Comment