NTPC ରେ ନିଯୁକ୍ତି,ମାସିକ ମିଳିବ ୧.୫୦ ଲକ୍ଷ ଟଙ୍କା

ଚାକିରି ଖୋଜୁଥିବା ଯୁବପିଢିମାନଙ୍କ ପାଇଁ ଆସିଲା ଖୁସିର ଖବର। Ntpcରେ ଚାକିରି କରିବା ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ଏନଟିପିସି ଅଧିନରେ ବିଭିନ୍ନ ପ୍ରାଜେକ୍ଟ ପାଇଁ ୬୦ଟି ପଦବୀ ଖାଲି ପଡିଛି। ଏଠାରେ ଇଂଜିନିୟରିଂ ଏଗଜିକ୍ୟୁଟିଭି ଟ୍ରେନି, ଏଗଜିକ୍ୟୁଟିଭି ଟ୍ରେନୀ ଏବଂ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ପଦବୀ ଆଦି ସବୁ ଖାଲିପଡିଛି। ଏହି ପଦବୀ ଗୁଡ଼ିକରେ ଭର୍ତ୍ତି ହେବା ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ଥିବା ପ୍ରାର୍ଥୀମାନେ ବିଭାଗର ଅଫସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଷ୍ଟାଟସ ୱେବସାଇଟ careers.ntpc.co.in କୁ ଯାଇ ମଧ୍ୟ ସେମାନେ ଦେଖିପାରିବେ। ଆବେଦନ କରିବାର ଶେଷ ତାରିଖ ୨୧ ମାର୍ଚ୍ଚ ୨୦୨୨।

ଆବେଦନ କରିବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀମାନେ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଆପଣ https://www.ntpc.co.in/en କ୍ଲିକ କରି ଆବେଦନ କରିପାରିବେ। ଏହାସହ ଅଧିକାରକ ନୋଟିଫିକେସନ ପଢିବା ପାଇଁ NTPC Recruitment 2022ରେ କ୍ଲିକ କରିପାରିବେ।

ପଦବୀ ବିବରଣୀ: ୬୦

ଏଗଜିକ୍ୟୁଟିଭି ଟ୍ରେନିଂ(ଫାଇନାନ୍ସ)/CA/CMA: ୨୦

ଏଗଜିକ୍ୟୁଟିଭି ଟ୍ରେନିଂ(ଫାଇନାନ୍ସ) MBA: ୧୦

ମାସିକ ଦରମା:-

ନିଯୁକ୍ତ ହେଉଥିବା ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ମାସିକ ୪୦,୦୦୦ ରୁ ୧,୪୦,୦୦୦ ଟଙ୍କା ମିଳିବ।

ଶିକ୍ଷାଗତ ଯୋଗ୍ୟତା:-

ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ସବୁ ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ଆପଣ ନୋଟିଫିକେସନକୁ ଚେକ୍ କରିପାରିବେ।

ବୟସର ସୀମା:-

ପ୍ରାର୍ଥୀମାନଙ୍କ ବୟସର ସୀମା ସର୍ବାଧିକ ୨୯ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

https://careers.ntpc.co.in/main/folders/Archives/advt/07_22_Large_Advt..pdf

odia sambada
Comments (0)
Add Comment