ପ୍ରଥମେ ସ୍ତ୍ରୀର ନେଲା ଜୀବନ,ତାପରେ ତିନି ପିଲାଙ୍କୁ ନେଇ ଥାନାରେ ପହଞ୍ଚିଲା ସ୍ବାମୀ,ଜାଣନ୍ତୁ ପୁରା ଘଟଣା

ମହାରାଷ୍ଟ୍ରର ଅମରାବତୀରେ ବିଶ୍ଵ ମହିଳା ଦିବସରେ ପାରିବାରିକ ବିବାଦରେ ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ହିଁ ହତ୍ୟା କରିଦେଲେ । ସୂଚନା ମିଳିବା ମାତ୍ରେ ହିଁ ପୋଲିସ ମଧ୍ୟ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା । ପୋଲିସ ଶବକୁ ନିଜ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ।

ସୂଚନା ଅନୁଯାୟୀ, ଅମରାବତୀ ରେ ପାରିବାରିକ ବିବାଦ କାରଣରୁ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ବହୁତ୍ ଝଗଡା ହେଲା । ଏହାପରେ ସ୍ବାମୀ ତୀକ୍ଷ୍ଣ ହତିଆର୍ ଦ୍ଵାରା ସ୍ତ୍ରୀକୁ ହତ୍ୟା କରି ମାରିଦେଲା । ଏହି ମାମଲା ମହାରାଷ୍ଟ୍ରର ଅମରାବତୀର ଧାମନ ଗାଁ ତହସିଲର ଦସ୍ତପୁର ଥାନା ଅଞ୍ଚଳର ଅଟେ । ଏଠାରେ ବିଶ୍ଵ ମହିଳା ଦିବସ ଅବସରରେ ଗୋଟେ ପଟେ ମହିଳାମାନଙ୍କୁ ସ୍ବାଗତ ଏବଂ ସତ୍କାର କରାଯାଉଥିଲା ଏବଂ ସମ୍ମାନ ଦେଇ ଗୁରୁତ୍ଵ ଦିଆଯାଉଥିଲା, ଆଉ ଗୋଟେ ପଟେ ସହରରେ ସ୍ବାମୀ ସ୍ତ୍ରୀ ଙ୍କ ଝଗଡା ମଧ୍ୟରେ ସ୍ବାମୀ ତୀକ୍ଷ୍ଣ ଅସ୍ତ୍ରରେ ସ୍ତ୍ରୀକୁ ହତ୍ୟା କରିଦେଲା ।

ତିନି ପୁଅ ସହିତ ପୋଲିସ ସାମ୍ନାରେ ପହଞ୍ଚିଲା ଅଭିଯୁକ୍ତ :-

ମାମଲାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାର ତଦନ୍ତ କଲା । ପାରିବାରିକ ବିବାଦ କାରଣରୁ ମହିଳାଙ୍କୁ ହତ୍ୟା କରାଯିବା ଘଟଣା ପରେ ମୃତ ମହିଳାଙ୍କ ସ୍ବାମୀ ନିଜର ତିନି ନିରୀହ ପୁଅଙ୍କ ସହିତ ପୋଲିସ ସାମ୍ନାରେ ଆତ୍ମସମର୍ପଣ କରି ହତ୍ୟା କରିଛନ୍ତି ବୋଲି ସ୍ବୀକାର କରିଛନ୍ତି ।

ପୋଲିସ ଏ ସମ୍ବନ୍ଧରେ କହିଛି ଯେ ମହିଳାଙ୍କୁ ହତ୍ୟା କରିବା ପଛର କାରଣ ପାରିବାରିକ ବିବାଦ ହିଁ ଅଟେ । ପୋଲିସ ଏହି ମାମଲାରେ ହତ୍ୟାର ମାମଲା ରୁଜ୍ଜୁ କରିଛି । ଏହାସହିତ ଅଭିଯୁକ୍ତ ସ୍ବାମୀ ଦିନେଶ ଖେଡକରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

odia sambada
Comments (0)
Add Comment