କିଏ ଏହି ସୁନ୍ଦର ମହିଳା ବିଧାୟକ ? ଯିଏ ଘୋଡାରେ ବସି ପହଞ୍ଚିଗଲେ ବିଧାନସଭା

ବଡକା ଗାଁ ବିଧାନସଭା ଅଞ୍ଚଳର କଂଗ୍ରେସ MLA ଅମ୍ବା ପ୍ରସାଦ ମଙ୍ଗଳବାର ଦିନ ସେହି ସମୟରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଗଲେ, ଯେତେବେଳେ ସେ ଘୋଡାରେ ବସି ବିଧାନସଭାରେ ପହଞ୍ଚିଲେ । ସେ କହିଛନ୍ତି ଯେ ଘୋଡ଼ା ଉପରେ ବସି ଏଠାକୁ ଆସିବାର ଉଦ୍ଦେଶ୍ୟ କେବଳ ଏହା କହିଥାଏ ଯେ ମହିଳାମାନେ କାହାଠାରୁ ପଛରେ ନାହାନ୍ତି ।

ମହିଳାମାନେ କାହା ଠାରୁ କମ୍ ନୁହଁନ୍ତି :-

ସମୟ ଏବଂ ପରିସ୍ଥିତି ଅନୁଯାୟୀ ମହିଳା ମାନେ ସବୁ ପ୍ରକାରର କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିଛନ୍ତି । ଅମ୍ବା ପ୍ରସାଦ ଘୋଡ଼ା ନେଇ ବିଧାନସଭା ପରିସର ଭିତରକୁ ଯିବାକୁ ଚାହୁଁଥିଲେ, କିନ୍ତୁ ସୁରକ୍ଷା କର୍ମଚାରୀ ମାନେ ସୁରକ୍ଷାକୁ ଦର୍ଶାଇ ତାଙ୍କୁ ଗେଟ ଠାରେ ହିଁ ଅଟକାଇ ଦେଲେ । ଏହାପରେ ସେ ଗେଟରୁ ହିଁ ପାଦରେ ଚାଲି ଚାଲି ଅଫିସ୍ ପର୍ଯ୍ୟନ୍ତ ପହଞ୍ଚିଲେ ।

ଘୋଡାରେ ବସି ଏହି MLA ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲେ :-

ଅମ୍ବା ମିଡ଼ିଆ କର୍ମଚାରୀଙ୍କ ସହିତ କଥା ହୋଇ କହିଛନ୍ତି ଯେ ମୁଁ ମହିଳା ହୋଇଥିବାରୁ ଗର୍ବ ଅନୁଭବ କରୁଛି । ସବୁ କ୍ଷେତ୍ରରେ ଆଜି ମହିଳାମାନେ ନିଜ କାର୍ଯ୍ୟ କ୍ଷମତାର ସଫଳତା ଦେଖାଇଛନ୍ତି । ସମାଜକୁ ଆମର ଏହା ସଚେତନତା ଯେ ମହିଳାଙ୍କୁ ଘର ଭିତରେ ସୀମିତ ରହିବାକୁ ଦିଅନ୍ତୁ ନାହିଁ । ସେ ମହିଳାମାନଙ୍କୁ ମଧ୍ୟ ନିଜ ଅଧିକାର ଏବଂ କର୍ତ୍ତବ୍ୟକୁ ବୁଝିବା ଏବଂ ନିଜର ସମ୍ପୂର୍ଣ୍ଣ କ୍ଷମତାକୁ ବ୍ଯବହାର କରିବାପାଇଁ ନିବେଦନ କରିଛନ୍ତି ।

ସବୁଠାରୁ କମ ବୟସର MLA ଅଟନ୍ତି ଅମ୍ବା :-

କୁହାଯାଉଛି ଯେ ଅମ୍ବା ପ୍ରସାଦ ଝାଡ଼ଖଣ୍ଡ ବିଧାନସଭା ରେ ସବୁଠାରୁ କମ ବୟସର MLA ଅଟନ୍ତି । ସେ 28 ବର୍ଷ ବୟସରେ ନିର୍ବାଚିତ ହୋଇ ବିଧାନସଭାରେ ପହଞ୍ଚିଥିଲେ । ତାଙ୍କ ବାପା ଯୋଗେନ୍ଦ୍ର ସାବଙ୍କ ବ୍ୟତୀତ ମା ନିର୍ମଳା ଦେବୀ ମଧ୍ୟ ବଡକାଗାଁ ଅଞ୍ଚଳରେ MLA ହୋଇଛନ୍ତି ।

odia sambada
Comments (0)
Add Comment