ଏହି ଝିଅ ଆଗରେ ହାର ମାନିବେ ଅକ୍ଷୟ କୁମାର- ଟାଇଗର ଶ୍ରଫ୍ ,ଝିଅଟି କରୁଛି ବହୁତ ଖତରନାକ୍ ଷ୍ଟଣ୍ଡ,ଦେଖନ୍ତୁ ଭିଡ଼ିଓ

ପିଲାଦିନେ ଝିଅମାନେ ପ୍ରାୟତ କଣ୍ଡେଇ ସହିତ ଖେଳନ୍ତି । କିନ୍ତୁ ବର୍ତ୍ତମାନ ସେହି ଯୁଗ ଧୀରେ ଧୀରେ ଚାଲିଯିବାରେ ଲାଗିଛି । ବର୍ତ୍ତମାନ ପିଲାମାନେ ବହୁତ କମ୍ ବୟସରେ ବହୁତ ପ୍ରତିଜ୍ଞାକାରୀ ହୋଇଯାଉଛନ୍ତି । ଆପଣ ମଧ୍ୟ ରିଆଲିଟି ସୋ ଏବଂ ଭାଇରାଲ୍ ଭିଡିଓରେ ପିଲାମାନଙ୍କର ଏକ ରୁ ଅଧିକ
କାରନାମା ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅ ସହିତ ପରିଚିତ କରିବାକୁ ଯାଉଛୁ ଯାହାର ଖତରନାକ୍ ଷ୍ଟଣ୍ଟ ଦେଖି ଆପଣ ଅକ୍ଷୟ କୁମାର ଏବଂ ଟାଇଗର ସର୍ଫ ପରି ଆକ୍ସନ୍ ହିରୋଙ୍କୁ ଭୁଲିଯିବେ ।

ଝିଅଟି ସାଇକେଲରେ କଲା ଖତରନାକ୍ ଷ୍ଟଣ୍ଟ :-

ବାସ୍ତବରେ ଆଜିକାଲି ସୋସିଆଲ ମିଡିଆରେ ଗୋଟେ ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟିଏ ଝିଅ ସାଇକେଲରେ ବସି ଏମିତି କାରନାମା ଦେଖାଉଛି ଯାହାକୁ ଦେଖି ଲୋକମାନେ ଦାନ୍ତ ତଳେ ଆଙ୍ଗୁଠି ରଖି ଚୋବାଇ ଦେଉଛନ୍ତି । ଦେଖିବା ଲୋକଙ୍କୁ ବିଶ୍ୱାସ ହେଉ ନାହିଁ କି ଗୋଟେ ଛୋଟ ଝିଅ ଏତେ କମ ବୟସରେ କେମିତି ଏପରି ଚମତ୍କାର ଷ୍ଟଣ୍ଟ୍ ପ୍ରଦର୍ଶନ କରିପାରିବ ।

ଏହି ଭାଇରାଲ ଭିଡ଼ିଓ ରେ ଦେଖିପାରିବେ କି ଗୋଟେ ଝିଅ ସାଇକେଲ ଚଲାଉ ଚଳାଉ ଅଚାନକ୍ ତା ସିଟ୍ ରୁ ଓହ୍ଲେଇ ପଡେ । ତାପରେ ସେ ହ୍ୟାଣ୍ଡଲ୍ କୁ ବୁଲେଇ ତା ଉପରେ ସାମ୍ନାକୁ ମୁହଁ କରି ଛିଡା ହୋଇଯାଏ । ଏତିକି ଯଥେଷ୍ଠ ନଥିଲା ଯେ ସେ ସାଇକେଲ ଚଲେଇ ଚଲେଇ ପଛ ଚକାକୁ ଗୋଡ଼ରେ ଉପରକୁ ଉଠେଇ ଦେଲା । ଏହା ପରେ ସେ ସାଇକେଲ କୁ ଜୋର ଜୋରରେ ବୁଲେଇବାକୁ ଲାଗିଲା ।

ଆପିଏସ୍ ବି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ :-

ସେ ଏହି ସବୁ କରିସାରିବା ସତ୍ତ୍ୱେ ବହୁତ ଆରମ୍ ଆଉ ସ୍ମୁଥର ସହ ସାଇକେଲ ଚଲାଏ । ତାକୁ ଦେଖି ଏମିତି ଲାଗିବ କି ଏସବୁ ଯେମିତି ତାର ପ୍ରତିଦିନର କାମ । ତାକୁ ଏହି ଷ୍ଟଣ୍ଟ କରିବାରେ ଟିକେ ବି କଷ୍ଟ କରିବାକୁ ପଡେନି । ସେ ଏହାକୁ ବହୁତ ଭଲ ଭାବରେ କରିନିଏ । ସାଧାରଣତଃ ଏହି ବୟସର ପିଲାମାନେ ସଠିକ୍ ଭାବରେ ସାଇକେଲ ଚଲାଇବା ମଧ୍ୟ ଶିଖି ପାରନ୍ତିନାହିଁ । କିନ୍ତୁ ଏହି ଝିଅଟି ଏପରି ଖତରନାକ୍ ଷ୍ଟଣ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

ଝିଅଟିର ଏହି ଟ୍ୟାଲେଣ୍ଟକୁ ଦେଖି ଆଇପିଏସ୍ ଅଧିକାରୀ ଦୀପାନ୍ସୁ କାବରା ମଧ୍ୟ ଇମ୍ପ୍ରେସ୍ ହେଲେ । ସେ ଝିଅଟିର ଏହି ଭିଡ଼ିଓଟିକୁ ତାଙ୍କ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡେଲ୍ ରେ ସେୟାର କଲେ । ଏଥିସହିତ କ୍ୟାପସନ୍ ରେ ଲେଖିଲେ ” ଏମିତି କିଛି ନାହିଁ ଯାହା ସେ କରିପାରିବ ନାହିଁ ” ସେ ସକ୍ଷମ ଅଟେ,ସେ ସ୍ୱପ୍ନ ଦେଖିବା ଵାଲା ଅଟେ,ସେ ଜଣେ ଆଚିଭର୍ ।

ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ଲୋକମାନେ ମଧ୍ୟ ଅନେକ ପ୍ରତିକ୍ରିୟା ଦେଇଛନ୍ତି। କେହି ଜଣେ କହିଲେ ‘ବହୁତ ଦକ୍ଷତାଶାଳୀ ଝିଅଟିଏ’। ସେଇଠି ଅନ୍ୟ ଜଣେ କହିଲେ “ଏମିତି ଆଗରୁ ମୁଁ କେବେ ଦେଖିନଥିଲି”। ତେବେ ଆପଣମାନଙ୍କୁ ଝିଅଟିର ଏହି ଟ୍ୟାଲେଣ୍ଟ କିପରି ଲାଗିଲା ?

odia sambada
Comments (0)
Add Comment